logo

ଜାତୀୟ ତାଏକୋଣ୍ଡା ଚାମ୍ପିୟନସିପରେ ପୁରୁଷୋତ୍ତମପୁର ପାଇଁ ଗୌରବ ଆଣିଲେ ଦିବ୍ୟାଂଶୀ !


ଗଞ୍ଜାମ ଜିଲ୍ଲା -ପୁରୁଷୋତ୍ତମପୁର : ୨୦୨୫ ବର୍ଷ ପାଇଁ ସିବିଏସ୍‌ଇର ଆଞ୍ଚଳିକ ତାଏକୋଣ୍ଡା ଚାମ୍ପିଆନସିପ୍ ଗତ ଜୁଲାଇ ମାସ ୨୪ ରୁ ୨୬ ତାରିଖ ଯାଏ ମେଘାଳୟର ର ଶିଲଂଙ୍ଗ ସ୍ଥିତ ବିଡିଡ଼ବ୍ଲୁ ଆନ୍ତର୍ଜାତୀୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ପ୍ରତିଯୋଗିତାରେ ଓଡ଼ିଶା, ଆସାମ, ଛତିଶଗଡ, ମେଘାଳୟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ବିଭିନ୍ନ ବିଭାଗରେ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ତନ୍ମଧ୍ୟରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ତାଏକୋଣ୍ଡୋ ଖେଳାଳି ଦିବ୍ୟାଂଶୀ ବେହେରା ୧୪ ବର୍ଷରୁ କମ୍ ୩୮ କେଜି ବିଭାଗରେ ପ୍ରଶିକ୍ଷକ ଇ. ଲଲିତ କୁମାର ଙ୍କ ତତ୍ତ୍ୱାବଧାନରେ ଅଂଶଗ୍ରହଣ କରିଥିଲେ I ଚତୁର୍ଥ ରାଉଣ୍ଡରେ ମେଘାଳୟ ଛତିଶଗଡ,ଆସାମ ଓ ଓଡ଼ିଶା ଖେଳାଳିଙ୍କ ସହ ଖେଳି ଦିବ୍ୟାଂଶୀ ବ୍ରୋଞ୍ଜ ପଦକ ହାସଲ କରିଥିଲେ | ଯାହାକି ପୁରୁଷୋତ୍ତମପୁର ସହର ପାଇଁ ଗୌରବ ଆଣିଛି ସେ ଗଞ୍ଜାମ ଜିଲ୍ଲାର କ୍ଲୋରଫିଲ୍ ସ୍କୁଲ୍ ର ସପ୍ତମ ଶ୍ରେଣୀର ଛାତ୍ରୀ | ତାଙ୍କର ଏହି ସଫଳତାରେ ତାଇକୋଣ୍ଡା ସଂଘ ର ଜିଲ୍ଲା ସମ୍ପାଦକ କେ ମନୋଜ କୁମାର ପ୍ରଧାନ ଏବଂ ଓଡିଶା ତାଏକୋଣ୍ଡା ସଂଘର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଦିବ୍ୟସିଂ ବେହେରା ଏବଂ କୋଚ୍ ଇ. ଲଳିତ କୁମାର ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ହେଉଛନ୍ତି ପୁରୁଷୋତ୍ତମପୁର ର କଂଗ୍ରେସ ବିଧାୟକ ପାର୍ଥି ତଥା ଗଞ୍ଜାମ ଜିଲ୍ଲା ପଶ୍ଚିମାଞ୍ଚଳ ଏସ୍ ସି ଚେୟାର ମ୍ୟାନ୍ ଚିତ୍ରସନ ବେହେରା ଓ ମାତା ସୁଜାତା କୁମାରୀ ବେହେରା ଙ୍କ କନ୍ୟା ଯାହାକି ଦୀର୍ଘ ଚାରି ବର୍ଷ ଧରି ପୁରୁଷୋତ୍ତମପୁର ତାଇକୋଣ୍ଡା ଏକାଡେମି ରେ କୋଚ୍ ଶ୍ରୀ ଲଳିତ ଙ୍କ ଫାଖରେ ପ୍ରଶିକ୍ଷଣ ନେଇ ଅନେକ ରାଜ୍ୟ ଓ ଜାତୀୟ ପ୍ରତିଯୋଗୀତା ରେ ଅନେକ ପଦକ ହାସଲ କରିଛନ୍ତି। ଏହା ନାରୀଶକ୍ତିର ଜ୍ୱଳନ୍ତ ଉଦାହରଣ ତାଙ୍କର ଏହି କୃତିତ୍ଵ କୁ ଦେଖି ସହର ବାସୀ ଆନନ୍ଦରେ ଉତ୍ ଫୁଲିତ ହୋଇଯାଇଛନ୍ତି |

180
3688 views