logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

*କେନାଲରେ ପଡ଼ି ସ୍କୁଟି ଚାଳକ ଗୁରୁତର*

ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ବ୍ଲକର କୁନମୁରୁ ପଞ୍ଚାୟତ ସଂଲଗ୍ନ ଲମଲୋଇ ଦଶନମ୍ବର ରାଜ୍ୟ ରାଜପଥରେ କୁତ୍ରା ପଟୁ ରାଜଗାଙ୍ଗପୁର ଆଡକୁ ଯାଉଥିବା ସମୟରେ କଡରେ ଥିବା କେନାଲରେ ସ୍କୁଟି ସହିତ ଚାଳକ ଡିଆଁ ମାରି ଗଛରେ ପିଟି ଗୁରୁତର ହୋଇଛନ୍ତି l ଉକ୍ତ ଚାଳକ ଗୁରୁତର ହେଇ ପଡ଼ି ରହିଥିଲେ ଅନେକ ସମୟ ଧରି l ଓ.ଆଇ.ଏସ ଏଲ ପ୍ଲାଣ୍ଟ ନିକଟରେ ଥିବାବେଳେ ଶ୍ରମିକ ଜଣକ ଛୁଟି ହେଇ ଘରକୁ ଯାଉଥିବା ସମୟରେ କେନାଲ ନିକଟରେ ପରିସ୍ରା କରିବା ପାଇଁ ଠିଆ ହୋଇଥିଲା କେନାଲ ପାଖରେ l ତଳକୁ ଦେଖିଲା ବେଳେ ଏକ ଓଡି ୧୪ ଏମ ୫୩୫୮ ନଂ ସ୍କୁଟି ଚାଳକ ତଳେ ପଡ଼ି ଗୁରୁତର ହୋଇଛନ୍ତି l ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଗୁରୁତର ସ୍କୁଟି ଚାଳକକୁ ୧୦୮ ଆମ୍ବୁଲାନ୍ସକୁ ଡାକି କେନାଲ ତଳୁ ଉଦ୍ଧାର କରି ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିଲା ଚିକିତ୍ସା ପାଇଁ lଚାଳକର ମୁଣ୍ଡରେ ଆଘାତ ଲାଗି ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଡାକ୍ତର ଖାନାକୁ ପଠା ଯାଇଥିଲା l ତେବେ ଘଟଣାସ୍ଥଳକୁ ବା ସରକାରୀ ଚିକିତ୍ସାଳୟକୁ ସ୍ଥାନୀୟ ପୋଲିଶ ପହଞ୍ଚି ପାରି ନ ଥିଲା ।
ବରିଷ୍ଠ ସାମ୍ବାଦିକଙ୍କ ରିପୋର୍ଟ ।

133
3912 views

Comment