*ସି.ଆଇ.ଏସ.ଏଫ ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜିତ*
*ସି.ଆଇ.ଏସ.ଏଫ ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ଅବସରରେ ରକ୍ତଦାନ ଶିବିର ଆୟୋଜିତ* ଦାମନଯୋଡି: ନାଲକୋ ପ୍ରକଳ୍ପ ସୁରକ୍ଷା ଦାୟିତ୍ବରେ ଥିବା କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସି.ଆଇ.ଏସ.ଏଫ) ପକ୍ଷରୁ ବିଶ୍ଵ ରକ୍ତଦାତା ଦିବସ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ନିଜସ୍ଵ ଦରବାର ହଲ ରେ ଆୟୋଜିତ ହୋଇଥିଲା । ଦାମନଯୋଡି ୟୁନିଟ କମାଣ୍ଡାଣ୍ଟ ସତ୍ୟଦେବ ଆର୍ୟ ପ୍ରଦୀପ ପ୍ରଜ୍ବଳନ କରି କାର୍ଯକ୍ରମ ଆରମ୍ଭ କରିବା ସହିତ ନିଜେ ପ୍ରଥମେ ରକ୍ତଦାନ କରି ଶିବିର ଉଦ୍ଘଟାନ କରିଥିଲେ । ରକ୍ତଦାନ ଦ୍ଵାରା ଶରୀର ପାଇଁ କ'ଣ ସବୁ ଫାଇଦା ହୁଏ , ସେ ସମ୍ପର୍କରେ ବୁଝାଇବା ସହ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଜୱାନ ମାନଙ୍କୁ ଆହ୍ବାନ ଦେଇଥିଲେ । ଡେପୁଟି କମାଣ୍ଡାଣ୍ଟ ଦିଲପ୍ରିତ୍ ସିଂ ଚିମା , ଇନ୍ସପେକ୍ଟର ଏ କେ. ରାୟ ସାମନ୍ତ ଓ ଆର କେ ମହାରଣା, ଏଫ୍ ବି ଡି ଓ ର ରାଜ୍ଯ ସଭାପତି ତଥା ରେଡକ୍ରସ୍ ର ଜିଲ୍ଲା ସଂଯୋଜକ ଡଃ ଏନ୍ ସି ସାହୁ ଓ ପ୍ରଦୀପ କୁମାର ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସହୀଦ ଲକ୍ଷ୍ମଣ ନାୟକ ବ୍ଲଡ ସେଣ୍ଟର୍ ଅଫିସର ଡଃ ଏସ.ଏସ. ଓରେୟା ଓ ଓଡ଼ିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ଡଃ ନରେଶ ଚନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ବ୍ଲଡ ସେଣ୍ଟରର ରକ୍ତ ସଂଗ୍ରହକାରୀ ଦଳ ଭି ଗଙ୍ଗାଧର , ରବୀନ୍ଦ୍ର , ସଞ୍ଜୟ ଓ ଲାବ ଟେକ୍ନିଶିଆନ ଛାତ୍ରୀମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । ଉକ୍ତ ଶିବିରରେ ବହୁସଂଖ୍ୟାରେ ମହିଳା ଓ ପୁରୁଷ ଜୱାନ୍ ସ୍ଵେଚ୍ଛାକୃତ ଭାବେ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ । ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଅମୁଧନ୍ ଏମ, ଇନ୍ସପେକ୍ଟର ଆର୍ କେ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଶିବିରରୁ ମୋଟ ୪୮ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଡେଙ୍ଗୁ ରୋଗୀମାନଙ୍କ ପାଇଁ ପ୍ଲେଟଲେଟର ଆବଶ୍ୟକତା ସମୟରେ ସଙ୍କଟ ମୋଚନ ଭାବେ ସି ଆଇ ଏସ ଏଫ୍ ଜୱାନ ମାନେ କାର୍ଯ୍ୟ କରିଥାଆନ୍ତି ।ଏହି ମହନୀୟ କାର୍ଯ୍ଯକୁ ସାଧାରଣରେ ଖୁବ୍ ପ୍ରଶଂସା କରାଯାଇଛି ।