
ଭୂସମ୍ପତ୍ତି ଜମିବାଡି ଫେରସ୍ତ ପାଇବା ପାଇଁ ଠାକୁରଙ୍କ ଟ୍ରଷ୍ଟ ବୋର୍ଡ ହାଇକୋର୍ଟ ଦ୍ବାରସ୍ଥ ହେଲେ।
ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ଭୂସମ୍ପତ୍ତି ଜମିବାଡି ଫେରସ୍ତ ପାଇବା ପାଇଁ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ !
------------------------------------------------
ଦେଶ ସ୍ବାଧୀନତା ଅଗଷ୍ଟ ୧୫, ୧୯୪୭ ମସିହାରେ ହେଲା, ତାପରେ ଦେଶରେ ଏକ ଗଣତାନ୍ତ୍ରୀକ ପ୍ରକ୍ରିୟା ଦ୍ବାରା ମଧ୍ୟବର୍ତ୍ତୀ କାଳୀନ ସରକାର ଗଠନ କରାଯାଇ ଦେଶରେ ଲୋକତନ୍ତ୍ର ଶାସନ ଆରମ୍ଭ ହେଲା। ଦେଶ ସ୍ବାଧୀନତା ହେବା ପୂର୍ବରୁ ଇଂରେଜ ଶାସନ ଚାଲିଥିଲା ତାହା ସହିତ କେନ୍ଦୁଝର ଗଡରେ ରାଜାରାଜୁଡ଼ା ଶାସନ ମଧ୍ଯ ରହିଥିଲା। ସେହି ସମୟରେ କେନ୍ଦୁଝର ଗଡ଼ ଗୋଟିଏ ଗଡଜାତ ଅଞ୍ଚଳ ହୋଇଥିବା କାରଣରୁ ତତକାଳୀନ ରାଜାଙ୍କ ଦ୍ବାରା ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ନାମରେ ଭୂସମ୍ପତ୍ତି ରୂପରେ ଅନେକ ଅମାପ ଜମିବାଡି ତଥା ଜାଗା ଠାକୁରଙ୍କ ନାମରେ ପ୍ରଦାନ କରିଥିଲେ। ତାହାର ମୁଖ୍ଯ ଉଦ୍ଦେଶ୍ଯ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ସନାତନ ଧର୍ମ ଓ ପରମ୍ପରା ଅନୁସାରେ ଦୈନନ୍ଦିନ ନିତୀକାନ୍ତି, ବର୍ଷତମାମ ପର୍ବ ପର୍ବାଣୀ ସବୁ ସୁରୁଖୁରୁରେ ସମ୍ପାଦନ କରିବା ସହଜ ହେବ। ଦେଶ ସ୍ବାଧୀନତା ହେବା ପରେ ରାଜତନ୍ତ୍ର ଶାସନ ବିଲୁପ୍ତ ହୋଇ ଲୋକତନ୍ତ୍ର ଶାସନ ଆରମ୍ଭ ହେଲା। ତତକାଳୀନ ରାଜ୍ଯ ସରକାରଙ୍କ ତରଫରୁ ଲିଖିତ ତଥ୍ଯ ପ୍ରକାଶ କରି ଜଣାଇଲେ ଯେ, ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ନାମରେ ଯେଉଁସବୁ ଜାଗା ତଥା ଜମିବାଡି ଦେଶ ସ୍ବାଧୀନତା ପୂର୍ବରୁ ରହିଥିଲା। ସେହିସବୁ ଜମିବାଡି ତଥା ଜାଗା ପୁନର୍ବାର ଠାକୁରଙ୍କ ନାମରେ ହସ୍ତାନ୍ତର କରିବା ପାଇଁ ବିଧିବଦ୍ଧଭାବେ ଆଇନ୍ ଅନୁସାରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ବିଷୟରେ ଅନୁସନ୍ଧାନ କରିବା ଦ୍ବାରା ଜାଣିବା ପାଇଁ ମିଳୁଅଛି କି, ରାଜାରାଜୁଡ଼ା ସମୟରୁ ଠାକୁରଙ୍କ ନାମରେ ୧୫୩ ଏକର ୫ ଡେସିମିଲ ଜାଗା ତଥା ଜମିବାଡି ରହିଥିଲା। ସମୟକ୍ରମେ ଦେଶ ସ୍ବାଧୀନତା ହେବା ପରେ ଠାକୁରଙ୍କ ନାମରେ ସରକାରଙ୍କ ତରଫରୁ ୮୪ ଏକର ଜମିବାଡି ତଥା ଜାଗା ଦେବାପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜାଣିବା ପାଇଁ ମିଳୁଅଛି। କିନ୍ତୁ ଏହାକୁ ପୁନର୍ବାର ସଂଶୋଧନ କରାଯାଇ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ନାମରେ ୪୮ ଏକର ୬୦ ଡେସିମିଲ ଜାଗା ତଥା ଜମିବାଡି ଦେବାପାଇଁ ସରକାର ନିଜର ସକ୍ଷମତା ପ୍ରକାଶିତ କଲେ। ଇତିମଧ୍ୟରେ ୧୯୭୭ ମସିହାରେ ସ୍ବାଧୀନ ଭାରତର ପ୍ରଥମ ବୋର୍ଡ ଅଫ୍ ସେଟେଲମେଣ୍ଟ ଓଡ଼ିଶା ସରକାରଙ୍କ ତରଫରୁ କରାଯାଇଥିବା ଜାଣିବା ପାଇଁ ମିଳୁଅଛି। ଏଥିରେ ଠାକୁରଙ୍କ ନାମରେ ୮୪ ଏକର ଜମିବାଡି ତଥା ଜାଗା ରହିଥିବା ଜାଣିବା ପାଇଁ ମିଳୁଅଛି। କିନ୍ତୁ ପୁନର୍ବାର ସଂଶୋଧନ କରାଯାଇ ୧୯୮୪ ମସିହାରେ ଠାକୁରଙ୍କ ନାମରେ ୪୮ ଏକର ୬୦ ଡେସିମିଲ ଜାଗା ତଥା ଜମିବାଡି ଦେବାପାଇଁ ସରକାର ନିଜର ସକ୍ଷମତା ପ୍ରକାଶିତ କରି ମାତ୍ର ୧୮ ଏକର ଜମିବାଡି ତଥା ଜାଗା ଠାକୁରଙ୍କ ନାମରେ ହସ୍ତାନ୍ତର କରାଗଲା। ବାକି ୩୦ ଏକର ୬୦ ଡେସିମିଲ ଜାଗା ତଥା ଜମିବାଡି ଠାକୁରଙ୍କ ନାମରେ ହସ୍ତାନ୍ତର କରାଗଲା ନାହିଁ।
ଇତି ମଧ୍ଯରେ ଦେଶ ସ୍ବାଧୀନତା ହେବାର ବହୁବର୍ଷ ଅତିକ୍ରାନ୍ତ କରିବା ସତ୍ତ୍ବେ ଠାକୁରଙ୍କ ନାମରେ ୮୪ ଏକର ଜାଗା ନିର୍ଦ୍ଧାରିତ ଆଇନ୍ ଅନୁସାରେ ହସ୍ତାନ୍ତର କରାଗଲା ନାହିଁ। ଠାକୁରଙ୍କ ନାମରେ କେବଳ ୧୮ ଏକର ଜମି ୧୯୭୦ ମସିହାରେ ହସ୍ତାନ୍ତର କରାଯାଇଥିବା ଜାଣିବାକୁ ମିଳୁଅଛି। ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ତରଫରୁ ଦିର୍ଘ ବର୍ଷ ଧରି ରାଜ୍ଯ ସରକାର, ବୋର୍ଡ ଅଫ୍ ରେଭେନ୍ୟୁ ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ଏବାବଦରେ ବାରମ୍ବାର କହିବା ସତ୍ତ୍ବେ ଠାକୁରଙ୍କ ନାମରେ କୌଣସି ପ୍ରକାରର ଜାଗା ତଥା ଜମିବାଡି ହସ୍ତାନ୍ତର କରାଗଲା ନାହିଁ। ଏହା ପରିବର୍ତ୍ତେ ବର୍ତ୍ତମାନର ଶାସନାଧିନ ବିଜେପି ସରକାର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଠାକୁରଙ୍କ ନାମରେ ଯେଉଁ ୧୮ ଏକର ଜାଗା ତଥା ଜମିବାଡି ରହିଥିଲା। ତାହା ସରକାରଙ୍କ ଜାଗା ବୋଲି କହି ଜୋରଜବରଦସ୍ତ ଭାବରେ ଛଡାଇ ନିଆଯାଇଛି। ଯାହା ଫଳରେ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ତରଫରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହୋଇ ଠାକୁରଙ୍କ ୪୮ ଏକର ୬୦ ଡେସିମିଲ ଜାଗା ଫେରିପାଇବା ନିମନ୍ତେ ରିଟ୍ ପିଟିସନ୍ ଦାୟର କରିବାକୁ ବାଧ୍ଯ ହୋଇଥିବା ଜାଣିବାକୁ ମିଳୁଅଛି।
ମୋ ଦ୍ବାରା ଏହି ସୂଚନା ପ୍ରକାଶିତ କରିବାର ମୁଖ୍ଯ ଉଦ୍ଦେଶ୍ଯ ଲୋକଲୋଚନକୁ ପ୍ରକ୍ରୁତ ସତ୍ଯ ବିଷୟ ଆସିବା ନିତାନ୍ତ ଆବଶ୍ଯକ। ନଚେତ୍ ଲୋକଙ୍କ ମନରେ ଦ୍ବନ୍ଦ ଓ ସନ୍ଦେହ ସ୍ରୁଷ୍ଟି କରିବା ସହିତ ଆଲୋଚନା ଓ ସମାଲୋଚ଼ନା କରିବା ଆରମ୍ଭ ହେବ। ଠାକୁରଙ୍କ ଅନେକ ଶ୍ରଦ୍ଧାଳୁମାନେ, ମୋର ଶୁଭେଚ୍ଛୁ ଭଦ୍ର ବ୍ଯକ୍ତି ସମୁହ ମୋତେ ସୁପରାମର୍ଶ ଦେଲେ କି ଯେ ଠାକୁରଙ୍କ ଜମିବାଡି ତଥା ଜାଗା ବିନା ସର୍ତ୍ତରେ ରାଜ୍ଯ ସରକାର ଏବଂ କେନ୍ଦୁଝର ଜିଲ୍ଲା ପ୍ରଶାସନ ହସ୍ତାନ୍ତର କରିଦେବା ଉଚିତ୍।
ମୋ ଦ୍ବାରା ପ୍ରକାଶିତ ତଥ୍ଯ ତଥା ସୂଚନା ଆଧାରରେ କେନ୍ଦୁଝର ଗଡ଼ ଉପଜିଲ୍ଲାପାଳ ଗତକାଲି ସଂନ୍ଧ୍ଯା ସମୟରେ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ଜମିବାଡି ତଥା ଜାଗା ବାବଦରେ ଆଲୋଚନା କରିଥିଲେ। ଏବାବଦରେ ପୁନର୍ବାର ସମୀକ୍ଷା କରାଯିବ, ଜିଲ୍ଲା