logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଜ୍ୟ ସରକାରଙ୍କ ନୃତ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ପାଟଣା ବିଧାୟକ I

ପାଟଣା : ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୌଷୟିକ ନୃତ୍ୟ ଶିକ୍ଷା ବିଭାଗର ନିର୍ଦେଶ ଅନୁଯାୟୀ ରବିବାର ଦିନ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତ୍ରର୍ଗତ ତୁରୁମୁଙ୍ଗା ଲକ୍ଷ୍ମୀ ମଣ୍ଡପ ପରିସରରେ ବାର୍ଷିକ ନୃତ୍ୟ ଦକ୍ଷତା ବିକାଶ ଓ ନୌବେଦ୍ୟ ଡ୍ୟାନ୍ସ ଏକାଡେମୀର ନୃତ୍ୟ ଗୁରୁ ସିପୁନ କୁମାର ମହାକୁଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ରେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ସଂମ୍ମାନୀତ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ସୁଲେଖା ନାଏକ, ଚିତ୍ତରଂଜନ ନାଏକ, ବ୍ରଜେଶ୍ୱର ମହାନ୍ତ, ସାମ୍ବାଦିକ ସନ୍ତୋଷ କୁମାର ପତି, ବିଜୟ କୁମାର ମହାନ୍ତ ଦଶରଥ ବାରିକ ଙ୍କୁ ନୈବେଦ୍ୟ ଡ୍ୟାନ୍ସ ଏକାଡେମୀ କମିଟି ତରଫରୁ ଉତ୍ତରୀୟ ଦେଇ ସଂମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦକ୍ଷତା ବିକାଶର ବାର୍ଷିକ ନୃତ୍ୟ ଶିକ୍ଷା ଛାତ୍ର ଛାତ୍ରୀ ଙ୍କୁ ତାଲିମ ପ୍ରଧାନ କରାଯାଇଥିଲା।
ଓଡ଼ିଶି ନୃତ୍ୟର ଶିକ୍ଷା ଦେବା ସହ କିଭଳି ଛାତ୍ର ଛାତ୍ରୀ ମାନଙ୍କୁ ଦକ୍ଷତା ନୃତ୍ୟ ଶିକ୍ଷା ଅର୍ଜନ କରାଇ , ସେମାନେ ଯେଭଳି ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବନଶୀଳ ହେବେ ତା ଉପରେ ଅତିଥିମାନେ ମତପ୍ରକାଶ କରିଥିଲେ। ଶେଷରେ ଓଡିଶୀ ନୃତ୍ୟ ପରିବେଷଣରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ବିଧାୟକ ମାନପତ୍ର ପ୍ରଧାନ କରିଥିଲେ। କମିଟିର ଶୁଚିସ୍ମିତା ନାୟକ, ବେବି ରାଣୀ ମହାନ୍ତ, ତୋପସିନୀ ପାତ୍ର,ଭବାନୀ ମହାନ୍ତ,ରଶ୍ମି ରେଖା ସାହୁ
ଜ୍ୟୋତ୍ସହ୍ନା ମୟୀ ସାହୁ ପ୍ରମୁଖଙ୍କ ସହଯୋଗ କରିଥିଲେ। ଶେଷରେ ନୃତ୍ୟ ଗୁରୁ ସିପୁନ ମହାକୁଡ଼ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

85
412 views

Comment