
ଚିର ନିଦ୍ରାରେ ଶୋଇ ଯାଇଥିବା ବୈସାରନ ଭ୍ୟାଲି ପର୍ଯ୍ୟଟକ ମାନଙ୍କୁ ନ୍ଯାୟ ମିଳିବ କେବେ?
ଚିର ନିଦ୍ରାରେ ଶୋଇ ଯାଇଥିବା ବୈସାରନ ଭ୍ୟାଲି ପର୍ଯ୍ୟଟକ ମାନଙ୍କୁ ନ୍ଯାୟ ମିଳିବ କେବେ ?
---------------------------------------------------
ଆକସନ୍ କମ୍ ରିଆକ୍ସନ ଦେଶୀ,
ଟେନସନ କମ୍ ଇମୋସନ୍ ବେଶୀ !
ପହଲଗାମ୍ ସ୍ଥିତ ବୈସାରନ ଭ୍ୟାଲି ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣା ଅଭିଶପ୍ତ ହୋଇ ରହିଗଲା...
ଲୋକେ ନିଜ ଅର୍ଜିତ ଅର୍ଥ ଖର୍ଚ୍ଚ କରି ଯାଇନଥିଲେ, ମରଣକୁ ବରଣ କରି ପାଇଁ !
ଲୋକେ ଆବଶ୍ଯକତା ଠାରୁ ଅଧିକ ବିଶ୍ବାସ କରୁଥିବା କାରଣରୁ ଏପରି ବିଶ୍ବାସ ଘାତକର ଶୀକାର ହେଲେ !
ବିଶ୍ବ ଗୁରୁ ହୁଅନ୍ତୁ ବା ନ ହୁଅନ୍ତୁ, କିନ୍ତୁ ନିଜ ଲୋକମାନଙ୍କୁ ବିଶ୍ବାସ ରେ ବିଷ ଦେଇଥିଲେ !
ଖାଲି ମିଥ୍ଯା ଭାଷଣରେ ଲୋକମାନଙ୍କୁ ଟୋପୀ ପିନ୍ଧାଇବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି।
ତଥାପି ଦେଶବାସୀ ପହଲଗାମ୍ ସ୍ଥିତ ବୈସାରନ ଭ୍ୟାଲି ଠାରେ ଆତଙ୍କବାଦୀ ଆକ୍ରମଣ ଦ୍ବାରା ନିହତ ଲୋକମାନଙ୍କର ପରିବାର ଲୋକଙ୍କୁ ନ୍ଯାୟ ମିଳିବ ବୋଲି ଆଶା ବାନ୍ଧି ରଖିଛନ୍ତି !
ପହଲଗାମ୍ ସ୍ଥିତ ବୈସାରନ ଭ୍ୟାଲି ଠାରେ ଆତଙ୍କବାଦୀ ଆକ୍ରମଣରେ ନିହତମାନଙ୍କ ପ୍ରତି ଉପଯୁକ୍ତ ନ୍ଯାୟ ମିଳିବ ବୋଲି ଦେଶବ୍ୟାପୀ ଦ୍ରୁଢ ଦାବୀ କରୁଅଛନ୍ତି। ଏହାହିଁ ସେହି ମ୍ରୁତ୍ୟୁ ପ୍ରାପ୍ତ କରିଥିବା ବ୍ଯକ୍ତି ମାନଙ୍କର ଆତ୍ମାକୁ ଶାନ୍ତି ପ୍ରଦାନ କରିବ।
ବର୍ତ୍ତମାନ ପରିସ୍ଥିତିରେ ପାକିସ୍ତାନକୁ ତାହାର ମାଟିରେ ପାଳନପୋଷଣ କରୁଥିବା ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତାନ୍ତ ଜରୁରୀ ଅଟେ। ଏହା ବ୍ୟତିତ ପାକିସ୍ତାନ ସହିତ ସମସ୍ତ ପ୍ରକାରର ସମ୍ପର୍କ ଚ୍ଛିନ୍ନ କରିବା ଏକାନ୍ତ ଆବଶ୍ଯକ। ଜଳ, ସ୍ଥଳ ଓ ଆକାଶ ମାର୍ଗରେ କରାଯାଉଥିବା ସମସ୍ତ ପ୍ରକାରର ବାଣିଜ୍ଯ କାରବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବା ଉଚିତ୍।
