logo

ସାମାନ୍ୟ ବର୍ଷା ରେ ଜାତୀୟ ରାଜପଥ ରେ ଅସ୍ଥାୟୀ ପୋଖରୀ ସୃଷ୍ଟି l

ଅନୁଗୋଳ ( କରୁଣାକର ନାୟକ) ୨୨/୬ ଅନୁଗୋଳ ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଯାଇ ଥିବା ୫୫ ନମ୍ୱର ଜାତୀୟ ରାଜପଥ ରେ ଅସରାଏ ବର୍ଷା ହେଲେ ରାଜପଥର ଅଧିକାଂଶ ସ୍ଥାନରେ ରାସ୍ତା ମାନ ଖାଲୁଆ ଥିବାରୁ ବର୍ଷା ପାଣି ଜମି ରହିଥିବାରୁ ଅପର ପାର୍ଶ୍ଵ ରେ ଯାଉଥିବା ଛୋଟ ଗାଡ଼ି ଅଥବା ବାଇକ୍ ଉପରେ ପଡ଼ିବାରୁ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହେଉଛନ୍ତି।ଏସଂପର୍କରେ ଥାନାରେ ଅଭିଯୋଗ କଲେ ହିଁ ପ୍ରଥମେ ଛୋଟ ଗାଡ଼ି ଉପରେ ଦାଉ ସାଧୁ ଛନ୍ତି ହ ଣ୍ଡପା ର ଥାନା ଅଧିକାରୀ। ଗତ ସପ୍ତାହରେ ଦୁର୍ଘଟଣାରେ ଶିକାର ହୋଇ ଥିବା ପୁର୍ବତନ ମୁଖ୍ୟ ମନ୍ତ୍ରୀ ହେମାନନ୍ଦ ବିଶ୍ଵାଳ ଙ୍କ ପତ୍ନୀ, ଝିଅ ଓ ନାତୁଣୀ, ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ମଧ୍ଯ ଏଥି ରୁ ଅଳ୍ପକେ ବଂଚି ଯାଇଥିବା ଖବର ପ୍ରକାଶିତ ହୋଇ ଥିଲା। ଏହି ସବୁ ସ୍ଥାନ ଗୁଡ଼ିକ ଆଗାମୀ ମରାମତି କରାନଗଲେଦୁର୍ଘଟଣାରେ ବହୁ ଧନ ଜୀବନ
ଯିବାର ସମ୍ଭାବନା ରହିଛି। ଏଥି ପାଇଁ ଦାୟୀ କିଏ ରହିବେ ବୋଲି ଅଚଳ ବାସୀ ଗଣ ମାଧ୍ୟମ ଜଣାଇ ଛନ୍ତି।

215
4848 views