logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜଳିଯାଇଥିବା ବଳଙ୍ଗା ଛାତ୍ରୀଙ୍କୁ କରାଯିବ ଏୟାର ଲିଫ୍ଟ, ଦିଲ୍ଲୀ ଏମ୍ସକୁ ହେବେ ସ୍ଥାନାନ୍ତରିତ

ନିମାପଡା ବଳଙ୍ଗା ଛାତ୍ରୀଙ୍କୁ କରାଯିବ ଏୟାର ଲିଫ୍ଟ। ଏ ନେଇ ଭୁବନେଶ୍ବର ଏମ୍ସ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ସେଥିପାଇଁ ସରକାରୀ ସ୍ତରରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଛାତ୍ରୀ ଜଣଙ୍କ ସାମାନ୍ୟ କଥା ହୋଇପାରୁଛନ୍ତି। ଆଗାମୀ 48 ଘଣ୍ଟା ଗରୁତ୍ବପୂର୍ଣ୍ଣ ବୋଲି ଗତକାଲି ଏମ୍ସ ଡାକ୍ତର କହିଥିଲେ। ତେବେ ସେତେବେଳେ ଏୟାର ଲିଫ୍ଟ କରିବା ସମ୍ଭବ ନ ଥିଲା। ବର୍ତ୍ତମାନ ତାହା କରାଯିବାର ସମ୍ଭାବନା ରହିଥିବାରୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଗତକାଲି ନିମାପଡା ବଳଙ୍ଗାର ଏହି ଛାତ୍ରୀଙ୍କୁ କେତେକ ଦୁର୍ବୃତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଛାତ୍ରୀଙ୍କର ପ୍ରାୟ 70 ପ୍ରତିଶତ ଶରୀର ଜଳିଯାଇଛି। ତାଙ୍କୁ ଭୁବନେଶ୍ବର ଏମ୍ସରେ ଚିକିତ୍ସା ଚାଲିଛି। ସେଥିପାଇଁ ଏମ୍ସ କର୍ତ୍ତୁପକ୍ଷ ଏକ ସ୍ବତନ୍ତ୍ର ଟିମ ଗଠନ କରିଛନ୍ତି। ଏପଟେ ରାଜ୍ୟ ସରକାର ମଧ୍ୟ ଏହି ଘଟଣାକୁ ନଜରରେ ରଖିଛନ୍ତି। ପୁରୀ ଏସପି ଏହା ଉପରେ ଅଧିକ ତଦନ୍ତ ଚଳାଇଛନ୍ତି। ଛାତ୍ରୀ ଜଣଙ୍କ କଥାବାର୍ତ୍ତା କରିବାରେ ସକ୍ଷମ ହୋଇଥିବାରୁ ତାଙ୍କର ବୟାନ ରେକର୍ଡ କରାଯାଇଛି। ସେହି ଅନୁସାରେ ବର୍ତ୍ତମାନ ତଦନ୍ତ ଆଗେଇ ଚାଲିଛି।

107
2398 views

Comment