logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାନସିକ ନିର୍ଯାତନା ସହି ନ ପାରି, ଛାତ୍ରୀ ଙ୍କ ଆତ୍ମାହୁତି ଉଦ୍ୟମ। ୯୦%ଭାଗ ଜଳି ଗଲା।

ଭୁବନେଶ୍ୱର: ୧୪/୦୭ ବାଲେଶ୍ଵର ଫକୀମୋହନ ସ୍ୱୟମ ଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଘଟଣାର ଏଡୁକେସନ ବିଭାଗ ମୁଖ୍ୟ ତଥା ଆସିଷ୍ଟାଣ୍ଟ ପ୍ରଫେସର ସମୀର ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ ସେ ଛାତ୍ରୀ ଜଣକୁ ମାନସିକ ନିର୍ଯାତନା ଦେବା ସହ ଫେବର୍ ମାଗୁଥିଲେ ବୋଲି ଅଭିଯୋଗ ହୋଇଛି। କଲେଜ କର୍ତ୍ତୁପକ୍ଷ ନିକଟରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ ହେଁ କାର୍ଯ୍ୟାନୁଷ୍ଠାନ ରେ ବିଳମ୍ବ ହେବା ଯୋଗୁଁ ଆଜି ସେ କଲେଜ ର ଗେଟ ସମ୍ମୁଖ ରେ ନିଜ ଦେହ ରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇ ଥିଲେ। ଛାତ୍ରୀ ଜଣକ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଭୁବନେଶ୍ବର ଏମସ୍ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି। ତାଙ୍କ ଦେହର ୯୦%ପୋଡି ଯାଇଛି, ବହୁତ୍ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ ଗୁଡିକ କାର୍ଯ୍ୟ କରୁ ନ ଥିବା ଜଣା ପଡ଼ିଛି, ବର୍ତ୍ତମାନ ତାଙ୍କୁ ଭେଣ୍ଟିଲିଟର ରେ ରଖା ଯାଇ ଚିକିତ୍ସା ଚାଲିଛି। ଏହି ଘଟଣା କୁ ଉଚ୍ଚ ଶିକ୍ଷା ବିଭାଗ ଗୁରୁତ୍ବ ସହ ନେଇ କଲେଜ ର ଅଧ୍ୟକ୍ଷ ଦିଲୀପ ଘୋଷ ଓ ଅଭିଯୁକ୍ତ ସମୀର ସାହୁ ଙ୍କୁ କାର୍ଯ୍ୟ ରୁ ନିଲମ୍ବନ କରାଯାଇ ଥିବାର ସୁଚନା ମିଳୁଛି

98
998 views

Comment