ସ୍ପେଷାଲ୍ ଡ୍ରାଇଭ୍ ରେ ଗଂଜାମ ପୋଲିସ କୁ ବଡ ସଫଳତା। ବିପୁଳ ପରିମାଣର ମାରଣାସ୍ତ୍ର ଜବତ, ୧୮ ଅପରାଧୀ ଗିରଫ।
ଗଂଜାମ: ସ୍ପେଷାଲ ଡ୍ରାଇଭ୍ ରେ ଗଂଜାମ ପୋଲିସ କୁ ମିଳିଛି ବଡ଼ ସଫଳତା। ଗତ କିଛି ଦିନ ଧରି ଚାଲିଥିବା ସ୍ଵତନ୍ତ୍ର ଧରପଗଡ ଅଭିଯାନ ରେ ଜବତ ହୋଇଛି ବହୁ ମାରଣାସ୍ତ୍ର, ପିସ୍ତଲ, ଅଫୁଟା ଗୁଳି। ଏହା ସହ୧୮ ଜଣ ପେଶାଦାର ଅପରାଧୀ ମାନଙ୍କୁ ଗିରଫ କରିଛି ଗଂଜାମ ପୋଲିସ। ଗତ କିଛି ଦିନ ଧରି ଗଂଜାମ ଜିଲ୍ଲା ଅଶାନ୍ତ ହୋଇ ପଡ଼ିଥିଲା, ଅପରାଧୀ ମାନେ ଖୁଲମ ଖୋଲା ଅପରାଧ ଘଟାଇ ଚାଲି ଥିଲେ ଦକ୍ଷିଣା ଅଂଚଳ ପୋଲିସ ଆଇ ଜି ନୀତି ଶେଖର ଙ୍କ ସୁଚନା ଅନୁସାରେ ଗଂଜାମ ଜିଲ୍ଲା ରେ ବିଭିନ୍ନ ଅଞ୍ଚଳ ରେ ବେଆଇନ ଅସ୍ତ୍ର ଶସ୍ତ୍ର ଥିବ। ଜାଣିବାକୁ ପାଇ ଥିଲେ, ଗଂଜାମ ଏସପି ଙ୍କ ନିର୍ଦେଶ ରେ ଅପରାଧୀ ମାନଂକୁ ଧରପଗଡ ପାଇଁ ଏକ ସ୍ପେଶିଆଲ୍ ଟିମ୍ ଗଠନ କରାଯାଇ ସ୍ପେଶିଆଲ ଡ୍ରାଇଭ୍ ଆରମ୍ଭ କରାଯାଇ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଆସିକା, ଭଞ୍ଜନଗର, ପୋଲିସରା, ଶେରଗଡ଼, ଚମାଖଣ୍ଡି, ଆଦି ଅଂଚଳ ରେ ଗତ ଆଠ ଦିନ ଧରି ସ୍ପେସିଆଲ ଅପରେସନ ଚଲେଇ ଥିଲେ। ଏବଂ ଅପରାଧୀ ମାନଙ୍କୁ ଗିରଫ କରି ଥିଲେ। ଗଂଜାମ ପୋଲିସ ର ଏହି ଅଭିଯାନ କୁ ଜିଲ୍ଲା ବାସୀ ସ୍ଵାଗତ କରିବା ସହ ଭୂୟଂଶ ପ୍ରସଂସା କରି ଥିଲେ।