ଲାଞ୍ଜିପଲ୍ଲୀ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଶୋକସଭା ପାଳନ !
ବ୍ରହ୍ମପୁର ତା-୪-୫-୨୫ରିଖ ।
ସ୍ଥାନୀୟ ଲାଂଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ,ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ଗତ ଏପ୍ରିଲ ୨୨ ତାରିଖରେ ଜାମୁ କାଶ୍ମୀରର ପହଲଗାମ୍ ଠାରେ ଆତଙ୍କବାଦୀଙ୍କ ଦ୍ବାରା ନିହତ ହୋଇଥିବା ବ୍ୟକ୍ତିଙ୍କ ଦ୍ବାଦଶାହ ଦିବସ ଅବସରରେ ମଂଚ ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏକ ଶୋକସଭା ଅନୁଷ୍ଠିତ କରାଯାଈଥିଲା । ମ୍ରୁତ ବ୍ଯକ୍ତିଙ୍କ ଆତ୍ମାର ସଦ୍ଗତି ପାଇଁ ୨୮ଟି ଦୀପ ପ୍ରଜ୍ବଳନ କରାଯାଈ ସାମୁହିକ ଭାବେ ନିରବ ପ୍ରାର୍ଥନା କରା ଯାଇଥିଲା। ପରମ ପିତା ପରମାତ୍ମା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଶକ୍ତି ଓ ଧୈର୍ଯ୍ଯ ପ୍ରଦାନପାଈଁ ସମୁହ ଭାବେ ମହାମ୍ରୁତ୍ୟୁଞ୍ଜୟ ମଂନ୍ତ୍ର ପାଠ କରାଯାଇଥିଲା ।ଉକ୍ତ କାର୍ଯ୍ଯକ୍ରମରେ ମଂଚ ଉପଦେଷ୍ଠା କେ. କ୍ରୀଷ୍ଣା ରାଓ, ସଂପାଦକ ସୁରେଶ ଜେନା, ସହ ସଂପାଦକ ଇଂ ବିନୋଦ କୁମାର ପାଣିଗ୍ରାହୀ, କୋଷାଧ୍ଯକ୍ଷ ପ୍ରଫୁଲ ପାତ୍ର, ସର୍ବଶ୍ରୀ ଗୌରୀ ଶଙ୍କର ପାତ୍ର, ଶିବରାମ ପାଣିଗ୍ରାହି, ଅଭିମନ୍ୟୁ ମହାନ୍ତି, ଅଭିମନ୍ୟୁ ମହାରଣା, ହରିବନ୍ଧୁ ବେହେରା, ପୁରନ୍ଦର ମହାଙ୍କୁଡ, ରାଧା ମୋହନ ପଟନାୟକ, ଏସ୍ ଏନ୍ ଦାସ, କଂଗ୍ରେସ ସାହୁ, ସୀମାଞ୍ଚଳ ପଣ୍ତା ସମେତ ଅର୍ଦ୍ଧଶତାଧିକ ସଦସ୍ଯ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।