ପ୍ରଶାସନ, ବୋର୍ଡ ଅଫ୍ ରେଭେନ୍ୟୁ ଏବଂ ରାଜ୍ଯ ସରକାରଙ୍କ ଦ୍ରୁଷ୍ଟିରେ ସଠିକ୍ ତଥ୍ଯ ପ୍ରଦାନ କରି ଠାକୁରଙ୍କ ଜମିବାଡି ତଥା ଜାଗା ପୁନର୍ବାର ଫେରସ୍ତ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି। ଯେହେତୁ ବର୍ତ୍ତମାନ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ଜମିବାଡି କେସ୍ ବାବଦରେ ଓଡ଼ିଶା ହାଇକୋର୍ଟ ହସ୍ତକ୍ଷେପ କରିଛନ୍ତି। ତେଣୁ ଠାକୁରଙ୍କ ଜମିବାଡି ତଥା ଜାଗା ପୁନର୍ବାର ଫେରିପାଇବା ସମ୍ଭାବନା ଅଧିକ ରହିଛି। ଯଦି ରାଜ୍ଯ ସରକାର, ବୋର୍ଡ ଅଫ୍ ରେଭେନ୍ୟୁ, କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଠାକୁରଙ୍କ ଜମିବାଡି ତଥା ଜାଗା ପୁନର୍ବାର ଫେରସ୍ତ ନକରନ୍ତି। ତେବେ ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଟ୍ରଷ୍ଟ ବୋର୍ଡ ହାଇକୋର୍ଟ ପରେ ସୁପ୍ରିମକୋର୍ଟ ଦ୍ବାରସ୍ଥ ହେବ ବୋଲି ସ୍ପଷ୍ଟ ମତବ୍ୟକ୍ତ କରିଛି। ଯେଉଁମାନେ ଷଡଯନ୍ତ୍ର କରି ଠାକୁରଙ୍କ ଜମିବାଡି ତଥା ଜାଗା ଜୋରଜବରଦସ୍ତି ଚଞ୍ଚକତା କରି ସରକାରଙ୍କ ଜାଗା ବୋଲି ଦାବୀ କରିଛନ୍ତି। ସେମାନଙ୍କର ଅସଲ ଚେହେରା ସର୍ବସାଧାରଣ ଆଗରେ ଖୋଲିବା ପାଇଁ ପଛଘୁଞ୍ଚା ଦେବେ ନାହିଁ ବୋଲି ସ୍ପଷ୍ଟ କରିଅଛନ୍ତି। ବର୍ତ୍ତମାନ ସମୟରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହୋଇ କେବଳ ଚାରି ଜଣକୁ ପକ୍ଷଭୁକ୍ତ କରିଛନ୍ତି। ଯଥା: ବୋର୍ଡ ଅଫ୍ ରେଭେନ୍ୟୁ ଡିପାର୍ଟମେଣ୍ଟ, କେନ୍ଦୁଝର ଜିଲ୍ଲାପାଳ, କେନ୍ଦୁଝର ଗଡ଼ ଉପଜିଲ୍ଲାପାଳ ଏବଂ କେନ୍ଦୁଝର ସଦର ତହସିଲଦାର ଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏସବୁ ଘଟଣା ପଛରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ପ୍ରଚ୍ଛନ୍ନଭାବରେ ନିର୍ଦ୍ଦେଶ ରହିଥିବା ବିଷୟ ଜାଣିବା ପାଇଁ ମିଳୁଅଛି।
