logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବନ ମହୋତ୍ସବରେ ମା ପାଇଁ ଗଛଟିଏ ଲଗାଇଲେ ବିଧାୟକ ଅଖିଳ ଚନ୍ଦ୍ର ନାଏକ ହାତରେ।

ପାଟଣା : ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ନାନ କ୍ରମେ ସାରା ଦେଶରେ ଗାଁ ଠୁ ସହର ଯାଏ ବ୍ୟାପକ ବୃକ୍ଷ ରୋପଣ ପାଇଁ ଆହ୍ନାନ ଦେଇଛନ୍ତି. ମାଆଙ୍କ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତେକ ମଣିଷ ନିଜ ମାଙ୍କ ପାଇଁ ଗଛଟିଏ ଲଗାନ୍ତୁ. ତାଙ୍କ ତ୍ୟାଗ ସମର୍ପଣ ଭାବନାକୁ ମନେ ପକାଇବା ସହିତ ଗାଁ ପରିମଳ ସୁସ୍ଥ ରଖିବା ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ଏହି ପରିପେକ୍ଷୀରେ ପାଟଣା ବନ ବିଭାଗ ପକ୍ଷରୁ ଖିରେଇଟାଙ୍ଗିରି ସେକ୍ସନ ବେଲପଶି ଗ୍ରାମରେ ୭୬ତମ ବନ ଉତ୍ସବ ଉଦଘାଟନ ହୋଇଛି। ପାଟଣା ବନ ଅଧିକାରୀ ବନବିହାରୀ ସର୍ଦ୍ଧାର ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଉଦଘାଟନ କରିଥିଲେ। ସଂମ୍ମାନିତ ଅତିଥିଭାବେ ଏସିଫ ସୁଦୀପ୍ତ ପଣ୍ଡା, ନାଏକ ସରପଞ୍ଚ ଝାଡେଶ୍ୱର ମହାନ୍ତ,ପୁଷ୍ପଲତା ମହାନ୍ତ, କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ। ଖିରେଇ ଟାଙ୍ଗିରି ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଫରେଷ୍ଟର ଗାର୍ଡ ଡଲିରାଣୀ ସାହୁଙ୍କ ସହ ବନ ବିଭାଗର କର୍ମଚାରୀ ସହଯୋଗ କରିଥିଲେ।

102
4597 views

Comment