
କାମାଗଡ଼ ପାହାଡ଼ରୁ ବେଆଇନ ପଥର ଖନନ କୁ ନେଇ ଅଭିଯୋଗ
ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଅନ୍ତର୍ଗତ କାମାଗଡ଼ ଅଞ୍ଚଳ ର ଫଗୁଆ ପାହାଡ଼ ଚୋରି ହେବାରେ ଲାଗିଛି ବୋଲି ଅଭିଯୋଗ ହେଉଛି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ମନ୍ତ୍ରୀ ଓ ଖଣି ମନ୍ତ୍ରୀ ଲଘୁ ଖଣିଜାତ ଦ୍ରବ୍ୟ ର ଚୋରି ରୋକିବା ପାଇଁ କହୁଥିଲେ ମଧ୍ୟ ଭଞ୍ଜନଗର ଉପଖଣ୍ଡ ର ଆସିକା ତହସିଲ ଅନ୍ତର୍ଗତ ବାଲିସିରା ରାଜସ୍ୱ ନିରୀକ୍ଷକ ଅଧୀନରେ ଥିବା କାମାଗଡ଼ ନିକଟରେ ଥିବା ଫଗୁଆ ପାହାଡ଼ କୁ ଦିନ ଦିପହରରେ ଲୁଟ ହେଉଛି ଏହାକୁ ପଂଚାୟତ ପ୍ରତିନିଧ୍, ଖଣି କାର୍ଯ୍ୟାଳୟ, ଏହାକୁ ଦେଖୁଥିଲେ ମଧ୍ୟ ନଦେଖୁଲା ଭଳି ରହୁଛନ୍ତି ଯାହା ଫଳରେ ଜଣେ କିମ୍ବା ଦୁଇ ଜଣ ବ୍ୟକ୍ତି ଏହି ସୁନ୍ଦର ପାହାଡ଼ କୁ ଫୁଟାଇ କରି ଅସୁନ୍ଦର କରି ସାରିଲେଣି ଏହାକୁ ଭାରତୀୟ ଜନତା ପାର୍ଟି ର ବରିଷ୍ଠ ନେତା ତଥା ବର୍ତମାନ ର କାଉନ ସିଲର ରାଘବ ସିଅ, କିଛି ପରିବେଶ ବିତ, ଅଂଚଳ ବାସି ଅଭିଯୋଗ କଲେ ମଧ୍ୟ କେହି ଗୁହାରୀ ଶୁଣୁନଥୁବା ଭଳି ମନେ ହଉଛି ଗତ ବର୍ଷ ବାରମ୍ବାର ଅଭିଯୋଗ କରିବା ଫଳରେ ଜଣେ କ୍ରସର ମାଲିକ କୁ ଲକ୍ଷ ଧିକ ଟଙ୍କା ଜୋରିମାନା ପଡିଥିଲା ବୋଲି ଶୁଣିବାକୁ ମିଳୁଛି ଆସିକାରେ ମାତ୍ର ୦୬ ଗୋଟି କୁଆଁରୀ କୁ ଲିଜ ଆକାର ରେ ଦିଆଯାଇଛି ହେଲେ ଏହି ପାହାଡ଼ ର ଲିଜ ନଥାଇ କିଭଳି ପାହାଡ଼ କଟା ଚାଲିଛି ବୋଲି ଅନେକ ଅଂଚଳବାସି ଅଭିଯୋଗ କରିଛନ୍ତି ଏସମ୍ପର୍କ ରେ ବିଭାଗୀୟ ଅଧିକାରୀ ସହ ଯୋଗାଯୋଗ କରିବାକୁ ଚେଷ୍ଟା ହୋଇ ଥିଲେ ମଧ୍ୟ ଖବର ଲେଖା ପର୍ଯ୍ୟନ୍ତ ସମ୍ଭବ ପର ହୋଇ ନାହିଁ କ୍ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ବହୁ ପରିବେଶ ବିତ ଅନୁରୋଧ କରିଛନ୍ତି।