logo

"ଅଭିଶପ୍ତ ବୈସାରନ ଭ୍ୟାଲି !" ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପଛର ଗୁମର କଥା।

"ଅଭିଶପ୍ତ ବୈସାରନ ଭ୍ୟାଲି" ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପଛର ଗୁମର କଥା!
---------------------------------------------------

ବିଭିନ୍ନ ସୂତ୍ରରୁ ଜାଣିବାକୁ ମିଳୁଅଛି ଯେ, ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ସିକ୍ରେଟ ଏଜେନ୍ସି କୁ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପଛରେ ବହୁତ ବଡ଼ ଷଡଯନ୍ତ୍ର କରାଯାଇଥିବାର ବିଷୟ ଜାଣିବାକୁ ପାଇଛନ୍ତି। ପହଲଗାମ୍ ଠାରେ ନିକଟବର୍ତ୍ତୀ ସ୍ଥାନରେ ଯେଉଁମାନେ ଘୋଡ଼ା ସବାରୀ, ଗଧ ସବାରୀ, ଛଟବଡ ଅସ୍ଥାୟୀ ଭେଲପୁରି ବିକ୍ରୟ ଦୋକାନ, ଟ୍ରାଭେଲ ଏଜେନ୍ସି, ଟୁରିଷ୍ଟ ଗାଇଡଲାଇନରେ କାମ କରୁଥିଲେ। ସେମାନଙ୍କ ମଧ୍ଯରୁ ଅନେକ ଲୋକ ଆତଙ୍କବାଦୀ ମାନଙ୍କ ପାଇଁ ସ୍ଲିପର ସେଲ୍ ରୂପରେ ନିୟୋଜିତ ରହିଥିବା ଖବର ଜାଣିବାକୁ ମିଳୁଅଛି।

ସେହି ବୈସାରନ ଭ୍ୟାଲି ରେ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିବା ସ୍ଥାନରେ ଯେଉଁମାନେ ଉପସ୍ଥିତ ରହିଥିଲେ। କେବଳ ବିଦେଶୀ ଓ ବିଭିନ୍ନ ରାଜ୍ଯର ପର୍ଯ୍ୟଟକ ମାନଙ୍କ ବ୍ୟତୀତ ସ୍ଥାନୀୟ ଲୋକମାନଙ୍କୁ ଆତଙ୍କବାଦୀ ଆକ୍ରମଣ ବାବଦରେ ପୂର୍ବରୁ ଭଲଭାବରେ ଅବଗତ ଥିଲା। ସେଠାରେ ଯେଉଁମାନେ ଭିଡିଓ ରେକର୍ଡିଂ କରୁଥିଲେ, ଅଥବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସାହାଯ୍ୟ ସହଯୋଗ କରୁଥିବା ନାଟକ ବାଜି କରୁଥିବା ଜାଣିବାକୁ ମିଳୁଅଛି। ସମସ୍ତେ ଆତଙ୍କବାଦୀ ମାନଙ୍କର ସ୍ଲିପର ସେଲ୍ ରୂପରେ ନିୟୋଜିତ ରହି ନିରିହ ପର୍ଯ୍ୟଟକ ମାନଙ୍କର ହତ୍ଯା କରିବାକୁ ଉପସ୍ଥିତ ରହିଥିଲେ।

ସୂତ୍ରରୁ ଯାହାକିଛି ସୂଚନା ଜାଣିବାକୁ ମିଳୁଅଛି କି, ସେହି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିବା ସ୍ଥାନରେ ବୈସାରନ ଭ୍ୟାଲି ଠାରେ ଏହା ପହଲଗାମ୍ ଠାରେ ଅବସ୍ଥିତ। ଏହି ବୈସାରନ ଭ୍ୟାଲି ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିବା ସ୍ଥାନରେ କୌଣସି ପ୍ରକାରର ଛଟ ଦୋକାନ କରି ବିକ୍ରୀ କରିବାର ନଜରକୁ ଆସେନାହିଁ। କିନ୍ତୁ ସେହି ଦିନ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିବା ପରେ ସମସ୍ତ ସ୍ଲିପର ସେଲ୍ ସେଠାରୁ ଗାୟବ ହୋଇଥିବା ଜଣାପଡିଛି ! ସୂତ୍ରରୁ ଜାଣିବାକୁ ମିଳୁଅଛି କି ଘଟଣା ସ୍ଥାନରେ ୩୫ ରୁ ୪୫ ମଧ୍ୟରେ ଆତଙ୍କବାଦୀ ଏବଂ ସହଯୋଗ କରିବାକୁ ସ୍ଲିପର ସେଲ୍ ସକ୍ରିୟ ରହିଥିଲେ। ସେଦିନ ବୈସାରନ ଭ୍ୟାଲି ଠାରେ ପ୍ରାୟତଃ ୨ ରୁ ୩ ହଜାର ମଧ୍ଯରେ ପର୍ଯ୍ୟଟକ ମାନଙ୍କର ଜନସମାଗମ ରହିଥିଲା। ଏହା ବ୍ୟତିତ ଆତଙ୍କବାଦୀ ମାନେ ଏକାଧିକ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିବା କଥା ଜାଣିବାକୁ ମିଳୁଅଛି। ଆତଙ୍କବାଦୀ ମାନଙ୍କୁ ସ୍ଥାନୀୟ ଲୋକେ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ଏପରିକି ସେମାନଙ୍କର ଖାଇବା, ପିଇବା, ରହିବା ପାଇଁ ନିକଟବର୍ତ୍ତୀ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ପ୍ରାୟତଃ ଏକମାସ ଧରି କରାଯାଇଥିବା ସୂଚନା ଜାଣିବାକୁ ମିଳୁଅଛି। ବହୁତ ଆଶ୍ଚର୍ଯ୍ୟର ବିଷୟ ଜାଣି ବୁଝି ସ୍ଥାନୀୟ ଲୋକମାନେ ଆତଙ୍କବାଦୀ ମାନଙ୍କ ବିଷୟରେ କୌଣସି କଥା କେହି ପ୍ରକାଶିତ କରିନଥିଲେ ! ଏହି ବିଷୟରେ ନିକଟସ୍ଥ ପ୍ରଶାସନ ଅଥବା ପୋଲିସକୁ ମଧ୍ଯ ଆଦୌ ସୂଚନା ଦେଇନଥିଲେ। ବର୍ତ୍ତମାନ ପରିସ୍ଥିତିରେ ଲୋକେ କୁହାକୁହି ହେଉଛି କଣ ନା ସୁରକ୍ଷାରେ ବିଚ୍ଯୁତ କିପରି ହେଲା ? ଯେଉଁଠି ଜମ୍ମୁ ଓ କାଶ୍ମୀର ଅଞ୍ଚଳରେ ବସବାସ କରୁଥିବା ସ୍ଥାନୀୟ ଲୋକେ ଆତଙ୍କବାଦୀ ମାନଙ୍କୁ ଜାଣିଥିଲେ। ସେମାନଙ୍କର କଣ କୌଣସି ନୈତିକତା ଦାୟିତ୍ୱ ନଥିଲା କି, ନିକଟସ୍ଥ ପ୍ରଶାସନ ଅଥବା ପୋଲିସକୁ ସୂଚନା ପ୍ରଦାନ କରିବା ପାଇଁ ? ବିଶ୍ବାସ ଘାତକ ମାନଙ୍କର ଉଦ୍ଦେଶ୍ଯ ପୂର୍ବରୁ ସୁନିଶ୍ଚିତ ହୋଇଥିଲା ଯେ, ଯେକୌଣସି ପ୍ରକାରେ ଆତଙ୍କବାଦୀ ଆକ୍ରମଣ କରି ପର୍ଯ୍ୟଟକ ମାନଙ୍କୁ ହତ୍ଯା କରିବା !

କେନ୍ଦ୍ର ଗ୍ରୁହମନ୍ତ୍ରୀଙ୍କ କହିବା କଥା ଜୈସାରନ ଠାରେ ବିନା ପୋଲିସକୁ ସୂଚନା ନଦେଇ କୌଣସି ଟୁରିଷ୍ଟ ଟ୍ରାଭେଲ ଏଜେନ୍ସି ପର୍ଯ୍ୟଟକ ମାନଙ୍କୁ ସେଠାକୁ ନେବାକୁ ଅନୁମତି ନଥିବା ସତ୍ତ୍ବେ ପର୍ଯ୍ୟଟକ ମାନଙ୍କୁ ନିଆଯାଇ ଭିଡ଼ କରାଯାଇଥିବା ସୂଚନା ମିଳୁଅଛି। ଯଦ୍ବାରା ଆତଙ୍କବାଦୀ ମାନଙ୍କ ଦ୍ବାରା ସାମୁହିକ ଭାବରେ ପର୍ଯ୍ୟଟକ ମାନଙ୍କୁ ନିର୍ମମତା ପୂର୍ବକ ହତ୍ଯା କରାଯାଇଥିଲା।

