logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

It's announcement to all odisha's school

ସମସ୍ତ ଜିଲ୍ଲା ଶିକ୍ଷାକାରୀ ତ‌ଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା, ଓଡିଶା,

ବିଷୟ : ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ ମାନଙ୍କୁ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ) ମାଗଣା ପୋଷାକ ବିତରଣ ସମ୍ବନ୍ଧରେ ।

ମହାଶୟା / ମହାଶୟ,

ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରି ଆପଣମାନଙ୍କୁ ଜଣାଇ ଦେବା ପାଇଁ ଚାହୁଁଛି ଯେ, ରାଜ୍ୟ ସରକାରଙ୍କର ନିଷ୍ପରି ଅନୁଯାୟୀ ଚଳିତ ଶିକ୍ଷା ବର୍ଷ (୨୦୨୫ -୨୦୨୬ ) ରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀମାନଙ୍କୁ (ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଜଣପିଛା ଟ. ୫୦୦/- ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ସମଗ୍ର ଶିକ୍ଷା /ପି. ଏମ. ଶ୍ରୀ / ଗଙ୍ଗାଧର ମେହେର ଶିକ୍ଷା ମାନଙ୍କ ବୃଦ୍ଧି ଯୋଜନାରେ ବଣ୍ଟନ କରାଯିବ ।

ଏହି ସମ୍ପର୍କିତ ମାର୍ଗଦର୍ଶିକା (Guideline) ସଂଲଗ୍ନକ –"କ" ରେ ଜିଲ୍ଲା ମାନଙ୍କର ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂଲଗ୍ନ କରାଗଲା । ଏଥ୍ ସହିତ ସମସ୍ତ ଜିଲ୍ଲାମାନଙ୍କୁ ଅନୁରୋଧ କରାଯାଉଅଛି କି ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଉପରଲିଗ୍‌ତ ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବେ ।

ଆପଣଙ୍କ ବିଶ୍ବସ୍ତ
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା

ଜ୍ଞାପକ ସଂଖ୍ୟା 6598 / ତାରିଖ 21:06.2025

ଏହାର ଏକକିତା ନକଲ ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ (BEO) ମାନଙ୍କର ଅବଗତି ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରାଗଲା । ସେମାନଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ଏହି ମାର୍ଗଦର୍ଶିକା CRCC ମାନଙ୍କ ମାଧ୍ୟମରେ ସମସ୍ତ ବିଦ୍ୟାଳୟମାନଙ୍କୁ ପ୍ରେରଣ କରିବେ ଏବଂ ଜୁଲାଇ ୧୫ ତାରିଖ ୨୦୨୫ ସୁଦ୍ଧା ପୋଷାକ ବଣ୍ଟନ ପ୍ରକ୍ରିୟାକୁ ସୁନିଶ୍ଚିତ କରିବେ ।

ଜ୍ଞାପକ ସଂଖ୍ୟା 6599 / ତାରିଖ 21:06.2025
ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା

ଏହାର ଏକକିତା ନକଲ ରାଜ୍ୟର ସମସ୍ତ ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ, ଜିଲ୍ଲା ସମଗ୍ର ଶିକ୍ଷାଙ୍କ ଅବଗତି ନିମନ୍ତେ ପ୍ରେରଣ କରାଗଲା |

133
3705 views

Comment