logo

ଉଗ୍ରତାରା ପୀଠରେ ରଜଯାତ୍ରା

ଭୁବନେଶ୍ୱର,୧୬/୬ : ରଜ ପାଇଁ ମା ଉଗ୍ରତାରା ପୀଠ ଚଳ ଚଞ୍ଚଳ।ଓଡ଼ିଶାର ଗଣ ପର୍ବ ରଜ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ ।ଖୋର୍ଦ୍ଧା ଜିଲ୍ଲା ମୁଳିଝରଗଡ଼ ସ୍ଥିତ ପ୍ରତିଷ୍ଠିତ ତନ୍ତ୍ରପୀଠ ମା ଉଗ୍ରତାରାଙ୍କ ପୀଠରେ ରଜ ମହୋଉତ୍ସବ ମହାଆଡ଼ମ୍ବର ସହକାରେ ପାଳିତ ହେଇଅଛି।
Vo1_ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ଅଧିନସ୍ଥ ରାଜ ପ୍ରତିଷ୍ଠିତ ପ୍ରସିଦ୍ଧ ତନ୍ତ୍ର ପୀଠ ମା ଉଗ୍ରତାରଙ୍କ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ରଜ ପର୍ବ ଦୀର୍ଘ ୭ ଦିନ ଧରି ପାଳିତ ପାଳିତ ହେବ ବୋଲି ଜଣାପଡିଛି।ମା ଉଗ୍ରତାରା ପୀଠରେ ଚଳିତ ବର୍ଷ ବେଶ ଉତ୍ସାହ ସହକାରେ ପାଳିତ ହେଉଛି ରଜ ପର୍ବ । ମା’ ଉଗ୍ରତାରା ବି ଏହି ମାନବୀୟ ଲୀଳାକୁ ଗ୍ରହଣ କରି ପାଳୁଛନ୍ତି ରଜପର୍ବ।ମା’ପ୍ରତ୍ୟୁଷରୁ ହଳଦୀ, ଚୁଆ ଚନ୍ଦନ, ଆଗୁରୁ, କର୍ପୁର ମିଶ୍ରିତ ସୁବାସିତ ଜଳରେ ସ୍ନାନ କରି ବାର ରଙ୍ଗି ପାଟ ରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଏଣୁ ସ୍ଥାନୀୟ ଲୋକଙ୍କ ମନରେ ବେଶ ଉତ୍ସାହ ଆଣିଦେଇଛି ଏଥର ରଜ ପର୍ବ । ରଜ ପର୍ବରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।ଉଗ୍ରତାରା ପୀଠରେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ର ସମସ୍ତ ଅଧିକାରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା କରାଯାଇଛି।
ଚଳିତ ରଜପର୍ବ ପାଇଁ ଦୁରଦୁରାନ୍ତରୁ ଲୋକେ ମା ଉଗ୍ରତାରା ଦର୍ଶନ କରି ରଜ ପାଳିବା ପାଇଁ ଛୁଟି ଆସିଛନ୍ତି।ମା ଉଗ୍ରତାରାଙ୍କୁ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି।ଶାନ୍ତିଶୃଙ୍ଖଳାର ସହିତ ଭକ୍ତମାନେ ମା ଉଗ୍ରତାରାଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରୁଛନ୍ତି।ମହିଳା ମାନଙ୍କ ଠାରୁ ଆରମ୍ଭ କରି ଟୋକାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ରଜରେ ମସଗୁଲ ଅଛନ୍ତି।ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ରଜ ମହୋତ୍ସବ ମା ଉଗ୍ରତାରା ପୀଠରେ ଆୟୋଜିତ କରିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।ରଜର ଦ୍ୱିତୀୟ ଦିନଠାରୁ ୫ଦିନ ବ୍ୟାପି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ବ୍ୟବସ୍ଥା ହେବା ହୋଇଛି।ପ୍ରଶାସନ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଶାନ୍ତିଶୃଙ୍ଖଳାର ସହିତ ରଜପର୍ବ ପାଳନ ପାଇଁ ବ୍ୟବସ୍ଥା ହୋଇଛି। ରଜ ପଡିଆରେ ଭଳିକି ଭଳି ଦୋକାନ ବଜାର ପଡିଛି।ଚଳିତ ବର୍ଷ ରଜରେ ଭଲ ବ୍ୟବସାୟ କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ।

8
1751 views