
ଆନନ୍ଦପୁରରେ ବିଜେପି ପକ୍ଷରୁ ପରାକ୍ରମ ଶୋଭାଯାତ୍ରା
ଆନନ୍ଦପୁର ବିଜେପି ତରଫରୁ ଏକ ପରାକ୍ରମ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ଆନନ୍ଦପୁର ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ଆନନ୍ଦପୁର ବ୍ଲକ ଛକ ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଆନନ୍ଦପୁର ର ଆରାଧ୍ୟ ଶ୍ରୀ ଶ୍ରୀ ଦଧିବାମନଜୀଉ ମନ୍ଦିର ନିକଟରେ ପହଞ୍ଚିଥିଲା ପହେଲଗାମ ଆତଙ୍କବାଦୀଙ୍କ ହାମଲା ର ପ୍ରତିବାଦ ରେ ଭାରତ ର ଅପରେସନ ସିନ୍ଦୂର କାର୍ଯ୍ୟକ୍ରମ କୁ ଦକ୍ଷତାର ସହିତ ଭାରତୀୟ ସେନା ବାହିନୀ ର ବିର ଯବାନ ମାନେ ପ୍ରତିହତ କରିଥିବାରୁ ସେମାନଙ୍କ ମନ ବଳ ବୃଦ୍ଧି କରିବା ପାଇଁ ଏହି ପଦଯାତ୍ରା ରେ ଆନନ୍ଦପୁର ର ସମସ୍ତ ଜନସାଧାରଣ ସରକାରୀ ପଦାଧିକାରୀ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପୋଲିସ ବାହିନୀ ପ୍ରମୁଖ ଯୋଗ ଦେଇ ଭାରତୀୟ ସେନା ବାହିନୀର ଜୟ ଗାନ କରିଥିଲେ ଝଣ୍ଡା ଉଚ୍ଚା ରହେ ହାମାରା ନାରା ରେ ଯୁବ ଗୋଷ୍ଠୀଙ୍କ ମେରା ଭାରତ ମହାନ୍ ଭାରତ ମାତା କି ଜୟ ଧୋନି ରେ ଆନନ୍ଦପୁର ସହର କୁ ପ୍ରକମ୍ପିତ ହୋଇଉଠିଥିଲା ଉକ୍ତ ଶୋଭା ଯାତ୍ରା ଶ୍ରୀ ଦଧିବାମନ ଜୀଉ ଙ୍କ ରଥ ଖଳା ରେ ପହଞ୍ଚିବା ପରେ ଆୟୋଜିତ ପଥ ପ୍ରାନ୍ତ ସଭାରେ କେନ୍ଦୁଝର ସାଂସଦ ପ୍ରତିନିଧି ରାମଚନ୍ଦ୍ର ସାହୁ,ବିଜେପି ରାଜ୍ୟ ସଂଯୋଜକ ତ୍ରିଲୋଚନ ଦାସ,ବିଜେପି ନେତା ଆଲୋକ ସେଠୀ,ଜ୍ଞାନ ରଞ୍ଜନ ସାମନ୍ତ ସିଂହର,ନିରାକାର ଦଳେଇ,ସନ୍ତୋଷ କୁମାର ଜେନା,ଟୁକୁନା ମହାନ୍ତ, ସୁମତି ଜେନା,ଦୀପ୍ତି ସାହୁ,ଅସୀମା ମିଶ୍ର,ପ୍ରଣୟନି ନାୟକ,ଟିକି କିସ୍କୁ,ବବିତା ଶତପଥୀ,ସୁରେଶ ସାହୁ,ଅକ୍ଷୟ ସାହୁ,କମଳା ସୁର,ପଦ୍ମ ଲୋଚନ ପାଣିଗ୍ରାହୀ,ସିପୁ ଜେନା,ଗଣେଶ୍ଵର ମହାନ୍ତି,ସନ୍ତୋଷ ରାଜ୍,ସତ୍ୟବ୍ରତ ଦାସ,ସମ୍ବିତ ଦାସ ମହାପାତ୍ର,ରୁଦ୍ର ରାଜ୍,ଗଗନ ସିଂ,ମୁରଲୀ ଧର ମିଶ୍ର,ନରେନ୍ଦ୍ର ପଣ୍ଡା,ସୁନୀଲ ନାୟକ ପ୍ରମୁଖ ଯୋଗ ଦେଇ ଭାରତୀୟ ସୀମା ରେ ବିର ଗତି ହୋଇଥିବା ଯବାନ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ ।