ଦଶମ ବୋର୍ଡ ପରୀକ୍ଷା ରେ ୫୬୦ ମାର୍କ ରଖି ପୁରୁଷୋତ୍ତମପୁର ଅଞ୍ଚଳ ର ଗୌରବ ରଖିଲେ ରୁଦ୍ର ସୁମନ ପାଢ଼ୀ !
ଗଞ୍ଜାମ ଜିଲ୍ଲା-ପୁରୁଷୋତ୍ତମପୁର ବ୍ଲକ ନିକଟସ୍ଥ ଭୀମପୁର ଗ୍ରାମର ଛାତ୍ର ରୁଦ୍ରସୁମନ୍ ପାଢ଼ୀ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୬୦(୯୩.୩୩%) ମାର୍କ ରଖି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟା ମନ୍ଦିରର ଛାତ୍ର ଅଟନ୍ତି । ରୁଦ୍ରସୁମନ୍ କହିଛନ୍ତି ସେ ଦିନକୁ ୭ ରୁ ୮ ଘଣ୍ଟା ପରିଶ୍ରମ କରନ୍ତି ।ସେ ସଫଳତା ର ଶ୍ରେୟ ପିତା ସନ୍ତୋଷ କୁମାର ପାଢ଼ୀ,ମାତା ପ୍ରଣୀତା ପାଢ଼ୀ,ବିଦ୍ୟାମନ୍ଦିର ର ଗୁରୁଜୀ,ଗୁରୁମା ଏବଂ କକା ସୁଶାନ୍ତ କୁମାର ପାଢ଼ୀ ଯିଏକି ପୁରୁଷୋତ୍ତପୁର ଅଞ୍ଚଳର ଜଣାଶୁଣା ଶିକ୍ଷାବିତ୍ ତଥା ପାଢ଼ୀ ଶିକ୍ଷାକେନ୍ଦ୍ରର ପ୍ରତିଷ୍ଠାତା ଙ୍କୁ ଦେଇଛନ୍ତି ।ସେ କହିଛନ୍ତି ଏହି ଦଶମ ପରୀକ୍ଷାର ମାର୍କ ଆମ ପରିବାରରେ ଖୁସି ଆଣିଛି ।ରୁଦ୍ରସୁମନ ଭବିଷ୍ୟତ ରେ ଏକ IIT ଇଞ୍ଜିନିୟର ହେବାକୁ ଲକ୍ଷ୍ୟ ରଖିଛନ୍ତି ।