logo

ସି ଆଇ ଏସ ଏଫ ତରଫରୁ ବିଶ୍ବ ରକ୍ତଦାତା ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ, ନାଲକୋ,ଦାମନଯୋଡି,କୋରାପୁଟ, ଓଡ଼ିଶା,ତା ୨୨/୬/୨୪(ରବିବାର)

ସି ଆଇ. ଏସ. ଏଫ ତରଫରୁ ବିଶ୍ଵ ରକ୍ତଦାତା ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ

ଦାମନଯୋଡି: ତା ୨୨.୬.୨୫ ସି ଆଇ. ଏସ. ଏଫ. ନାଲକୋ ତରଫରୁ ବିଶ୍ଵ ରକ୍ତଦାତା ଦିବସ ଅବସରରେ ଏକ "ରକ୍ତଦାନ ଶିବିର ଦରବାର ହଲ ଠାରେ ଆୟୋଜିତ ହୋଇଯାଇଛି ।ମୁଖ୍ୟ ଅତିଥି ଭାବରେ ବରିଷ୍ଠ commandant ସତ୍ୟଦେବ ଆର୍ୟା ପ୍ରଦୀପ ପ୍ରଜ୍ବଳନ ତଥା ନିଜେ ପ୍ରଥମେ ରକ୍ତଦାନ କରି ଶିବିର ଉଦ୍ଘଟାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଆର୍ଯା ରକ୍ତଦାନ ଦ୍ଵାର ଆମର କଣ ସବୁ ଫାଇଦା ହେଇ ଥାଏ ଓ କୋରାପୁଟ ମେଡ଼ିକାଲ କଲେଜରେ ରକ୍ତର ଅଭାବ ବିଷୟ ରେ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେପୁଟି commandant ଡି ଏସ.ଚିମା , ଇନ୍ସପେକ୍ଟର ଏ କେ. ରାୟ ସାମନ୍ତ ଓ ଆର କେ ମହାରଣା ଯୁବ, ଏଫ୍ ବି ଡି ଓ ର ରାଜ୍ଯ ସଭାପତି ତଥା ରେଡକ୍ରସ୍ ର ଜିଲ୍ଲା ସଂଯୋଜକ ଡଃ ଏନ୍ ସି ସାହୁ ଓ ପ୍ରଦୀପ କୁମାର ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ସହୀଦ ଲକ୍ଷ୍ମଣ ନାୟକ ବ୍ଲଡ ସେଣ୍ଟର୍ ଅଫିସର ଡଃ ଏସ.ଏସ. ଓରେୟା ଓ ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ଡଃ ନରେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ବ୍ଲଡ ସେଣ୍ଟରର ରକ୍ତ ସଂଗ୍ରହକାରୀ ଦଳ ଭି ଗଙ୍ଗାଧର , ରବୀନ୍ଦ୍ର , ସଞ୍ଜୟ ଓ ଲାବ ଟେକ୍ନିଶିଆନ ଛାତ୍ରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ବହୁସଂଖ୍ୟାରେ jawan ସ୍ଵେଚ୍ଛାକୃତ ଭାବେ ପ୍ରଥମ ଥର ପାଇଁ ରକ୍ତଦାନ ରକ୍ତଦାନ କରିଥିଲେ । ଅମୁଧନ୍ ଏମ asst Commandant,ଆର୍ କେ ମହାରଣା ଇନ୍ସପେକ୍ଟର, ଏ କେ ରାୟା ସାମନ୍ତ ଓ ପ୍ରଦୀପ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଶିବିରରୁ ସହୀଦ ଲକ୍ଷମଣ ନାୟକ ଭେଷଜ ମହାବିଦ୍ୟାଳୟସ୍ଥିତ ଓଡ଼ିଶା ରକ୍ତ ଭଣ୍ଡାର ଦ୍ଵାରା ସବମୋଟ ୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଡେଙ୍ଗୁ ରୋଗୀମାନଙ୍କ ପାଇଁ ପ୍ଲେଟଲେଟର ଆବଶ୍ୟକତା ସମୟରେ ସଙ୍କଟ ମୋଚନ ଭାବେ ସି ଆଇ ଏସ (ସ୍ଵେଚ୍ଛାସେବୀ ମାନଙ୍କ )ଏହି ମହନୀୟ କାର୍ଯ୍ଯକୁ ସାଧାରଣରେ ଖୁବ୍ ପ୍ରଶଂସା କରିଥିଲେ। ଓଡିଶା ରକ୍ତଦାତା ମହାସଂଘ ତରଫରୁ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯାଇଥିଲା।

101
3205 views