କୌଣସି ପ୍ରକାରର ପାକିସ୍ତାନ ନାଗରିକ ମାନଙ୍କ ଭିସା ରଦ୍ଦ ହେବା ନିହାତି ଜରୁରୀ ଅଟେ। ପାକିସ୍ତାନର ସମସ୍ତ ପ୍ରକାରର ସୋସିଆଲ ମିଡିଆ ପ୍ଲାଟଫର୍ମ, ଟେଲିଭିଜନ ଚ୍ୟାନେଲ ଗୁଡିକ ଭାରତରେ ସଂପ୍ରସାରଣ ଉପରେ ସବୁଦିନ ପାଇଁ ବାତିଲ୍ କରାଯିବା ଉଚିତ୍। ପାକିସ୍ତାନ ସହିତ କଥାବାର୍ତ୍ତା ହେବାର କୌଣସି ପ୍ରୟୋଜନ ନାହିଁ। ଅତୀତର ଯେତେସବୁ ଚୁକ୍ତିନାମା ପାକିସ୍ତାନ ସହିତ କରାଯାଇଛି। ତାହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯିବା ନିତାନ୍ତ ଜରୁରୀ ଅଟେ। ନଚେତ୍ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପରେ ରୋକ ଲଗାଇବା ବହୁତ କଷ୍ଟସାଧ୍ୟ ହେବାର ସମ୍ଭାବନା ଅଧିକ ରହିଛି। ଭାରତର ଯେକୌଣସି ଲୋକ ପାକିସ୍ତାନର ନାଗରିକ ମାନଙ୍କ ସହିତ କଥାବାର୍ତ୍ତା କରୁଥିବା କିମ୍ବା ସମ୍ପର୍କରେ ରହୁଥିବା ଜାଣିବାକୁ ମିଳୁଅଛି। ସେମାନଙ୍କ ବିରୁଦ୍ଧରେ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତାନ୍ତ ଆବଶ୍ଯକ।
ଯଦି କୌଣସି ପାକିସ୍ତାନର ନାଗରିକ ଭାରତରେ ବେଆଇନ୍ ଭାବରେ ଅନୁପ୍ରବେଶ କରୁଥିବା ଜାଣିବାକୁ ମିଳୁଅଛି। ତେବେ ତୁରନ୍ତ ସେମାନଙ୍କ ବିରୁଦ୍ଧରେ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଏହା ବ୍ୟତିତ ଭାରତରେ ଯେଉଁ ନାଗରିକ ପାକିସ୍ତାନ ସହିତ ଗୁପ୍ତରେ ସମ୍ପର୍କରେ ରହୁଥିବା ଜାଣିବାକୁ ମିଳୁଅଛି ସେମାନଙ୍କ ବିରୁଦ୍ଧରେ ଦେଶଦ୍ରୋହୀ ବିବେଚନା କରି ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିତାନ୍ତ ଜରୁରୀ ଅଟେ। ଏପରି ଦେଶଦ୍ରୋହୀ ବିଶ୍ବାସ ଘାତକମାନଙ୍କୁ ଦେଶର ପ୍ରଥମ ଶତ୍ରୁ ମନେକରି ନିପାତ କରିବା ନିତାନ୍ତ ଆବଶ୍ଯକ ଅଟେ।
