logo

*ଦଶମରେ ପୁଅଙ୍କୁ ପଛରେ ପକାଇ ବାଜି ମାରିଲେ ଝିଅ* *ଦାମନଯୋଡିରେ ସନ୍ତୋଷଜନକ ଫଳାଫଳ*

*ଦଶମରେ ପୁଅଙ୍କୁ ପଛରେ ପକାଇ ବାଜି ମାରିଲେ ଝିଅ*
*ଦାମନଯୋଡିରେ ସନ୍ତୋଷଜନକ ଫଳାଫଳ*

ଦାମନଯୋଡି: ଦାମନଯୋଡି ଅଞ୍ଚଳରେ ଥିବା ୫ଟି ଉଚ୍ଚ ବିଦ୍ୟାଳୟରେ ଦଶମ ବୋର୍ଡ଼ ଫଳାଫଳ ଆଶାନୁରୂପ ହୋଇଛି । ତେବେ ପୁଅଙ୍କୁ ପଛରେ ପକାଇ ଝିଅ ମାନେ ବାଜି ମାରି ନେଇଛନ୍ତି । ଟାଉନସିପ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ଛାତ୍ରୀ ସୋନାଲି ମାହୁନ୍ତ ୫୪୦ ମାର୍କ ୯୦ ପ୍ରତିଶତ ରଖି (ଗ୍ରେଡ୍ -A1)ରେ ଦାମନଯୋଡି ରେ ସର୍ବାଗ୍ରେ ରହିଛନ୍ତି । ବିଦ୍ୟାମନ୍ଦିର ୧୩୨ ପିଲାଙ୍କ ମଧ୍ୟରେ A1-ଜଣେ, A2-୪ଜଣ, B1-୧୦ ଜଣ ସମେତ ଶତପ୍ରତିଶତ ଫଳାଫଳ ହୋଇଛି । ମାଥାଲପୁଟ ମାଲୁସାଉନ୍ତା ସରକାରୀ ଉଚ୍ଚ ବିଦ୍ୟାଳୟର ଓମ୍ ପ୍ରକାଶ ଜେନା ୫୩୪ (A-2) ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ବିଦ୍ୟାଳୟର ୯୩ ପ୍ରତିଶତ ଫଳାଫଳ ହୋଇଛି । ୧୬୯ଜଣ ପରୀକ୍ଷା ଦେଇଥିବା ବେଳେ ୧୫୮ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ମାଥାଲପୁଟ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଏ ସୁସ୍ମିତା ୪୯୯ ନମ୍ବର (A2) ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଶତପ୍ରତିଶତ ଫଳାଫଳ ହୋଇଛି । ଅନ୍ୟ ପକ୍ଷରେ ଆଲୁମିନା ବାଳିକା ଉଚ୍ଚ ବିଦ୍ୟାଳୟ, ଲିଟିଗୁଡ଼ା ଛାତ୍ରୀ ଅଞ୍ଜଳୀ ପାଙ୍ଗି ୪୦୨ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଥିଲାବେଳେ ଶତପ୍ରତିଶତ ଫଳାଫଳ ହୋଇଛି ଓ ଭେଜାପୁଟ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷ୍ୟାକେନ୍ଦ୍ର ର ସ୍ଵୟଂପ୍ରଭା ବିଶ୍ଵାଳ ୫୩୦ ନମ୍ବର ରଖି (A2) ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଶତପ୍ରତିଶତ ଫଳାଫଳ ହୋଇଛି । ପ୍ରକାଶ ଥାଉ କି, ଦାମନଯୋଡି ଅଞ୍ଚଳରେ ପୁଅଙ୍କ ତୁଳନାରେ ଝିଅ ଆଗରେ ରହିଛନ୍ତି । ୫ଟି ବିଦ୍ୟାଳୟ ମଧ୍ୟରୁ ଚାରୋଟି ବିଦ୍ୟାଳୟର ଶତପ୍ରତିଶତ ଫଳାଫଳ ହୋଇଥିବା ବେଳେ ଗୋଟିଏ ବିଦ୍ୟାଳୟର ୯୩.୪୯ ପ୍ରତିଶତ ଫଳାଫଳ ହୋଇଥିବା ସୂଚନା ମିଳିଛି । ଅଧ୍ୟକ୍ଷ ଡଃ ଶୁଭ୍ରାଂଶୁ ଶେଖର ବାହିନୀପତି, ପ୍ରଧାନଶିକ୍ଷକ ରଶ୍ମିରଞ୍ଜନ ସେଠୀ ,ପ୍ରଧାନ ଆଚାର୍ଯ୍ୟ ଜଗନ୍ନାଥ ବିଷୋୟୀ, ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ସାଉ ଓ ପ୍ରଧାନଶିକ୍ଷକ ରଞ୍ଜନ କୁମାର ସ୍ବାଇଁ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
ଦାମନଯୋଡି ରୁ ସୁଦର୍ଶନ ସେନାପତି ଙ୍କ ରିପୋର୍ଟ

1
0 views