logo

*ଶ୍ରୀ ଶନିମନ୍ଦିର ର ଦ୍ୱାଦଶତମ ବାର୍ଷିକୋତ୍ସବ*


ଦାମନଯୋଡି: ଶିଳ୍ପାଞ୍ଚଳ ଦାମନଯୋଡି ସନ୍ନିକଟ ଭେଜାପୁଟ ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିସରରେ ଥିବା ଶ୍ରୀ ଶନିମନ୍ଦିର ର ଦ୍ୱାଦଶତମ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ମନ୍ଦିର ପ୍ରତିଷ୍ଠାତା ବ୍ରଜକିଶୋର ଦାସଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି ଉତ୍ସବରେ ଅମୁଲ୍ୟ କୁମାର ବାରିକ ଓ ଧର୍ମପତ୍ନୀ ଶୈଳବାଳା ବାରିକ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ସକାଳୁ ମନ୍ଦିରର ନିତ୍ୟ ନୀତିକାନ୍ତି ସହ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା । ମହିଳା ମାନେ କଳସଯାତ୍ରାରେ ପାଣି ଆଣି ମନ୍ଦିର ସମ୍ମୁଖରେ ସ୍ଥାପନ କରିଥିଲେ । ସନ୍ଧ୍ୟାରେ ସନିଦେବଙ୍କୁ ମହାସ୍ନାନ କରାଯିବା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ମନ୍ଦିରର ନିତ୍ୟ ପୂଜକ ସନ୍ତୋଷ କୁମାର ଦାଶ ଓ ମାନସ କୁମାର ଦାଶ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ । ପୂର୍ଣ୍ଣାହୁତି ପରେ ସାମୁହିକ ପ୍ରାସାଦ ସେବନ ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିଚାଳନା କମିଟି, ଶ୍ରୀ ସିଦ୍ଧେଶ୍ୱର ବଣିକ ସଂଘ ଓ ଗ୍ରାମବାସୀ ମିଳିତ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

21
1549 views