ଯୁଦ୍ଧ ରଣନୀତି ଆଧାରରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ କରାଯାଏ। ପ୍ରଥମଟି ଅସ୍ତ୍ର, ଶସ୍ତ୍ର ଓ ସୈନ୍ଯମାନଙ୍କ ଦ୍ବାରା କରାଯାଏ। ଏହା ପ୍ରତ୍ୟକ୍ଷ ଯୁଦ୍ଧ ରଣନୀତିକୁ ବୁଝାଇଥାଏ। ଦ୍ବିତୀୟଟି କୂଟନୈତିକ ରଣନୀତି ଆଧାରରେ ପରୋକ୍ଷରେ ଶତୃ ବିରୁଦ୍ଧରେ ଯୁଦ୍ଧ କରାଯାଏ। ଏଥିରେ କୌଣସି ପ୍ରକାରର ବିଭତ୍ସ, ଭୟାବହ, ଧ୍ବଂସ, ଜୀବନ ହାନୀକାରୀ ଯଦିଓ ଦେଖିବାକୁ ମିଳେ ନାହିଁ। କିନ୍ତୁ ଶେଷ ପରିସ୍ଥିତିରେ ଶତୃ ବିରୁଦ୍ଧରେ ବହୁତ ପ୍ରଭାବିତ କରିଥାଏ। ଯାହାଫଳରେ ଶତୃ ସିଧାସଳଖ ଯୁଦ୍ଧ କରିବାର ଶକ୍ତି ଓ ସାମର୍ଥ୍ଯ ଦୁର୍ବଳ ହୋଇଯାଏ। ଏପରି ଦୁର୍ବଳ ପରିସ୍ଥିତିରେ ଶତୃମାନଙ୍କୁ ଦମନ କିମ୍ବା ବିନାଶ କରିବା ବେଶୀ କଷ୍ଟକର ପରିସ୍ଥିତି ସୃଷ୍ଟି ହୁଏନାହିଁ।
ପାକିସ୍ତାନର ଆତଙ୍କବାଦୀ ମାନଙ୍କୁ ଯେଉଁମାନେ ଭାରତରେ ନିୟମିତଭାବେ ସ୍ଲିପର ସେଲ୍ ରୂପରେ ନିୟୋଜିତ ରହି ସାହଯ୍ୟ ସହଯୋଗ କରୁଛନ୍ତି। ସେମାନଙ୍କର ସମସ୍ତ ପ୍ରକାରର ନେଟୱର୍କ ନଷ୍ଟ କରିବା ନିତାନ୍ତ ଜରୁରୀ ଅଟେ। ଏହା ସହିତ ସେହି ଦେଶଦ୍ରୋହୀ ବିଶ୍ବାସ ଘାତକ ମାନଙ୍କର ଘରଦ୍ବାର ଜବତ୍ କରାଯିବା ଏକାନ୍ତ ଆବଶ୍ଯକ ଅଟେ। ସେମାନଙ୍କର ସାଙ୍ଗ, ସାଥି, ବନ୍ଧୁ କୁଟୁମ୍ବ ମାନଙ୍କୁ ମଧ୍ଯ କଳା ତାଲିକାଭୁକ୍ତ କରାଯିବା ନିତାନ୍ତ ଜରୁରୀ ଅଟେ। ଯେପରି ଭବିଷ୍ଯତରେ କୌଣସି ପ୍ରକାରର ଆତଙ୍କବାଦୀ ଆକ୍ରମଣ ଘଟଣା ପଛର ସତ୍ଯତା ଜାଣିବାରେ ବହୁତ ସହଜସାଧ୍ୟ ହେବ। ଏଭଳି ଦେଶଦ୍ରୋହୀ ବିଶ୍ବାସ ଘାତକ ମାନଙ୍କ ଯୋଗୁଁ ଦେଶରେ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାର୍ଯ୍ୟକଳାପ ସମାପ୍ତ କରିବା ପରିବର୍ତ୍ତେ ବହୁତ ବଢି ଯିବାର ସମ୍ଭାବନା ଅଧିକ ରହିଛି। ଆଗ ଏମାନଙ୍କୁ ସମୂଳେ ନିପାତ କରିବା ନିତାନ୍ତ ଜରୁରୀ, ତାପରେ ସୀମାପାର ଆତଙ୍କବାଦ କାର୍ଯ୍ୟକଳାପରେ ଦମନ କରିବା ସହଜସାଧ୍ୟ ହେବାର ସମ୍ଭାବନା ରହିଛି।
ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।