ଏଠାରେ ସମସ୍ତେ ଗୋଟିଏ ବିଷୟ ଜାଣି ରଖିବା ନିତାନ୍ତ ଜରୁରୀ ଅଟେ। ଭାରତୀୟ ସମ୍ବିଧାନ ତଥା ଆଇନରେ ଦେବଦେବୀଙ୍କୁ ଅର୍ଥାତ୍ ଠାକୁରଙ୍କୁ ନାବାଳକ ବୋଲି କୁହାଯାଇଛି। ତେଣୁ ନାବାଳକ ମାନଙ୍କୁ ସୁରକ୍ଷା ତଥା ନ୍ୟାୟ ପ୍ରଦାନ କରିବା ସରକାର ତଥା ପ୍ରଶାସନ ବାଧ୍ଯ ଅଟନ୍ତି। ତେଣୁ ରାଜସ୍ବ, ଦେବସ୍ବ ଓ ବ୍ରହ୍ମସ୍ବ ସମସ୍ତ ଭୂସମ୍ପତ୍ତି, ଜମିବାଡି ତଥା ଜାଗା ଗୁଡିକର ସୁରକ୍ଷା ଦେବାରେ ରାଜାଙ୍କ ଭୂମିକା ରହିଛି। ଯଦିଓ ବର୍ତ୍ତମାନ ରାଜତନ୍ତ୍ର ଶାସନ ନୁହେଁ, ଲୋକତନ୍ତ୍ର ଶାସନ ଚାଲିଛି। ତେଣୁ ସରକାର ଏବଂ ପ୍ରଶାସନର କର୍ତ୍ତବ୍ଯ ନାବାଳକ ରୂପି ଦେବଦେବୀ ଠାକୁରଙ୍କ ନାମରେ ରହିଥିବା ଜମିବାଡି ତଥା ଜାଗାକୁ ସୁରକ୍ଷା ପ୍ରଦାନ କରିବା ଉଚିତ୍।
ଅତୀତରେ ରାଜାରାଜୁଡ଼ା ଶାସନ ଚିରକାଳ ରହିଲା ନାହିଁ। ବିଦେଶୀ ଆକ୍ରମଣକାରୀ ମୁଗଲ ଶାସନ ମଧ୍ଯ ରହିଲା ନାହିଁ। ବିଦେଶୀ ଇଂରେଜ ମାନଙ୍କର ଶାସନ ମଧ୍ଯ ରହିଲା ନାହିଁ। ଏପରିକି ଲୋକତନ୍ତ୍ର ଶାସନରେ ମଧ୍ଯ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଶାସନ ଦିର୍ଘକାଳୀନ ସମୟ ପର୍ଯ୍ୟନ୍ତ ତିଷ୍ଠିରହିବ ନାହିଁ। ଠାକୁରଙ୍କ ପ୍ରହାରରେ କୌଣସି ଶବ୍ଦ ହୁଏ ନାହିଁ, କିନ୍ତୁ ଶକ୍ତିର ପ୍ରଭାବ ସହିପାରିଲେ ହେଲା। ଠାକୁରଙ୍କ ବିରୁଦ୍ଧରେ ଯିବା, ଠାକୁରଙ୍କୁ ଅବମାନନା କରିବା ଦ୍ବାରା କୌଣସି ବ୍ୟକ୍ତି ବିଶେଷଙ୍କୁ ତ୍ରାହି ମିଳିବା ବହୁତ କଷ୍ଟସାଧ୍ୟ ଅଟେ। ପୌରାଣିକ ତଥ୍ଯ ଓ ଇତିହାସରୁ ଜାଣିବା ପାଇଁ ମିଳେ ଯେ, ଯେଉଁମାନେ ଗର୍ବ ଓ ଅହଂକାର ବଶତଃ ଠାକୁରଙ୍କ ବିରୁଦ୍ଧରେ ଯାଇଛନ୍ତି, ସେମାନଙ୍କର ବଂଶ ସମୂଳେ ଧ୍ବଂସ ପାଇଯାଇଛି। ସେମାନେ ରାଜା ହୁଅନ୍ତୁ ବା ରାଜନେତା, ସିଏ ଯେକୌଣସି କ୍ଷମତାସୀନ ପଦାଧିକାରୀ ହୁଅନ୍ତୁ ବା ପ୍ରଭାବଶାଳୀ ଲୋକ। କୌଣସି ବ୍ୟକ୍ତି ଠାକୁରଙ୍କ ପ୍ରକୋପରୁ ତ୍ରାହି ପାଇପାରିବ ନାହିଁ। ମାନିଲେ ଠାକୁର, ନ ମାନିଲେ ପଥର ! ଏହି ଭାବନାରେ ବିଶ୍ବାସ କରି ନିଜ କ୍ଷମତାର ଦୁରୁପଯୋଗ କରୁଥିବା ବ୍ଯକ୍ତି ନିଜର ସର୍ବନାଶ କରିବା ସହିତ ସମୂଳେ ନିଜ ନିଜର ବଂଶ ନିପାତ କରନ୍ତି।
