logo

ତ୍ୟାଗର ପ୍ରତିମା ନାରୀଙ୍କୁ ଆତ୍ମସମ୍ମାନ ଓ ସୁରକ୍ଷା ମିଳିବ କେବେ ?

ବର୍ତ୍ତମାନ ଆଧୁନିକ ମାନବ ସମାଜରେ ଶିକ୍ଷା ବ୍ୟବସ୍ଥାରେ କେଉଁଠି ନା କେଉଁଠିକି ଅନେକ ଅଭାବ ରହିଛି ! ଯାହା ଫଳରେ ବର୍ତ୍ତମାନର ମନୁଷ୍ଯ ସମାଜରେ ଉପଯୁକ୍ତ ଶିକ୍ଷା ଅଭାବରୁ ନାରୀ ପ୍ରତି ସମ୍ମାନ, ମର୍ଯ୍ୟାଦା ଓ ନ୍ଯାୟ ଦେବଦାରୁ ବଞ୍ଚିତ କରାଯାଇଛି। ତେଣୁ ଦିନକୁ ଦିନ ନାରୀକୁ ଜାଣିଶୁଣି ଅବହେଳା ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳୁଅଛି। କୌଣସି ନା, କୌଣସି ପ୍ରକାରର ନାରୀ ନିର୍ଯ୍ୟାତନାର ଶୀକାର ହୋଇ ଆତ୍ମହତ୍ଯା କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ଏଥିପାଇଁ ସବୁକ୍ଷେତ୍ରରେ ବିଚାରବିମର୍ଶ କରିବାର ସମୟ ଆସିଯାଇଛି। ଯେପର୍ଯ୍ୟନ୍ତ ନାରୀମାନଙ୍କୁ ଉପଯୁକ୍ତ ସମ୍ମାନ, ସୁରକ୍ଷା ଓ ନ୍ଯାୟ ମିଳିବାରେ ଅବହେଳା ହେଉଥିବ। ଜାଣିରଖିବା ଉଚିତ୍ ଯେ, ସେପର୍ଯ୍ୟନ୍ତ ମାନବ ସମାଜରେ ଶିକ୍ଷାର ସଠିକ୍ ବିକାଶ ଓ ବିସ୍ତାର ହୋଇନାହିଁ।

ଯଦି ନିଜ ଘରୁ ଆରମ୍ଭ କରି ବାହାର ପର୍ଯ୍ୟନ୍ତ ନାରୀକୁ ସୁରକ୍ଷିତ କରାଯାଇ ପାରିବ ନାହିଁ। ସେତେବେଳେ ବୁଝି ଯିବା ଉଚିତ୍ ଯେ, ସେହି ଘରର ପରିବାର ଓ ବାହାର ଦୁନିଆ ଅଧପତନ ଦିଗକୁ ଅଗ୍ରସର ହେଉଛି। ପୁରାଣ ଶାସ୍ତ୍ର ହେଉ ବା ଇତିହାସ ପ୍ରୁଷ୍ଠା ଦେଖିଲେ, ଏବିଷୟ ସ୍ପଷ୍ଟ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ହେବ। ଯେଉଁ ଯେଉଁ ସମୟରେ ନାରୀକୁ ଅସମ୍ମାନ କରାଯାଇଛି। ସେହି ସମୟରୁ ହିଁ, ପରିବାରର ତଥା ସମାଜରେ ବ୍ୟଭିଚାର ଓ ଅଶାନ୍ତି ବ୍ୟାପିବା କାରଣରୁ ପତନ ଘଟିବା ଆରମ୍ଭ ହୋଇଥିଲା।

