logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିକଶିତ ଗାଁ ବିକଶିତ ଓଡିଶା, ବିଜେପି କୁ ଭରସା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳା । ଦର୍ଶକ ଗ୍ୟାଲେରୀରେ ପୁରୁଷ ଶୂନ୍ୟ

ଜଗତସିଂହପୁର ୧୮/୭ - ତିର୍ତ୍ତୋଲ ଲକ୍ ବଜାର ସ୍ଥିତ ଜୟ ପ୍ରକାଶ ମଇଦାନ କୁମାର ଉତ୍ସବ ସମିତି ଠାରେ ଓଡିଶା ରାଜ୍ୟରେ ମୋହନ ମାଝି ନେତୃତ୍ବାଧିନ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ତିର୍ତ୍ତୋଲ ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ୨ ହଜାର ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳାମାନେ ସାମିଲ ହୋଇଥିଲେ l ବିଭିନ୍ନ କାର୍ଯ୍ୟକ୍ରମରେ ଏବେ ଆଉ ପୁରୁଷ ମାନଙ୍କ ଉପସ୍ଥିତ ନୈରାଶ୍ୟ ଜନକ ଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଆୟୁଧ କରି ମହିଳା ମାନଙ୍କୁ ଜମା କରି ବାଃ ବାଃ ନେଉଛନ୍ତି କର୍ମକର୍ତ୍ତା ମାନେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଶିଳ୍ପ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ବ୍ଳକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ରଂଜିତା ସିଂହ, ଉପାଧ୍ୟକ୍ଷା ସନ୍ଧ୍ୟା ରାଣୀ ମହାନ୍ତି, ବିଡ଼ିଓ ଗିରିଜା ଶଙ୍କର ମଲ୍ଲିକ, ଅତିରିକ୍ତ ବିଡ଼ିଓ ସତ୍ୟ ଜିତ ସ୍ୱାଇଁ ଏବଂ ବ୍ଲକ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ନିମନ୍ତ୍ରିତ ଥିଲେ ମଧ୍ୟ ତାଙ୍କର ଅନୁପସ୍ଥିତି ରାଜନୀତି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଥିଲା । ସଭା ପ୍ରାରମ୍ଭରେ ଜାତୀୟ ସଂଗୀତ ବନ୍ଦେ ଉତ୍କଳଜନନୀ ସଂଗୀତ ଗାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ରାଜ୍ୟକୁ ଏକ ବର୍ଷ ଧରି ଶାସନ କରୁଥିବା ଡବଲ ଇଞ୍ଜିନି ସରକାର ଙ୍କ ସଫଳତା ଫର୍ଦ୍ଦ ଅତିଥିମାନେ ବକ୍ତବ୍ୟ ରେ ପ୍ରକାଶ କରିଥିଲେ l ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ତାଙ୍କ ବକ୍ତବ୍ୟ ରେ କହିଥିଲେ ଦଳମତ ନିର୍ବିଶେଷର ସମସ୍ତ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ କିପରି ପହଞ୍ଚିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ପ୍ରଶାସନକୁ କହିଥିଲେ । ଏହି କାର୍ଯ୍ୟକ୍ରମ ଯଦିଓ ସରକାରୀ କାର୍ଯ୍ୟକ୍ରମ ତେବେ ବିଜେପି ର କାର୍ଯ୍ୟକର୍ତ୍ତା ମାନେ ମଞ୍ଚ କୁ ଆସି ମନ୍ତ୍ରୀ ଓ ସାଂସଦ ଙ୍କୁ ବଡ଼ ଫୁଲ ହାର ରେ ଫୋଟୋ ଉଠାଇବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା l
ମନ୍ତ୍ରୀ ଶ୍ରୀଯୁକ୍ତ ସ୍ୱାଇଁ, ସାଂସଦ ଶ୍ରୀଯୁକ୍ତ ତରାଇଙ୍କ କରକମଳରେ ୨୯ ଟି ପଞ୍ଚାୟତ ପାଇଁ ୮୧ ଟି ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ l
ଉକ୍ତ ସଭାରେ କେତୋଟି ପ୍ରସଙ୍ଗ ଥିଲା ଯାହା ସାଧାରଣରେ ଚର୍ଚ୍ଚିତ ଥିଲା ଦର୍ଶକ ଭାବେ ମହିଳା ମାନଙ୍କ ଉପସ୍ଥିତିରୁ ଜଣା ପଡୁଥିଲା ଯେପରି ବିକଶିତ ଗାଁ ବିକଶିତ ଓଡ଼ିଶାର କର୍ଣ୍ଣଧାର ହେଉଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ସଦସ୍ୟମାନେ | ଯଦିଓ ଏହା ସରକାରୀ କାର୍ଯ୍ୟକ୍ରମ ଥିଲା । କିନ୍ତୁ ରାଜନୈତିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ , ତିର୍ତ୍ତୋଲ ଅଞ୍ଚଳରୁ ଅଧିକାଂଶ ବିଜେଡି କର୍ମୀ ଉପସ୍ଥିତ ଥିବା ବେଳେ | ବିଜେପି ପକ୍ଷରୁ ଯୁବମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଏବଂ କିଛି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ଛାଡି ଦେଲେ , ତୃଣ ମୂଳ ସ୍ତରର ସାଂଗଠନି କାର୍ଯ୍ୟ ନିର୍ବାହ କରୁଥିବା କାର୍ଯ୍ୟକର୍ତ୍ତା ମାନେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଥିଲା ।

146
6442 views

Comment