logo

ଆସିକା ରେ ବହୁ ବିଜେଡି କର୍ମୀ ବିଜେଡ଼ି ଛାଡି ବିଜେପି ରେ ଯୋଗ ଦେଲେ

ଆସିକା ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ବିଜେପିର ସଂଗଠନ। ସଂଗଠନକୁ ଆହୁରି ମଜବୁତ କରିବା ପାଇଁ ଲାଗିପଡିଛନ୍ତି ଖୋଦ ବିଧାୟକ ସରୋଜ କୁମାର ପାଢ଼ୀ । ବହୁ ସମର୍ଥକକୁ ନେଇ ଗହଙ୍ଗୁ ପଞ୍ଚାୟତ ପରାଜିତ ସରପଞ୍ଚ ପାର୍ଥ ଗୋବିନ୍ଦ ଚନ୍ଦ୍ର ମିଶ୍ର ବିଜେପିରେ ଯୋଗଦାନ କରିବା ପରେ ବେଶ ଖୁସିଥୁବା କହିଛନ୍ତି ଗୋବିନ୍ଦ । ବିଜେପିର ନୀତି ଓ ଆଦର୍ଶ ସାଙ୍ଗକୁ ବିଧାୟକ ସରୋଜ କୁମାର ପାଢ଼ୀଙ୍କ ନେତୃତ୍ୱ ତାଙ୍କୁ ପ୍ରଭାବିତ କରିଥୁବା ସ୍ପଷ୍ଟ କରିଛନ୍ତି । କିଛି ୱାର୍ଡ ମେମ୍ବର ସାଙ୍ଗକୁ କର୍ମୀ ମଧ୍ୟ ଆଜି ଗୋବିନ୍ଦଙ୍କ ନେତୃତ୍ୱରେ ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ବିଧାୟକ ସରୋଜ କୁମାର ପାଢୀଙ୍କ ନେତୃତ୍ବରପ୍ରଭାବ ଆସିକା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ବେଶ ଆକୃଷ୍ଟ କରୁଥିବା ଦେଖ‌ିବାକୁ ମିଳିଛି। ଗହଙ୍ଗୁ ପଞ୍ଚାୟତର ଆଠ ନମ୍ବର ୱାର୍ଡ ମେମ୍ବର ଲକ୍ଷ୍ମୀ କାନ୍ତ ମିଶ୍ର, ୭ ନମ୍ବର ୱାର୍ଡ ମେମ୍ବର ସୁନିତା ନାଇକ, ଅରୁଣ କୁମାର ମିଶ୍ର, ସୂର୍ଯ୍ୟ କାନ୍ତ ମିଶ୍ର, ସିଂହାସନି ମିଶ୍ର, ମାଗୁଣି ଚରଣ ପଣ୍ଡା, ବିନୋଦ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ବେହେରା ସମେତ ବହୁ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଉକ୍ତ ମିଶ୍ରଣ ପର୍ବରେ ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ଵଇଁ, ସୋନୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଗୋବିନ୍ଦ ଚନ୍ଦ୍ର ମିଶ୍ର ଜଣେ ଆଗଧାଡିର ଯୁବନେତା ହୋଇଥୁବା ବେଳେ ଆଗାମୀ ଦିନରେ ନିଜର ସାଙ୍ଗଠନିକ ଦକ୍ଷତାକୁ ନେଇ ବେଶ ଆଶାବାଦୀ ଅଛନ୍ତି ।

52
2583 views