ନାରୀ ଗୋଟିଏ ଉପଭୋଗ୍ୟ ସାମଗ୍ରୀ ନୁହେଁ, ତେଣୁ ନାରୀକୁ ହୀନ ଦ୍ରୁଷ୍ଟିରେ ବିଚାର କରିବା ମଧ୍ଯ ଅନୁଚିତ। ସନାତନ ଧର୍ମରେ ନାରୀକୁ ଦେବୀ ବୋଲି ସମ୍ବର୍ଦ୍ଧନା କରାଯାଇଛି। ଭୂମିଷ୍ଠ ଅର୍ଥାତ୍ ଜନ୍ମ ଗ୍ରହଣ ଠାରୁ ବ୍ରୁଦ୍ଧାବସ୍ଥା ପ୍ରାପ୍ତ ପର୍ଯ୍ୟନ୍ତ ନାରୀର ଅନେକ ଗୁଡ଼ିଏ ରୂପ ରହିଛି। ସେହି ଅନେକ ରୂପର ଅନେକ ଗୁଡିଏ ନାମ ମଧ୍ଯ ରହିଛି ! ଯଥା: କନ୍ଯା, ବାଳିକା, କିଶୋରୀ, ଯୁବତୀ, ବହୂ, ମାଆ, ଭଉଣୀ ଏବଂ ଦେବୀ ଏସବୁ ଜଣେ ନାରୀର ଉପାଧି ଅଟେ। ଏହା ବ୍ୟତୀତ ଦୁଇ କୂଳର ହିତ ସାଧନ କରିବା କାରଣରୁ ଦୁହିତା ବୋଲି ସମ୍ବୋଧିତ କରାଯାଇଛି। ଭଗବାନଙ୍କ ମାନବସମାଜ ସ୍ରୁଷ୍ଟି ଚକ୍ରକୁ ପୁନରାବୃତ୍ତି କରିବା ପାଇଁ ବିବାହ ସଂସ୍କାର ପରମ୍ପରା ବହୁ ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ପ୍ରଚଳିତ ହୋଇଅଛି। ଯେପରିକି ଗୋ ଦାନ, ଭୂମି ଦାନ କରିବା ଆବାହନ କାଳରୁ ପ୍ରଚଳିତ। ଠିକ୍ ସେହିପରି କନ୍ଯା ଦାନ କରିବା ପରମ୍ପରା ମଧ୍ଯ ସ୍ରୁଷ୍ଟି ଆରମ୍ଭରୁ ପ୍ରଚଳିତ ହୋଇଅଛି।

ଏଠାରେ ସବୁକ୍ଷେତ୍ରରେ ନାରୀକୁ ସମ୍ମାନ ଓ ସୁରକ୍ଷିତ କରିବା ପାଇଁ ଯଥେଷ୍ଟ ଯତ୍ନପୂର୍ବକ କନ୍ଯା ଦାନ କରାଯାଏ। ଯଦି ଏହି ପରମ୍ପରାଗତ ସତ୍ଯତାକୁ ଅନୁଧ୍ଯାନ କଲେ ଜଣାପଡ଼େ ଯେ ନାରୀ ହିଁ ପ୍ରକୃତରେ ତ୍ଯାଗର ମୂର୍ତ୍ତିମନ୍ତ ସ୍ବରୂପ। ଜନ୍ମ ଠାରୁ ମ୍ରୁତ୍ୟୁ ପର୍ଯ୍ୟନ୍ତ କେବଳ ନାରୀକୁ ସବୁକିଛି ତ୍ଯାଗ କରିବା ପାଇଁ ପଡୁଛି। କିନ୍ତୁ ତା ପ୍ରତିବଦଳରେ ନାରୀକୁ ସମ୍ମାନ, ସୁରକ୍ଷା, ମର୍ଯ୍ୟାଦା ଦେବା ପାଇଁ ମାନବସମାଜ କୁଣ୍ଠିତ କଣପାଇଁ ?

ଯଦି କୌଣସି ବ୍ୟକ୍ତି ଗୋଟିଏ ନାରୀର ଜନ୍ମ ଠାରୁ ବ୍ରୁଦ୍ଧାବସ୍ଥା ପ୍ରାପ୍ତ ପର୍ଯ୍ୟନ୍ତ ଜୀବନକୁ ଅନୁଧ୍ଯାନ କରିବ। ତେବେ ଜାଣି ପାରିବ ଯେ, ଗୋଟିଏ ନାରୀର ଜନ୍ମ କେତେ କଷ୍ଟ ଏବଂ ଦୁଃଖଦାୟକ। ସେ ବିଷୟରେ ଏଠାରେ ବର୍ଣ୍ଣନା କରିବା ଦ୍ବାରା ନାରୀର ମର୍ଯ୍ୟାଦା ପ୍ରତି ଅବମାନନା ହେବ। ତେଣୁ ମୋର ଲେଖନୀକୁ ଲଗାମ ଦେଉଛି। କିନ୍ତୁ ଏହାର ସତ୍ଯତା ପ୍ରମାଣିତ କରିବା ପାଇଁ ଦେବୀ ପ୍ରତିମା ନାରୀମାନଙ୍କୁ ପରାମର୍ଶ କରିବାକୁ ଅନୁରୋଧ କରୁଛି।