ଆତଙ୍କବାଦୀ ମାନଙ୍କ ପ୍ଲାନ୍ A ଅନୁସାରେ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ତାହା ଅନୁଯାୟୀ ସମସ୍ତ ଆତଙ୍କବାଦୀ ମାନେ ଏକ ସଂଗରେ ସାମୁହିକ ଆକ୍ରମଣ କରି ହିନ୍ଦୁମାନଙ୍କୁ ହତ୍ଯା କରିବାକୁ ଯୋଜନା ହୋଇଥିଲା। କିନ୍ତୁ AK47 ଅତ୍ୟାଧୁନିକ ବନ୍ଧୁକ ସଠିକ୍ ସମୟରେ ସେଠାରେ ପହଞ୍ଚିବାରେ ବିଳମ୍ବିତ ହେଲା। ସେହି ହିସାବରେ ସେଠାରେ ୩୫ ରୁ ୪୫ ଯେଉଁ ଆତଙ୍କବାଦୀ ମାନେ ଉପସ୍ଥିତ ରହିଥିଲେ, ସେମାନଙ୍କର ହାତ ଖାଲି ରହିଥିଲା। କେବଳ ପାକିସ୍ତାନର ୪ରୁ ୬ ଜଣ ଆତଙ୍କବାଦୀ ମାନେ ହିନ୍ଦୁ ମାନଙ୍କୁ ଏବଂ ପୁରୁଷମାନଙ୍କୁ ପଚାରି ଚିହ୍ନଟ କରି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କ ପାଖରେ ଯେଉଁ AK47 ଅତ୍ୟାଧୁନିକ ବନ୍ଧୁକ ରହିଥିଲା, ତାହା ସାହାଯ୍ୟରେ ହତ୍ଯା କରିବା ଆରମ୍ଭ କରିଦେଲେ। ଯେଉଁ ଏକେ୪୭ ବନ୍ଧୁକ ରହିଥିଲା, ତାହା ଗାଡିରେ ଅଣାଯାଉଥିଲା କିନ୍ତୁ କୌଣସି କାରଣରୁ କାଡି ଖରାପ ହେବା ପରେ ମଟର ସାଇକେଲ ଏବଂ ଗଧ ପିଠିରେ ନେଇ ଘଟଣା ଘଟିବା ସ୍ଥାନକୁ ନେବାକୁ ଉଦ୍ୟମ କରାଯାଇଥିବା କଥା ସୂତ୍ରରୁ ଜାଣିବାକୁ ମିଳୁଅଛି। କିନ୍ତୁ ସେତେବେଳକୁ ଆତଙ୍କବାଦୀ ମାନଙ୍କ ଗୁଳିକାଣ୍ଡ ଘଟଣା ଘଟିବା ପରେ ପରେ ପର୍ଯ୍ୟଟକ ମାନେ ପ୍ରାଣ ରକ୍ଷା କରିବାକୁ ଏଣେତେଣେ ଦୌଡିବାକୁ ଆରମ୍ଭ କରିଦେଲେ। ଗୁଳି ଫୁଟିବା ଶବ୍ଦ ସାଙ୍ଗକୁ ପର୍ଯ୍ୟଟକ ମାନଙ୍କ ଚିତ୍କାର ହେବା କାରଣରୁ ପ୍ରାୟତଃ ୨୦ ରୁ ୨୫ ମିନିଟ ବ୍ୟବଧାନରେ ସୁରକ୍ଷାକର୍ମୀ ବୈସାରନ ଭ୍ୟାଲି ଠାରେ ପହଞ୍ଚି ଯାଇଥିଲେ। ସୁରକ୍ଷାକର୍ମୀ ବୈସାରନ ଭ୍ୟାଲି ଠାରେ ପହଞ୍ଚିବା ପୂର୍ବରୁ ସମସ୍ତ ଆତଙ୍କବାଦୀ ମାନେ ଘଟଣା ସ୍ଥଳରୁ ପଳାୟନ କରିସାରିଥିଲେ। ଏପରିକି ଯେଉଁ ଏକେ୪୭ ବନ୍ଧୁକ ଗୁଡିକୁ ମଟର ସାଇକେଲ ଏବଂ ଗଧ ପିଠିରେ ଆଣୁଥିଲେ। ସେସବୁ ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ଲୁଚାଇ ଦିଆଯାଇଛି ବୋଲି ସୂତ୍ରରୁ ଜାଣିବାକୁ ମିଳୁଅଛି। ଯଦି ସେଦିନ ବୈସାରନ ଭ୍ୟାଲି ଠାରେ ସମସ୍ତ ଆତଙ୍କବାଦୀ ମାନଙ୍କୁ ଏକେ୪୭ ବନ୍ଧୁକ ଗୁଡିକ ମିଳି ଯାଇଥାନ୍ତା ! ତେବେ ଯେଉଁମାନେ ଅଦ୍ଯାବଧି ଜୀବିତ ବଞ୍ଚି ବିଭିନ୍ନ ଗଣମାଧ୍ୟମରେ ଆଗରେ ଯେଉଁ ଆତଙ୍କବାଦୀ ଆକ୍ରମଣ ଘଟଣା ସମ୍ପର୍କରେ କଥାବାର୍ତ୍ତା କରୁଛନ୍ତି। ସେମାନଙ୍କର ଅର୍ଥାତ୍ ସମସ୍ତ ମହିଳା ଓ ଛୋଟପିଲା ମାନଙ୍କୁ ମଧ୍ଯ ଏକାସାଙ୍ଗରେ ଗୁଳିମାରି ହତ୍ଯା କରିଦେଇ ଥାନ୍ତେ ! ଯେହେତୁ ଆତଙ୍କବାଦୀ ମାନଙ୍କର ପ୍ଲାନ୍ ଏ ସଫଳ ନହେବା କାରଣରୁ ପ୍ଲାନ୍ ବି କାର୍ଯ୍ୟକାରୀ କରିବା ପାଇଁ ବାଧ୍ଯ ହୋଇଥିବା ବିଷୟ ସୂତ୍ରରୁ ଜଣାପଡିଛି। ତଦନ୍ତକାରୀ ସୁରକ୍ଷା ଏଜେନ୍ସି କୁ ଉକ୍ତ ବୈସାରନ ଭ୍ୟାଲି ସନ୍ନିକଟରେ ଦୁଇଟି ସନ୍ଦିଗ୍ଧ ନମ୍ବର ବିହୀନ ମଟର ସାଇକେଲ ମିଳିଥିବାର ସୂତ୍ରରୁ ଜାଣିବାକୁ ମିଳୁଅଛି। ଏହାବ୍ୟତୀତ ସାଟେଲାଇଟ୍ ଫୋନ୍ ମିଳିଥିବାର ସୂତ୍ରରୁ ଜାଣିବାକୁ ମିଳୁଅଛି। ସେହି ଆଧାରରେ ଜାତୀୟ ତଦନ୍ତକାରୀ ଦଳ ଜୋରସୋରରେ ଛାନଭିନ କରୁଥିବା ଜାଣିବାକୁ ମିଳୁଅଛି।