ଏଠାରେ ଗୋଟିଏ ବିଷୟ ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି ଯେ ସରକାର ତଥା ପ୍ରଶାସନ ଠାକୁରଙ୍କ ଜମିବାଡି ତଥା ଭୂସମ୍ପତ୍ତି ସୁରକ୍ଷିତ କରିବା ପରିବର୍ତ୍ତେ ଠାକୁରଙ୍କ ଜମିବାଡି ସରକାରଙ୍କ ଜାଗା ବୋଲି ଦାବୀ କରିଛନ୍ତି। ସରକାର ତଥା ପ୍ରଶାସନ ତରଫରୁ ଠାକୁରଙ୍କ ନାମରେ ବାକି ରହିଥିବା ଜମିବାଡି ଫେରାଇ ଦେବା ବଦଳରେ ଛଡାଇ ନିଆଯାଇଛି। ବର୍ତ୍ତମାନ କଥା ଉଠୁଅଛି ଯେ ବିଜେପି ସବୁବେଳେ ହିନ୍ଦୁ ଦେବଦେବୀ ଏବଂ ହିନ୍ଦୁମାନଙ୍କର ଠିକାଦାର ବୋଲି ନାରାବାଜି କରୁଅଛି। ତାହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଅଛି ଯେ, ହିନ୍ଦୁ ଦେବଦେବୀଙ୍କ ମଠ ଓ ମନ୍ଦିରର ଭୂସମ୍ପତ୍ତି ଜମିବାଡି ସରକାରଙ୍କ ଅଧିନକୁ ନେବାକୁ ଚେଷ୍ଟା କାହିଁକି କରୁଅଛି ? ତାପରେ ଠାକୁରଙ୍କ ସେହିସବୁ ଜମିବାଡି ସରକାରଙ୍କ ବୋଲି ଦର୍ଶାଇ ବିଭିନ୍ନ କମ୍ପାନୀ ମାନଙ୍କୁ ଦେଇଦେଲେ କିଛି ଟଙ୍କା ରୋଜଗାର ହୋଇଯିବ ! ତାପରେ ହିନ୍ଦୁତ୍ୱର କଣ କିଛି ଅସ୍ତିତ୍ବ ରହିବ ?
ଶ୍ରୀ ବାଲୁଙ୍କେଶ୍ୱର ମହେଶ ବୀଜେ ଠାକୁରଙ୍କ ନାମରେ ରହିଥିବା ଜମିବାଡି ତଥା ଜାଗା ସରକାର ନିଜର ବୋଲି ଦାବୀ କରିଥିବା ପ୍ରସଂଗକୁ ବୁଦ୍ଧିଜୀବୀଙ୍କ ମହଲରେ ବହୁତ ସମାଲୋଚ଼ନା କରାଯାଇଥିବା ତଥ୍ଯ ଜାଣିବାକୁ ମିଳୁଅଛି। ଏପରିକି ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବର୍ଗ ଓ କର୍ମୀଗଣ ସରକାରଙ୍କ ଏପରି ହୀନ କାର୍ଯ୍ୟକୁ ନାପସନ୍ଦ ସହିତ ନିନ୍ଦା କରିଛନ୍ତି। ବିଜେପିର ସମର୍ଥକମାନେ ମଧ୍ଯ ଏପରି ହୀନ କାର୍ଯ୍ୟକୁ ନାପସନ୍ଦ କରିବା ସହିତ ନିନ୍ଦା କରୁଥିବା ଜାଣିବା ପାଇଁ ମିଳୁଅଛି।
ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର।