logo

ଗରିବ ଆଦିବାସୀ ଓ ନାରୀ ମାନଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ: ଜୟଦେବ

ଗରିବ ଆଦିବାସୀ ଓ ନାରୀ ମାନଙ୍କ ସୁରକ୍ଷା ଦେବାରେ ସରକାର ବିଫଳ: ଜୟଦେବ

କେନ୍ଦୁଝର: ସାରା ରାଜ୍ୟରେ ବର୍ତମାନ ଆଦିବାସୀ ଓ ନାରୀ ମାନଙ୍କର ନିର୍ଯାତନା ଦିନକୁ ଦିନ ବଢୁଛି l ଗୋଟିଏ ଦିନରେ ଚାରି ଚାରିଟି ଗଣଧର୍ଷଣ ଓ ହତ୍ୟା ଘଟଣା ଘଟିଛି l ଅପରାଧୀ ମାନଙ୍କୁ ଏହି ସରକାର ସୁରକ୍ଷା ଦେଉଛି l ରାଜ୍ୟରେ ମୋହନ ସରକାର ସମ୍ପୂର୍ଣ୍ଣ ବିଫଳ ହେଇଛି ବୋଲି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଗଭୀର କ୍ଷୋଭ ପ୍ରକାଶ କରି କହିଛନ୍ତି l ଆଜି କଂଗ୍ରେସ ଦଳ ପକ୍ଷରୁ ଜୟଦେବ ଜେନାଙ୍କ ନେତୃତ୍ୱରେ ଜ଼ିଲ୍ଲାର ବରିଷ୍ଠ କଂଗ୍ରେସ ନେତାମାନେ କେନ୍ଦୁଝର ଜ଼ିଲ୍ଲା ହରିଚନ୍ଦନପୁରର ବ୍ଲକର ପଣ୍ଡାପଡା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ଗଣଧର୍ଷିତା ଓ ହତ୍ୟା ହୋଇଥିବା ଆଦିବାସୀ ନାବାଳିକା ଘରକୁ ଯାଇଥିଲେ l ସେଠାରେ ନାବାଳିକାର ପରିବାର ଓ ଗ୍ରାମର ଅଧିବାସୀ ମାନଙ୍କ ପାଖରୁ ଘଟଣା ସମ୍ପର୍କ ପଚାରି ବୁଝିଥିଲେ l ଗତ ୧୬ତାରିଖ ରାତିରେ ଏହି ଘଟଣା ଘଟିଥିଲା l ଏହି କଂଗ୍ରେସ ପ୍ରତିନିଧି ଦଳ ଆଜି ଘଟଣାସ୍ଥଳ ଯାଇ ସ୍ତମ୍ଭୀଭୂତ ହେଲା। ଅତି ଗରିବ ପରିବାରର ଝିଅକୁ ଏପରି ନିର୍ମମ ଭାବେ ହତ୍ୟା କରି ଗଣ ଦୁଷ୍କର୍ମ କରା ଯାଇଛି ଯାହା ଘୋର ନିନ୍ଦନୀୟ। ଗୋଟେ ନାବାଳିକା ଝିଅକୁ ଘର ପାଖରୁ ଅଧ କିଲୋମିଟର ଦୂର ନେଇ ରାତିରେ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ତେଣୁ ଏହି ସମସ୍ତ ଦୋଷୀଙ୍କୁ ଧରିବାକୁ ସେ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜ଼ିଲ୍ଲାର ଲୋକ ହୋଇ ଚୁପଚାପ ବସିଛନ୍ତି କଣ ପାଇଁ ? ଅତି ଶୀଘ୍ର ନିରପେକ୍ଷ କ୍ରାଇମ ବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ କରାଇ ଦୋଷୀ ମାନଙ୍କୁ ତୁରନ୍ତ ଦଣ୍ଡ ଦେବାକୁ ଦାବି କରିଛନ୍ତି l ମୃତ ନାବାଳିକା ପରିବାରକୁ ଅତି କମରେ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦିଆଯାଉ l ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତୁରନ୍ତ ନିଜ ଜିଲ୍ଲାର ଏହି ଗୁରୁତର କଥା ନେଇ ମୁହଁ ଖୋଲିବାକୁ ସେ ଦାବି କରାଯାଇଛି l ଏ ବାବଦରେ ଆଜି ମଧ୍ୟ ଭୁବନେଶ୍ୱରରେ ପିସିସି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି l ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଏ ଘଟଣା ପ୍ରତିବାଦରେ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସହିତ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ଘେରାଓ କରିବା ସହିତ ଜ଼ିଲ୍ଲା ସଦର ମହକୁମା ଠାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଜେନା ଚେତାବନୀ ଦେଇଛନ୍ତି l ଏହି କଂଗ୍ରେସ ଟିମରେ ପୂର୍ବତନ ସାଂସଦ ତଥା ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ଯୋଶବନ୍ତ ସିଂ ଲାଗୁରି, ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ଚରଣ ପରିଡା, ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ମହିଳା କଂଗ୍ରେସ ରାଜ୍ୟ ଉପସଭାନେତ୍ରୀ ସଂଗୀତା ସିଂହ, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ବରିଷ୍ଠ କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ମହାନ୍ତି, ଜ଼ିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଜ଼ିଲ୍ଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଘଟଗାଁ ବ୍ଲକ ପୂର୍ବତନ ଅଧକ୍ଷ ଦେବେନ୍ଦ୍ର ନାଥ ନାୟକ, ବରିଷ୍ଠ ଆଦିବାସୀ ନେତା ବୃନ୍ଦାବନ ନାୟକ, କଂଗ୍ରେସ ନେତା ସୁରଥ ଚନ୍ଦ୍ର ସାହୁ, ଲଳିତ ମୋହନ ନାୟକ, ରତ୍ନାକର ଜେନା, ହାଡିବନ୍ଧୁ ଖୁଣ୍ଟିଆ,ଉତ୍ତମ କୁମାର ସାହୁ, ପ୍ରମୋଦ ବେହେରା, ଦିଲ୍ଲୀପ ସାହୁ, ସୁଢଳ କୁମାର ସେଠି, ରାଜକିଶୋର ବାରିକ, ଆର୍ତ୍ତତ୍ରାଣ ବେହେରା, ଅଜୟ ବାବୁ, ବିରଞ୍ଚି ଭୁଲ ଗାଁଏ ଓ ବୁଲୁ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ l

18
480 views