logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପାଲଲହଡ଼ା ଉପଖଣ୍ଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଚ୍ଚସ୍ତରୀୟ କମିଟି ର ପରିଦର୍ଶନ।


ପାଳଲହଡ଼ା- ପାଳଲହଡ଼ା ଉପଖଣ୍ଡ ସଦର ମହକୁମାରେ ପ୍ରତିଷ୍ଠା ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ | କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି। ଆସନ୍ତା ଶିକ୍ଷାବର୍ଷରୁ ନାମଲେଖା ଆରମ୍ଭ ହେବ ବୋଲି ସୂଚନା ମିଳିଛି । ବୁଧବାରଅନଗୁଳ ଅତିରିକ୍ତ ଜିଲ୍ଲାପାଳ ଙ୍କ ତତ୍ୱାବଧାନ ରେ ପାଲଲହଡ଼ା ଉପଖଣ୍ଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ପାଳଲହଡା ଗସ୍ତରେ ଆସି ଭିତ୍ତି ଭୂମି ପରିଦର୍ଶନ କରିଥିଲେ। ପାଳଲହଡାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଳଲହଡା କାଇଁଶୀରିପାଲି ଠାରେ ଥିବା ସ୍କିଲ ଡେଭଲପମେଣ୍ଟ ସେଣ୍ଟର ଓ ହାଟ ପଦା ପରିଦର୍ଶନ କରିଥିବା ବେଳେ ମାଲ୍ୟଗିରି ମହାବିଦ୍ୟାଳୟ ଠାରେ ଅସ୍ଥାୟୀ ଭାବେ ବିଦ୍ୟାଳୟ ଆରମ୍ଭ ପାଇଁ ଭିତ୍ତିଭୂମି ପରକ୍ଷି ଥିଲେ। ଅନେକ ଦିନରୁ କେନ୍ଦ୍ରୟ ବିଦ୍ୟାଳୟ ପାଇଁ ଦାବି ହୋଇ ଆସୁଥିବା ବେଳେ ଏବେ ପାଳଲହଡା ରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆଶା ଉଦ୍ଜୀବିତ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଅନଗୁଳ ଉଦୟ କୁମାର ମହାପାତ୍ର ପ୍ରକାଶ କରିଥିଲେ।ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ, ତହସିଲଦାର ଆକାଂକ୍ଷା ମହାପାତ୍ର ପ୍ରମୁଖ କ୍ଷେତ୍ର ପରିଦର୍ଶନ ରେ ଉପସ୍ଥିତ ଥିଲେ।

113
2056 views

Comment