logo

ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

କେନ୍ଦୁଝର(ଧ୍ୟାନକୃଷ୍ଣ ନାୟକ):ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମରେ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ସୂଚନା ଅନୁଯାୟୀ କଣ୍ଡରାପଶି ପଧାନ ସାହିର ସୁଲେଶ ନାୟକଙ୍କ ବାରିପଟ ଘର ରୁଅରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଆଜି ସକାଳୁ କେତେକ ପଡୋଶୀ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସଙ୍ଗେ ସଙ୍ଗେ ସାହିରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ପୋଲିସକୁ ମଧ୍ୟ ଖବର ଦିଆଯାଇଥିଲା। ଗତ ବିଳମ୍ବିତ ରାତିରେ ଉକ୍ତ ଘଟଣା ଘଟିଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ଯୁବକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ମୃତ ଯୁବକ ଜଣକଙ୍କ ବେକରେ ନାଲି ରଙ୍ଗର ଗାମୁଛା ବନ୍ଧାହୋଇ ଘର ରୁଅରେ ଝୁଲିଥିବା ବେଳେ ଗୋଡ଼ ଦୁଇଟି ଆଣ୍ଠୁରୁ ଭୂଇଁରେ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

133
1321 views