logo

It's announcement to all odisha's school

ସମସ୍ତ ଜିଲ୍ଲା ଶିକ୍ଷାକାରୀ ତ‌ଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଓଡିଶା,

ବିଷୟ : ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ମାଗଣା ପୋଷାକ ବିତରଣ ସମ୍ବନ୍ଧରେ ।

ମହାଶୟା / ମହାଶୟ,

ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରି ଆପଣମାନଙ୍କୁ ଜଣାଇ ଦେବା ପାଇଁ ଚାହୁଁଛି ଯେ, ରାଜ୍ୟ ସରକାରଙ୍କର ନିଷ୍ପରି ଅନୁଯାୟୀ ଚଳିତ ଶିକ୍ଷା ବର୍ଷ (୨୦୨୫ -୨୦୨୬ ) ରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଜଣପିଛା ଟ. ୫୦୦/- ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ସମଗ୍ର ଶିକ୍ଷା /ପି. ଏମ. ଶ୍ରୀ / ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ ।

ଏହି ସମ୍ପର୍କିତ ମାର୍ଗଦର୍ଶିକା (Guideline) ସଂଲଗ୍ନକ –"କ" ରେ ଜିଲ୍ଲା ମାନଙ୍କର ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂଲଗ୍ନ କରାଗଲା । ଏଥ୍ ସହିତ ସମସ୍ତ ଜିଲ୍ଲାମାନଙ୍କୁ ଅନୁରୋଧ କରାଯାଉଅଛି କି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପରଲିଗ୍‌ତ ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବେ ।

ଆପଣଙ୍କ ବିଶ୍ବସ୍ତ
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା

ଜ୍ଞାପକ ସଂଖ୍ୟା 6598 / ତାରିଖ 21:06.2025

ଏହାର ଏକକିତା ନକଲ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ (BEO) ମାନଙ୍କର ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା । ସେମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ଏହି ମାର୍ଗଦର୍ଶିକା CRCC ମାନଙ୍କ ମାଧ୍ୟମରେ ସମସ୍ତ ବିଦ୍ୟାଳୟମାନଙ୍କୁ ପ୍ରେରଣ କରିବେ ଏବଂ ଜୁଲାଇ ୧୫ ତାରିଖ ୨୦୨୫ ସୁଦ୍ଧା ପୋଷାକ ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବେ ।

ଜ୍ଞାପକ ସଂଖ୍ୟା 6599 / ତାରିଖ 21:06.2025
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା

ଏହାର ଏକକିତା ନକଲ ରାଜ୍ୟର ସମସ୍ତ ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ, ଜିଲ୍ଲା ସମଗ୍ର ଶିକ୍ଷାଙ୍କ ଅବଗତି ନିମନ୍ତେ ପ୍ରେରଣ କରାଗଲା |

3
41 views