logo

ବିଭିନ୍ନ ଯୋଜନା ସମ୍ପର୍କରେ ରଥ କୁ ସ୍ୱାଗତ କାର୍ଯ୍ୟକ୍ରମ ଟାଙ୍ଗରପଡ଼ା ପଞ୍ଚାୟତ ତରଫରୁ ବିକାଶ ବାହନ

ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନା କରିବା ଓ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ରଥ ସମବାର ଦିନ ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ପରିକ୍ରମା କରି ରାଜ୍ୟ ସରକାରଙ୍କ ବିକାଶ ମୂଳକ ଯୋଜନା ଗୁଡିକ ସମ୍ପର୍କରେ ପ୍ରଚାର ପ୍ରସାର କରିଥିବା ଦେଖିବାକୁ ମିଳିଛି। ଟାଙ୍ଗରପଡା ଗ୍ରାମ ପରିସର ମଧ୍ୟରେ ବିକାଶ ବାହନ ରଥକୁ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିଲେ ବିଡିଓ ମାନସ କୁମାର ଦଣ୍ଡପାଟ, ଜିପିଡ଼ିଓ ରଶ୍ମିରେଖା ମହାନ୍ତି, ଯୋଗାଣ ନିରୀକ୍ଷକା ସୁନିତା ମାରାଣ୍ଡି, ବିପିସି ସୁରେନ୍ଦ୍ର ଖଣ୍ଡା,ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଭିଳାଷ ରଞ୍ଜନ ରାଜ ସରପଞ୍ଚ ଅନିରୁଦ୍ଧ ନାଏକ ,ଏଡିଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍ୱାଗତ ଉତ୍ସବରରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଜନସାଧାରଣ ଙ୍କ ସମେତ ଆଶାକର୍ମୀ,ଏମ୍ବିକେ,ଇସି, ସିଆରପି, ପ୍ରାଣୀ ମିତ୍ର ,କୃଷି ମିତ୍ର,ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ରହିଥିଲେ। ଟାଙ୍ଗରପଡ଼ା ପଞ୍ଚାୟତ ରେ କାର୍ଯ୍ୟକ୍ରମ ସରିବା ପରେ ବିକାଶ ବାହନ ରଥ କେନ୍ଦେଇପଶି ପଞ୍ଚାୟତ ରେ ପହଞ୍ଚି ରାଜ୍ୟ ସରକାର ଏକ ବର୍ଷ ମଧ୍ୟରେ କରିଥିବା ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବାର୍ତ୍ତା ପ୍ରଧାନ କରିଥିଲେ।

4
426 views