ଯଦି କେହି ବ୍ଯକ୍ତି ଏହି ଜୀବନ କାଳରେ ନାରୀକୁ ସମ୍ମାନ, ସୁରକ୍ଷା ଓ ନ୍ଯାୟ ପ୍ରଦାନ କରିବା ପାଇଁ ଅକ୍ଷମ ହୁଏ। ତେବେ ଜାଣି ରଖିବା ଉଚିତ୍ ଯେ, ସେହି ବ୍ଯକ୍ତିର ଶିକ୍ଷା, ରୋଜଗାର, ଧନ ସମ୍ପତ୍ତିର କୌଣସି ମୂଲ୍ଯ ନାହିଁ। ସିଏ ଗୋଟିଏ ପ୍ରୁଥିବୀ ଉପରେ ପାପର ବୋଝ ବୋଲି ବୁଝିବାକୁ ହେବ। କାରଣ ପ୍ରତ୍ୟେକ ବ୍ଯକ୍ତି ନାରୀର ଗର୍ଭରୁ ହିଁ ଜନ୍ମଲାଭ କରିଥାଏ। ଯିଏ ନାରୀର ଗର୍ଭରୁ ଜନ୍ମ ହୋଇ କୌଣସି ନାରୀକୁ ସମ୍ମାନ, ମର୍ଯ୍ୟାଦା ଓ ନ୍ଯାୟ ଦେବାକୁ ଅସମର୍ଥ ହୁଏ। ସେହି ବ୍ଯକ୍ତିର ଜନ୍ମ କେବଳ ନିଜ ପରିବାର ଓ ମାନବସମାଜ ପ୍ରତି ଗୋଟିଏ ଚଳପ୍ରଚଳ କରୁଥିବା ବୋଝ ବୋଲି ବୁଝିବାକୁ ହେବ। ଯେଉଁ ବ୍ଯକ୍ତି ନାରୀର ଗର୍ଭରୁ ଜନ୍ମ ହୋଇ, ନାରୀର ପ୍ରତିରୂପ ପ୍ରତି କାମାସକ୍ତ ହୁଏ। ବୁଝିବାକୁ ହେବ ଯେ ସିଏ ଗୋଟିଏ ମନୁଷ୍ଯର ରୂପ ଧାରଣ କରିଥିବା ପଶୁ ଅଟେ। ଯେଉଁ ବ୍ଯକ୍ତି ନାରୀକୁ ନାରାୟଣୀ ବୋଲି ବୁଝିବାକୁ ସକ୍ଷମ, ସିଏ ସଂସାରର ଯେତେ ଝଡଝଞ୍ଜା ଆସିଲେ ମଧ୍ଯ ଧର୍ଯ୍ୟର ସହିତ ସମ୍ମୁଖିନ ହୁଏ ଓ ସଫଳତା ହାସଲ କରେ। ଯେତେବେଳେ ନାରୀକୁ ଗୋଟିଏ ଉପଭୋଗ୍ୟ ସାମଗ୍ରୀ ବୋଲି ଭାବି ନିଏ, ତାର ସୁନାର ସଂସାର ଚୁନା ହେବା ଆରମ୍ଭ ହୋଇଯାଏ। ଯଦି ନାରୀ ଜନ୍ମ ଠାରୁ ବ୍ରୁଦ୍ଧାବସ୍ଥା ପ୍ରାପ୍ତ ପର୍ଯ୍ୟନ୍ତ ସବୁକିଛି ତ୍ଯାଗ କରିବା ପାଇଁ ପ୍ରସ୍ତୁତ। ତେବେ ନାରୀକୁ ସମ୍ମାନ, ସୁରକ୍ଷା, ମର୍ଯ୍ୟାଦା ଓ ନ୍ଯାୟ ଦେବାକୁ କଦାପି କୁଣ୍ଠିତ ହେବା ଅନୁଚିତ।

ବାଲେଶ୍ଵର ଜିଲ୍ଲା ସ୍ଥିତ ଫକୀର ମୋହନ ବିଶ୍ବବିଦ୍ୟାଳୟର ଛାତ୍ରୀ ନିଜର ସମ୍ମାନ, ସୁରକ୍ଷା,ମର୍ଯ୍ୟାଦା ଓ ନ୍ଯାୟ ପାଇବା ପାଇଁ ନିଜ ଦେହରେ ନିଆଁ ଲଗାଇ ଆତ୍ମହୁତି ଉଦ୍ୟମ କରିଥିବା ସୌମ୍ୟାଶ୍ରୀ, ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ବାସ ପରିତ୍ଯାଗ କରିଥିବା ସୌମ୍ୟାଶ୍ରୀ ର ଆତ୍ମାର ସଦଗତି କାମନା କରୁଅଛି। ଉପରୋକ୍ତ ଉଲ୍ଲେଖ ବିଷୟ ସୌମ୍ୟାଶ୍ରୀ ର ଆତ୍ମସମ୍ମାନ ପ୍ରତି ଶ୍ରଦ୍ଧାପୂର୍ଣ୍ଣ ଅର୍ପଣ କରୁଅଛି। କେବଳ ଗୋଟିଏ ଅଭିଳାଷ ରହିଗଲା, ଜୀବିତାବସ୍ଥା ରେ ଏହି ମାନବସମାଜ ସୌମ୍ୟାଶ୍ରୀ ପ୍ରତି ନ୍ଯାୟ ଦେଇ ପାରିଲା ନାହିଁ !

ଉପସ୍ଥାପନା: ପୁରୁଷୋତ୍ତମ ପାତ୍ର, କେନ୍ଦୁଝର ଖବର।

35
872 views