logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦାମନଯୋଡି,୨୦/୦୭
ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ। କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଏବଂ ଅରି ପୁଟ୍ରାଘାଟି ଅଞ୍ଚଳରେ ରବିବାର ବିଭିନ୍ନ କିସମର ଚାରା ରୋପଣ କରାଯାଇଛି। ଦାମନଯୋଡି ମିଡ଼ିଆ ହାଉସ, ରାଷ୍ଟ୍ରଦୀପ ପ୍ରସାର ସମିତି, ସତ୍ୟସାଇ ସେବା ସଂଘ,ପ୍ରକୃତି ବନ୍ଧୁ ସଂଗଠନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୁଷଣ କର,ଡୁମାଣି ଖବରକାଗଜର ସମ୍ପାଦକ ଅକ୍ଷୟ ପଟ୍ଟନାୟକ, ଇଣ୍ଡିଆନ ଏକ୍ସପ୍ରେସର ଭୁବନେଶ୍ୱର ପ୍ରତିନିଧି ବିଶ୍ବଜିତ ମିଶ୍ର, ପୁଟ୍ରାଘାଟି ଗ୍ରାମବାସୀ ଏବଂ ଆୟୋଜକ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଚାରା ରୋପଣ କରିଥିଲେ।ମାଆ ପାଇଁ ଗଛଟିଏ ଏବଂ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା ଲକ୍ଷ୍ୟରେ ଅତ୍ୟନ୍ତ ଉତ୍ସାହର ସହ ଏହି କାର୍ଯ୍ୟକ୍ରମ ହୋଇଥିଲା।

କୋରାପୁଟ ଜିଲ୍ଲା ଦାମନଯୋଡିରୁ ମାନସ ରଞ୍ଜନ କରଙ୍କ ରିପୋର୍ଟ।

134
5032 views

Comment