logo

ତିର୍ତ୍ତୋଲ କଲେଜ ଏବିଭିପି କବଜାରେ, ପ୍ରଚ୍ଛଦ ପଟରେ କଲେଜ ଅଧକ୍ଷା

ଜଗତସିଂହପୁର ୧୮/୬- କଲେଜ ନିର୍ବାଚନ କୁ ନେଇ ଏ ବି ଭି ପି ର ଜ଼ିଲ୍ଲା ସଭାପତି ସମେତ ଅନ୍ୟ କର୍ମକର୍ତ୍ତା ମାନେ ତିର୍ତ୍ତୋଲ କଲେଜ କୁ ଏକ ପ୍ରକାର କବଜା କୁ ନେଇଥିବା ଚର୍ଚ୍ଚା ହେଉଛି l ଯାହା ଫଳରେ କଲେଜ ପରିସରରେ ଏକ ଅସନ୍ତୋଷ ର ବାତାବରଣ ଦେଖାଦେଇଛି l ଏହାର ପ୍ରଚ୍ଛଦ ପଟରେ ତିର୍ତ୍ତୋଲ କଲେଜ ଅଧକ୍ଷା ମମତା ରାଉତଙ୍କ ହାତ ରହିଥିବା ଛାତ୍ର ଛାତ୍ରୀ ମାନେ କହୁଛନ୍ତି l କିଛିଦିନ ପୂର୍ବେ ତିର୍ତ୍ତୋଲ କଲେଜ ପରିସର ସ୍ମାର୍ଟ କ୍ଲାସ ରେ ଏ ବି ଭି ପି ର କର୍ମକର୍ତ୍ତା ମାନେ ଏକ ବୈଠକ କରିବା ସହିତ ଅଧକ୍ଷା ଙ୍କୁ ଫୁଲ ତୋଡ଼ା ଦେଇ ସମ୍ବର୍ଦ୍ଧନା କରିଥିଲେ l ଏହାଛଡା କଲେଜ ର ବିଭିନ୍ନ ସ୍ଥାନରେ ଏ ବି ଭି ପି ର ପୋଷ୍ଟର ଛାଇ ହୋଇଯାଇଛି l ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା ଏ ସଂମ୍ପର୍କ ରେ ଅଧକ୍ଷା ଶ୍ରୀମତୀ ରାଉତଙ୍କୁ କେତେକ ଛାତ୍ର ଛାତ୍ରୀ ମାନେ ପଚାରିବାରୁ ମୁଁ ଜାଣି ନାହିଁ ବୋଲି କହିବା ସହିତ ବିରକ୍ତି ଭାବ ପ୍ରକାଶ କରିଥିଲେ l ଛାତ୍ରଛାତ୍ରୀଙ୍କ କହିବା କଥା ଅଧକ୍ଷା ମ୍ୟାଡ଼ାମ ଆସିବା ଦିନଠାରୁ କଲେଜରେ ବିଭିନ୍ନ ସମସ୍ୟା ଉପୁଜୁଛି l ତାକୁ ଗୁରୁତ୍ୱ ଦେଉନାହାନ୍ତି l କେତକ ଅଧ୍ୟାପକ ତିର୍ତ୍ତୋଲ ଅଞ୍ଚଳରେ ଗଢି ଉଠିଥବା ଛୋଟ ବଡ଼ ଘରୋଇ ଶିକ୍ଷାନୁଷ୍ଠାନ ରେ ପଢ଼ାଉଥିବା ଛାତ୍ର ଛାତ୍ରୀମାନେ ଅଭିଯୋଗ କରୁଛନ୍ତି l ମନ ଭିତରେ ଭୟ ଉଠୁଥିବାରୁ ବାହାରେ ପ୍ରକାଶ କରୁନଥିବା କହିଛନ୍ତି l ଆଜି ଏ ବି ଭି ପି ର କର୍ମକର୍ତ୍ତା ମାନେ କଲେଜ ପରିସରରେ ପୋଷ୍ଟର ଲଗାଇ ଡେସ୍କ ପକାଇ 'ହେଲ୍ପ ଡେସ୍କ ' କାର୍ଯ୍ୟକ୍ରମ ଆୟୋଜନ କରିଥିଲେ l କିଛି ଛାତ୍ର ଅଧକ୍ଷା ମ୍ୟାଡମ ଙ୍କୁ ପଚାରିବାରୁ ସେ ଜାଣିନାଥବା କହିଥିଲେ l ମେଡ଼ିଆଙ୍କୁ ଡାକିବୁ କହିବାରୁ ଅଧକ୍ଷା ମ୍ୟାଡ଼ାମ ଓ ଅନ୍ୟ ଅଧ୍ୟାପକ ମାନେ ଆସି ସେମାନଙ୍କୁ ଉଠାଇଥିଲେ l ରାଜନୀତି ମହଲରେ ଚର୍ଚ୍ଚା ର ଖୋରାକ ଯୋଗାଇଛି l କଲେଜ ଭିତରେ ଏଭଳି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଅଧକ୍ଷା କେମିତି ଜାଣିପାରୁନାହାନ୍ତି ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ l ଅଧକ୍ଷା କଲେଜ ରେ କଣ ଘଟୁଛି ଯଦି ଜାଣିପାରୁନାହାନ୍ତି ତେବେ ତୁରନ୍ତ ଅଧକ୍ଷା ପଦରୁ ଓହରି ଯିବାର ଅଛିବୋଲି ଛାତ୍ର ଛାତ୍ରୀମାନେ ଦାବୀ ଉଠାଉଛନ୍ତି l ଆଗାମୀ ଦିନରେ ଅଧକ୍ଷା ଙ୍କର ଏହିଭଳି ନୀତିହିନ କାର୍ଯ୍ୟକ୍ରମ ବନ୍ଦ ନହୁଏ ତେବେ ବିକଳ୍ପ ପନ୍ଥା ଆପଣେଇବା ପାଇଁ ଛାତ୍ର ଛାତ୍ରୀମାନେ ଚେତାବନୀ ଦେଇଛନ୍ତି l ଏ ସମ୍ପର୍କରେ କଲେଜ ଅଧକ୍ଷା ଶ୍ରୀମତୀ ରାଉତଙ୍କୁ ଫୋନ କରିବାରୁ ଫୋନ ଉଠାଇନଥିଲେ ଯାହା ଫଳରେ କୌଣସି ପ୍ରତିକ୍ରିୟା ମିଳିପାରିନଥିଲା l

1
0 views