logo

ବେଦ ପାଠଶାଳାରେ ୧୧ମ ଆନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧା:୨୧/୦୬ : ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଦିବ୍ୟସିଂହପୁରରେ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ଓ କନକଦୁର୍ଗା ଉଚ୍ଚ ବିଦ୍ୟାଳୟ ମିଳିତ ଉଦ୍ୟମରେ ୧୧ମ ଆନ୍ତର୍ରାଷ୍ଟ୍ରୀୟ ଯୋଗ ଦିବସ ମହାସମାରୋହରେ ପାଳନ କରାଯାଇଛି। ଯୋଗ ଗୁରୁ (ପ୍ରାଚାର୍ଯ୍ୟ) ଡଃ କୃପାସିନ୍ଧୁ ପଣ୍ଡା, ପ୍ରଧାନ ଶିକ୍ଷକ ଦିତିକୃଷ୍ଣ ବଳିୟାରସିଂହ, ଅମର କୁମାର ପ୍ରଧାନ, ନିଳକଣ୍ଠ ପଣ୍ଡା,ସସ୍ମିତା ତ୍ରିପାଠୀ, କୈଳାସ ଦତ୍ତ, ରଶ୍ମିତା ମଙ୍ଗରାଜ, ବେଦବିଦ୍ୟାର୍ଥୀ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଯୋଗାସନ, ପ୍ରାଣାୟମ, ଧ୍ୟାନ କରାଯାଇଛି ଏବଂ ନିୟମିତ ଭାବେ ଯୋଗ ଅଭ୍ୟାସ କରିବା ଦ୍ବାରା ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ଭୌତିକ ବିକାଶ ହେବା ସହ ବିଶ୍ବକୁ ଶାନ୍ତି, ମୈତ୍ରୀ, ସମୃଦ୍ଧି ଅଗ୍ରଗତି ପଥରେ "ବସୁଧୈବ କୁଟୁମ୍ବକମ୍" ପରି ଏକତା ସୂତ୍ରରେ ବାନ୍ଧି ରଖିଥାଏ, ବୋଲି ଡଃ ପଣ୍ଡା ବୁଝାଇଥିଲେ । ସମସ୍ତଙ୍କ ଦ୍ବାରା ନିକଟବର୍ତୀ ଗ୍ରାମ ଗୁଡିକରେ ଏକ ସଚେତନତା ପଦଯାତ୍ରା କରାଯାଇଥିଲା।

43
1173 views