ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧା ମୂର୍ତ୍ତୀ। ଆଜି ଗଜ ବେଶ ଧାରଣ ।
ଆଜି ପବିତ୍ର ଜୋଷ୍ଟ ପୂର୍ଣ୍ଣିମା ବା ଦେବ ସ୍ନାନ ପୂର୍ଣ୍ଣିମା। ରତ୍ନ ବେଦୀ ରୁ ଓହ୍ଲାଇ ଆସି ସ୍ନାନ ବେଦୀ ରେ ବିଜେ କରିବେ କୋଟି କୋଟି ଓଡିଆଙ୍କ ମଉଡମଣି ଶ୍ରୀ ଜିଉ ଦଇତା ପତି ସେବାୟତ ମାନେ ଠାକୁର ଙ୍କୁ ଧାଡ଼ି ପହଣ୍ଡିରେ ବିଜେ କରାଇବେ ସ୍ନାନ ମଣ୍ଡପ ରେ। ମଣ୍ଡପ ରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା ମଧ୍ୟ କରାଯିବ। ନିୟମ ଅନୁସାରେ ଠାକୁର ଙ୍କୁ ବିଜେ ପରେ ଠାକୁର ଙ୍କୁ ମହାସ୍ନାନ କରାଯାଇଥାଏ।ତେବେ ଏହି ସ୍ନାନ ଜଳ କୁ ଏକ ବର୍ଷ ପୂର୍ବରୁ ଗଚ୍ଛିତ କରି ରଖା ଯାଇଥାଏ। ଏବଂ ଏହି ଜଳ ଜେଉ କୂଅ ରୁ ଅଣା ଯାଇ ଥାଏ ତାକୁ "ସୁନା କୂଅ"କୁହାଯାଇ ଥାଏ। ଏହି କୂଅ ରୁହିଁ ଜଳ ଆଣି ଜିଉ ମାନଙ୍କୁ ସ୍ନାନ କରାଯାଇଥାଏ। ପ୍ରଭୁ ଜଗନ୍ନାଥ ଙ୍କୁ ୩୫ଗରା ସୁବାସିତ ଜଳ ଦ୍ଵାରା ସ୍ନାନ କରାଯାଇଥାଏ, ବଡ଼ ଠାକୁର ପ୍ରଭୁ ବଳଭଦ୍ର ଙ୍କୁ ୩୩ଗରା ଜଳ, ମାଆ ସୁଭଦ୍ରା ଙ୍କୁ ୨୨ଗରା ଜଳ ଏବଂ ଚକ୍ର ରାଜ ପ୍ରଭୁ ସୁଦର୍ଶନ ଙ୍କୁ ୧୮ଗରା ଜଳ ଆଣି ସ୍ନାନ କରାଯାଇଥାଏ। ଏବଂ ଏହି ଦିନ ହିଁ ଶ୍ରି ଜିଉ ମାନଙ୍କ ଗଜ ବେଶ ଧାରଣ କରିଥାନ୍ତି।