ତେବେ ଏଠାରେ ମନରେ ସନ୍ଦେହ ଉଠି ପାରେ ଯେ, ଏତେଗୁଡ଼ିଏ ଅତ୍ୟାଧୁନିକ ବନ୍ଧୁକ ପହଲଗାମ୍ ଠାରେ କିପରି ପହଞ୍ଚାଇବା ପାଇଁ ଯୋଜନା ହୋଇଥିଲା ? ସୂତ୍ରରୁ ଜାଣିବାକୁ ମିଳୁଅଛି କି ସମସ୍ତ ହତିଆର ଗୁଡିକ ପୂର୍ବରୁ ସେହି ଆଖପାଖରେ ସୁରକ୍ଷିତ ରଖିବା ବ୍ୟବସ୍ଥା କରାଯାଇଥିଲା। ଅଥବା ଡ୍ରନ୍ ସାହାଯ୍ୟରେ ବୈସାରନ ଭ୍ୟାଲି ନିକଟକୁ ଅଣାଯାଇ ଥାଇପାରେ ! ଯେହେତୁ ପ୍ଲାନ୍ ଏ ବିଫଳ ହେଲା, ତେଣୁ ପ୍ଲାନ୍ ବି ସଫଳ କରିବା ପାଇଁ ଆତଙ୍କବାଦୀ ମାନେ ବୈସାରନ ଭ୍ୟାଲିରେ ହିନ୍ଦୁ ପୁରୁଷମାନଙ୍କୁ ଚିହ୍ନଟ କରି କରି ହତ୍ଯା କରିଥିଲେ ! ବର୍ତ୍ତମାନ ନିଜକୁ ନିଜେ ପଚାରନ୍ତୁ, ସୀମାପାର ଆତଙ୍କବାଦ କାର୍ଯ୍ୟକଳାପରେ ଦେଶରେ ରହିଥିବା ସ୍ଲିପର ସେଲ୍ ସକ୍ରିୟ ରହି କିପରି ମୁଠି ଭରା ଆତଙ୍କବାଦୀ ମାନଙ୍କୁ ରହିବା, ଖାଇବା, ସମସ୍ତ ପ୍ରକାର ଗୁପ୍ତ ତଥ୍ୟ ଯୋଗାଇ ହିନ୍ଦୁ ମାନଙ୍କୁ କିପରି ଭାବରେ ନିର୍ମମତା ପୂର୍ବକ ହତ୍ଯା କରିଥିଲେ ? ଏଥିପାଇଁ ଜମ୍ମୁ ଓ କାଶ୍ମୀର ସ୍ଥିତ ସ୍ଥାନୀୟ ଲୋକମାନଙ୍କର ଯଦି ଆଦୌ ସାହାଯ୍ୟ ଓ ସହଯୋଗ ନାହିଁ ! ତେବେ ପାଞ୍ଚ ଛଅଜଣ ଆତଙ୍କବାଦୀ ପାକିସ୍ତାନରୁ ହଟାତ୍ ଆସି ବୈସାରନ ଭ୍ୟାଲି ରେ ଚିହ୍ନଟ କରି ଅତି ନିକଟରୁ ଗୁଳିମାରି ହତ୍ଯା କରିବାକୁ ସାହାସ କଲେ କିପରି ?

ସୂତ୍ରରୁ ଏହା ମଧ୍ଯ ଜାଣିବାକୁ ମିଳୁଅଛି ଯେ, ବୈସାରନ ଭ୍ୟାଲି ବ୍ୟତିତ ଆତଙ୍କବାଦୀ ମାନେ ଏକାଧିକ ସ୍ଥାନରେ ନରସଂହାର କରିବା ପାଇଁ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥିଲେ। ସେହିଦିନ ଅନ୍ୟ ସମସ୍ତ ପର୍ଯ୍ୟଟନ ସ୍ଥାନରେ ପର୍ଯ୍ୟଟକ ମାନଙ୍କ ଭିଡ଼ କମ୍ ରହିଥିଲା ଏବଂ ସୁରକ୍ଷା କର୍ମୀମାନେ ଉପସ୍ଥିତ ରହିଥିଲେ। କିନ୍ତୁ ବୈସାରନ ଭ୍ୟାଲି ରେ ସେହିଦିନ ଦୁଇରୁ ତିନି ହଜାର ପାଖାପାଖି ପର୍ଯ୍ୟଟକ ଉପସ୍ଥିତ ରହିଥିବାର ଅନୁମାନ କରାଯାଇଛି। କିନ୍ତୁ ଘଟଣା ସ୍ଥଳରେ ବିଶେଷ ଭାବରେ ସୁରକ୍ଷା କର୍ମୀମାନେ ଉପସ୍ଥିତ ନଥିବା କାରଣରୁ ଆତଙ୍କବାଦୀ ମାନଙ୍କୁ ଆକ୍ରମଣ କରିବାକୁ ସହଜ ହୋଇଥିଲା। ଅଦ୍ୟାବଧି ବୈସାରନ ଭ୍ୟାଲି ରେ ଘଟିଥିଲା ଆତଙ୍କବାଦୀ ଆକ୍ରମଣ ଘଟଣାର ଯେତିକି ଭିଡିଓ ଫୁଟେଜ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ କରାଯାଇଥିବା ଦେଖିବାକୁ ମିଳୁଅଛି। ସେହିସବୁ ଭିଡିଓ ଫୁଟେଜ ଗୁଡିକ କେବଳ ସେଠାରେ ଉପସ୍ଥିତ ରହିଥିବା ପର୍ଯ୍ୟଟକ ମାନଙ୍କ ରେକଡିଂ ଭିଡିଓ ଦେଖିବାକୁ ମିଳୁଅଛି। ଏହା ବାଦରେ ମଧ୍ଯ ଆତଙ୍କବାଦୀ ମାନେ ବଡିକ୍ୟାମ୍ ସହିତ ଯେଉଁ ହେଲମେଟ ପିନ୍ଧିଥିଲେ ସେଥିରେ କ୍ୟାମେରା ବ୍ଯବହାର କରାଯାଇଛି। ଆଖପାଖରେ ଯେଉଁ ଆତଙ୍କବାଦୀ ମାନଙ୍କୁ ସହଯୋଗ କରିବା ପାଇଁ ସ୍ଲିପର ସେଲ୍ ସକ୍ରିୟ ରହିଥିଲେ ସେମାନଙ୍କ ଦ୍ବାରା ରେକଡିଂ ଭିଡିଓ ଫୁଟେଜ ଗୁଡିକ ଅଦ୍ଯାବଧି ଦେଖିବାକୁ ମିଳୁନାହିଁ।

ବହୁଦିନ ପୂର୍ବରୁ ୩୫ରୁ ୪୫ ପାଖାପାଖି ଆତଙ୍କବାଦୀ ମାନଙ୍କୁ ସ୍ଥାନୀୟ ଲୋକେ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ କରିଥିଲେ। କିନ୍ତୁ ସ୍ଥାନୀୟ ପ୍ରଶାସନ ଅଥବା ପୋଲିସକୁ ସୂଚନା ଦେଇନଥିଲେ ! ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିବା ପରେ ପରେ ପିଡୀତ ଓ ଭୟଭୀତ ପର୍ଯ୍ୟଟକ ମାନଙ୍କୁ ସ୍ଥାନୀୟ ଲୋକେ କେବଳ ନାମମାତ୍ର ଲୋକଦେଖାଣିଆ ସମବେଦନା ଜଣାଇ ବାହାନା ବାଜି କରି ନାଟକୀୟ ଅଭିନୟ କରିଥିଲେ। ଏପରି ଅଭିନୟ କରିଥିବା ପଛରେ ମଧ୍ଯ କାରଣ ରହିଛି ! ଜମ୍ମୁ ଓ କଶ୍ମୀର ବାସିନ୍ଦାମାନଙ୍କ ପାଇଁ ପର୍ଯ୍ୟଟକ ମାନେହିଁ ସବୁଠାରୁ ବଡ଼ ଅର୍ଥ ଉପାର୍ଜିତ କରିବାର ମାଧ୍ଯମ ଅଟେ। ତେଣୁ ଦେଶରେ ତଥା ବିଶ୍ବବ୍ୟାପୀ ନିନ୍ଦାର ପାତ୍ର ନହେବା ପାଇଁ କେବଳ ଅଭିନୟ କରିଥିବା ଜାଣିବାକୁ ମିଳୁଅଛି।

ଦେଶର ତଥା ବିଶ୍ବବ୍ୟାପୀ ଯେକୌଣସି ଲୋକ ହୁଅନ୍ତୁ ନା କାହିଁକି, କଦାପି ନିଜ ଅର୍ଜିତ ଅର୍ଥ ଖର୍ଚ୍ଚ କରି ମରିବା ପାଇଁ କୌଣସି ପର୍ଯ୍ୟଟକ ସ୍ଥାନକୁ କଦାପି ଯିବାକୁ ଇଚ୍ଛା କରିବନାହିଁ। ବିଶେଷ ଭାବରେ ହିନ୍ଦୁମାନେ ଅତି ସହନଶୀଳ ଓ ବିଶ୍ବାସୀ ହୋଇଥିବା କାରଣରୁ ଅନ୍ୟାନ୍ୟ ଧର୍ମ ଏବଂ ସଂପ୍ରଦାୟ ଲୋକଙ୍କୁ ଭରସା ବିଶ୍ବାସ କରୁଥିବା କାରଣରୁ ଏପରି ଏକ ବିଶ୍ବାସ ଘାତକର ଶୀକାର ହେଲେ। ସ୍ଥାନୀୟ ବାସିନ୍ଦା ଲୋକମାନଙ୍କର ନୈତିକତା ଦାୟିତ୍ୱ ନଥିଲା କି ପର୍ଯ୍ୟଟକ ମାନଙ୍କର ସୁରକ୍ଷା ପ୍ରତି ଧ୍ଯାନ ଦେବା ? କାହିଁକି କି ନା, ଉଦ୍ଦେଶ୍ଯ କେବଳ ହିନ୍ଦୁ ମାନଙ୍କୁ ହତ୍ଯା କରିବା, ଏହାଥିଲା ମୂଳକାରଣ !

ବୈସାରନ ଭ୍ୟାଲି ଠାରେ ଆତଙ୍କବାଦୀ ମାନଙ୍କ ଦ୍ବାରା ନିରସ୍ତ୍ର ପର୍ଯ୍ୟଟକ ମାନଙ୍କୁ ଯେପରି ଭାବରେ ଜମ୍ମୁ ଓ କଶ୍ମୀର ବାସିନ୍ଦାମାନଙ୍କ ବିଶ୍ବାସ ଘାତକତା କରି ଯେପରି ଗୁଳିମାରି ହତ୍ଯା କଲେ। ଏହାର ଯେତେ ନିନ୍ଦା କରାଗଲେ ମଧ୍ଯ ଯଥେଷ୍ଟ ହେବନାହିଁ। ଆଗାମୀ ଦିନରେ ଜମ୍ମୁ ଓ କଶ୍ମୀର ଯେଉଁ ପର୍ଯ୍ୟଟକ ମାନଙ୍କୁ ଗୋଟିଏ ଅର୍ଥ ଉପାର୍ଜନ କରିବାର ଏଟିଏମ ମେସିନ ବୋଲି ବୁଝିଥିଲେ। ଏହା ପରେ ପର୍ଯ୍ୟାୟକ୍ରମେ ପର୍ଯ୍ୟଟକ ମାନଙ୍କର ସୁରକ୍ଷା ଏବଂ ସ୍ଥାନୀୟ ଲୋକମାନଙ୍କର ନୈତିକତା ସାହାଯ୍ୟ ସହଯୋଗ ଅଭାବରୁ ସେହିସବୁ ସ୍ଥାନରେ ପର୍ଯ୍ୟଟନ କ୍ଷେତ୍ରରେ ବହୁତ କ୍ଷତି ହେବାର ସମ୍ଭାବନା ରହିଛି। କାରଣ ପର୍ଯ୍ୟଟକମାନେ ନିଜ ସୁରକ୍ଷା କାରଣରୁ ଆଗାମୀ ଦିନରେ ସେହିସବୁ ସ୍ଥାନକୁ ଅର୍ଥ ଖର୍ଚ୍ଚ କରି ଯିବାପାଇଁ ଆଗଭର ହେବନାହିଁ ! ବର୍ତ୍ତମାନ ଖବର ପ୍ରକାଶିତ ପର୍ଯ୍ୟନ୍ତ, ପହଲଗାମ୍ ସ୍ଥିତ ବୈସାରନ ଭ୍ୟାଲି ରେ ଯେଉଁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେଥିରେ ପାକିସ୍ତାନର ସିଧାସଳଖ ସଂପ୍ରୁକ୍ତି ରହିଛି ବୋଲି ତଦନ୍ତକାରୀ ଦଳକୁ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବାର ସୂତ୍ରରୁ ଜାଣିବାକୁ ମିଳୁଅଛି। ଏହା ବ୍ୟତିତ ଆତଙ୍କବାଦୀ ମାନଙ୍କୁ ସ୍ଥାନୀୟ ଲୋକେ ସ୍ଲିପର ସେଲ୍ ରୂପରେ ନିୟୋଜିତ ରହି ସାହାଯ୍ୟ ସହଯୋଗ କରିଥିଲେ ବୋଲି ତଦନ୍ତକାରୀ ଅବଗତ ହୋଇଥିବା ଜାଣିବାକୁ ମିଳୁଅଛି। ଯାହା ଫଳରେ ଭାରତ ସରକାରଙ୍କ ତରଫରୁ ସମସ୍ତ ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭାରତର ସୀମାପାର ଆତଙ୍କବାଦୀଙ୍କୁ ଏବଂ ସେମାନଙ୍କ ଠିକଣା ସ୍ଥାନରେ ପ୍ରତି-ଆକ୍ରମଣ କରିବା ପାଇଁ ପାକିସ୍ତାନରେ ମଧ୍ଯ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ହୋଇଥିବା ଜାଣିବାକୁ ମିଳୁଅଛି।

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।

128
5222 views