logo

ସେମିଳିଗୁଡା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଡଃ ଝାନସୀ ସିଂହଙ୍କୁ ସ୍ବାଗତ ସମ୍ବର୍ଦ୍ଧନା,ସେମିଳିଗୁଡା,କୋରାପୁଟ, ଓଡିଶା,ତା ୨୬/୬/୨୫(ଗୁରୁବାର)

ନୂତନ ଅଧ୍ୟକ୍ଷଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା
ସେମିଳିଗୁଡା, ସେମିଳିଗୁଡା ମହାବିଦ୍ୟାଳୟରେ ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ନୂତନ ଅଧ୍ୟକ୍ଷା ଡ ଝାନ୍ ସୀ ସିଂହଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ କୋରାପୁଟର ମାନ୍ୟବର ବିଧାୟକ ରଘୁରାମ ମାଛ, ମୁଖ୍ୟ ବକ୍ତା ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂହ, ଅନ୍ୟତମ ଅତିଥି ସୁନାବେଢା ପୈରପରିଷଦର ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ସମାଜସେବୀ ଶ୍ରୀ ସୁମନ୍ତ ପ୍ରଧାନ ଏଂବ ଜିଲ୍ଲା ଭାରତୀୟ ଜନତା ଦଳର ସଭାପତି ଶ୍ରୀ ଶିବ ମୁଦୁଲି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ସହ ଆଗାମୀ ଦିନରେ ମହାବିଦ୍ୟାଳୟର ଉତ୍ତର ଉତ୍ତର ଉନ୍ନତିରେ ସରକାରଙ୍କ ପୂର୍ଣ୍ଣ ସହଯୋଗ ରହିଛି ବୋଲି ମତବ୍ୟକ୍ତ କରିଥିଲେ। ପ୍ରତିଷ୍ଠାତା ଶ୍ରୀ ସିଂହ ଆଦିବାସୀ ଅଧ୍ୟୁଷିତ ପାର୍ବତ୍ୟ ଅଞ୍ଚଳରେ ଉଚ୍ଚଶିକ୍ଷାର ଆବଶ୍ୟକତା ଏବଂ ଶିକ୍ଷାର ଗୁଣାତ୍ମକ ବିକାଶ ଦିଗରେ ଉଚ୍ଚକୋଟିର ଆଲୋଚନା କରିବା ସହିତ ଆଦିବାସୀ ସମାଜରେ ପୂର୍ବ ପ୍ରଚଳିତ ପାରମ୍ପରିକ ବ୍ୟବସ୍ଥା ଆଧୁନିକ ସମାଜ ବ୍ୟବସ୍ଥା ଠାରୁ ଉନ୍ନତ ବୋଲି ମତ ଉପସ୍ଥାନ କରିଥିଲେ। ଅନ୍ୟତମ ଅତିଥି ଭାବେ ସୁମନ୍ତ ପ୍ରଧାନ କୋରାପୁଟ ଜିଲ୍ଲାର ଉଚ୍ଚ ଶିକ୍ଷା କ୍ଷେତ୍ରରେ ସେମିଳିଗୁଡା ମହାବିଦ୍ୟାଳୟର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅଧ୍ୟକ୍ଷାଙ୍କୁ ଉଦବୋଧିତ୍ କରିଥିଲେ। ସୁନାବେଢା ପୌର ପରିଷଦର ଅଧ୍ୟକ୍ଷ ଡକ୍ଟର ପାତ୍ର ସେମିଳିଗୁଡା ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଭାବରେ ଗର୍ବ ଅନୁଭବ କରିବା ସହିତ କୋରାପୁଟର ବିକାଶ ଦିଗରେ ମହାବିଦ୍ୟାଳୟ ଅଗ୍ରଣୀ ଭୂମିକା ନିର୍ବାହ କରିଛି ବୋଲି ସମ୍ଭାଷଣ ରଖିଥିଲେ। ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଡକ୍ଟର ଝାନ୍ ସୀ ସିଂହ ଶୈଖିକ ବାତାବରଣର ଉନ୍ନତି, ନାକ୍ ଅନୁମୋଦନ ନିମନ୍ତେ ସମସ୍ତ ମାନଦଣ୍ଡ ପୂରଣ, ଉଚ୍ଚ ଶିକ୍ଷା କ୍ଷେତ୍ରରେ ସେମିଳିଗୁଡା ମହାବିଦ୍ୟାଳୟର ସ୍ଵତନ୍ତ୍ର ପରିଚୟ, କ୍ରୀଡା, ସେବା, ସାଂସ୍କୃତିକ କ୍ଷେତ୍ରରେ ଛାତ୍ର ଛାତ୍ରୀଙ୍କ ବ୍ୟକ୍ତିତ୍ଵ ଭୂମିକା, ଆଦିବାସୀ ଭାଷା, ସାହିତ୍ୟ, ସଂସ୍କୃତି, ସଂଗୀତ, ନୃତ୍ୟ, ପର୍ଯ୍ୟଟନ ବିକାଶ ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ କର୍ମଶାଳା ଏବଂ ବିଭିନ୍ନ କାର୍ଯ୍ୟକ୍ରମ କରିବାର ଉଚ୍ଚ ଆକାଂକ୍ଷାକୁ ବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ଶ୍ରୀ ଦେବାଶିଷ ପଟ୍ଟନାୟକ ପ୍ରାରମ୍ଭିକ ସ୍ୱାଗତ ଭାଷଣ ଦେବାସହ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ଶ୍ରୀ ଦେବରାଜ ନାୟକ, ହରପ୍ରସାଦ ପତି, ପ୍ରେମାନନ୍ଦ ରାଉତ, ଡକ୍ଟର ଗୀତା ପଟ୍ଟନାୟକ, ଡକ୍ଟର ଅଲେଖ ପଣ୍ଡା, ସୁରେଶ ପାଇକରାୟ, ବବିତା ମିଶ୍ର, ଲଳିତା ପ୍ରଧାନ, ରୋନାଲି ନାୟକ, ଦିଗେଶ୍ଵରୀ ଶିଖା, ନିରଞ୍ଜନ ପୋଢ, ଶ୍ରୀପତି ଗିରି, ବିନୋଦ ଲେଙ୍କା, ଚନ୍ଦନ ପ୍ରସାଦ, ବିଜୟ ଦାସ ପଙ୍ଗି, ସତ୍ୟନାରାୟଣ ମିଶ୍ର , ଲଡୁକିଶୋର ଗଉଡ, ରୁଡାଇ ମୁକ୍ତା, ଗଙ୍ଗା କୁଳଦୀପିଆ, ମନୁ ସିଂ ଓ ହରି ସିରିକା ପ୍ରମୁଖ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ଥିଲେ

3
424 views