logo

ଶ୍ରୀ ଶ୍ରୀ ଶ୍ରୀ ଅନନ୍ତେଶ୍ୱର ମହାଦେବ ଙ୍କ ପୀଠ ରେ ବିଶ୍ଵାଶାନ୍ତି ରୁଦ୍ର ମହାଯଜ୍ଞ

ଖୋର୍ଦ୍ଧା,୩.୫ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ସରପାରି ପଂଚାୟତ ବଘେଇପୁଟ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଅନନ୍ତେଶ୍ୱର ମହାଦେବ ଙ୍କ ପୀଠରେ ଅଷ୍ଟମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମହାସମାରୋହରେ ସମାପ୍ତ ହୋଇଯାଇଅଛି l ବିଶ୍ୱ ର କଲ୍ୟାଣ ନିମନ୍ତେ ଆୟୋଜିତ ଚାରି ଦିନ ବ୍ୟାପି ଚାଲିଥିବା ଏହି ବିଶ୍ବଶାନ୍ତି ରୁଦ୍ର ମହାଯଜ୍ଞ ରେ ଵିଧି ଅନୁଯାଇ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ସର୍ବଦେବୀ ପୂଜା କରାଯାଇ ଶନିବାର ପୂର୍ଣାହୁତି ଦିବସ ସମ୍ପର୍ଣ୍ଣ ହୋଇଥିଲା l ଏହି ପୂର୍ଣ୍ଣାହୁତି ଦିବସରେ ଶହ ଶହ ଭକ୍ତ ଉପସ୍ଥିତ ହୋଇ ପ୍ରଭୁକୃପା ଲାଭ କରିଥିଲେ l ଯଜ୍ଞ କମିଟି ସଭାପତି ଗୌରାଙ୍ଗ ବିଶ୍ୱାଳ, ସମ୍ପାଦକ ନାରାୟଣ ଶତପଥି, ପୁରୋଧା ଦେବା ରଥ, କର୍ତ୍ତା ଲିଙ୍ଗରାଜ ମାର୍ଥା ଓ ବିଷ୍ନୁପ୍ରିୟା ମାର୍ଥା ଯଂଜ୍ଞ ପରିଚାଳନା କରିଥିବା ବେଳେ କମିଟିର ଅନ୍ୟମାନେ ସକ୍ରିୟ ସହଯୋଗ କରିଥିଲେ l ଏହି ଶୁଭ ଅବସରରେ ବୃକ୍ଷ ରୋପଣ କାର୍ଯକ୍ରମ କରାଯାଇଥିଲା l ଏଥିରେ ରଶ୍ମି ରଞ୍ଜନ ମଙ୍ଗରାଜ, ସୁବାସ ମହାପାତ୍ର, ରମେଶ ମଙ୍ଗରାଜ, ସଂଗ୍ରାମ ମାଝୀ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଖୋର୍ଦ୍ଧା ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପୂର୍ବତନ ଜ଼ିଲ୍ଲା ପରିଷଦ ସୁକାନ୍ତ ମଙ୍ଗରାଜ,ଯୁବ ନେତା ବିଜୟ ରାଉତରାୟ, ଚିତ୍ତରଞ୍ଜନ ପ୍ରମୁଖ ପୂର୍ଣ୍ଣାହୁତି ଦିବସରେ ଦର୍ଶନ କରି ପ୍ରଭୁକୃପା ଲାଭ କରିଥିଲେ l ଖୋର୍ଦ୍ଧା ଜ଼ିଲ୍ଲା ଅଲ ଓଡିଶା ରିପୋଟର୍ସ ଆସୋସିଏସନ ସଭାପତି ଦୀପକ ପ୍ରଧାନ ଙ୍କୁ କମିଟି ପକ୍ଷରୁ ଉତ୍ତୋରୀୟ ପ୍ରଦାନ କରି ସଂମ୍ମାନିତ କରାଯାଇଥିଲା ଶେଷରେ ସାସ୍କୁର୍ତ୍ତିକ କାର୍ଯ୍ୟକ୍ରମ ସହ ବାଳିକା ରାମ ନାଟକ କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଭକ୍ତଗଣ ଉପଭୋଗ କରିଥିଲେ l

41
3076 views
2 comment  
  • Rasmiranjan Mangaraj

    Baba Ananteshwar Devay Namah

  • Rasmiranjan Mangaraj

    Omm Namah Shivay 🙏