
କଣିହାଁ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ
*କଣିହାଁ ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ*
ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ :୧୪/୦୭/୨୦୨୫ (ସୋମବାର)ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଜିଲ୍ଲାପାଳ ଅନୁଗୋଳ ଅବ୍ଦାଲ ଏମ୍ ଅଖତରଙ୍କ ଉପସ୍ଥିତି ରେ ମୋଟ ୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ବ୍ୟକ୍ତିଗତ(Individual)- ୧୮ଟି ଓ ଗ୍ରାମ୍ୟ ଭିତ୍ତିକ( Village)-୦୬ଟି ।ଏହି ଶିବିର ସ୍ଥଳରେ ତୁରନ୍ତ ୪ଟି ଅଭିଯୋଗର ଫଏସଲା (On the spot) କରାଯାଇଥିଲା । ଦୁଇ ଜଣଙ୍କୁ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ଭକ୍ତ ବନ୍ଧୁ ଧୀର ଏବଂ ସୁଭମ ମହାପାତ୍ର ଉଭୟଙ୍କୁ ଚିକିତ୍ସା ନିମନ୍ତେ ୭୫୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରା ଯାଇଥିଲା। ଅଭିଯୋଗ ମୁଖ୍ୟତଃ ଗ୍ରାମ ସମସ୍ୟା, କଳକାରଖାନା ଦ୍ଵାରା ଅଧିଗୃହୀତ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଏବଂ ଥଇଥାନ ସମସ୍ୟା, ଜମିଜମା ସମ୍ବନ୍ଧରେ, ରାସ୍ତାଘାଟ ମରାମତି ଏବଂ ବ୍ୟକ୍ତି ଗତ ସମ୍ବନ୍ଧରେ ଆସିଥିଲା । ଏଥିରେ ଉପସ୍ଥିତ ଥିଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ରାଇଗୁରୁ, ଉପଜିଲ୍ଲାପାଳ ସମୀର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ , ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଚିନ୍ମୟ ଦାସ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ କଣିହାଁ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ ।