logo

ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ‘ମା’ ପାଇଁ ଗଛଟିଏ ଟିଏ’ କାର୍ଯ୍ୟକ୍ରମ

ଆନନ୍ଦପୁର ଉପଖଣ୍ଡର ଅଗ୍ରଣୀ ସାମ୍ବାଦିକ ସଂଘ ଆନନ୍ଦପୁର ପ୍ରେସ ପରିଷଦ ପକ୍ଷରୁ ବିଗତ ବର୍ଷ ପରି ଚଳିତ ବର୍ଷ ୩୦ତାରିଖ ବୁଧବାର ଦିନ ଆନନ୍ଦପୁର ବହୁମୂଖୀ ଇଣ୍ଡୋର ଷ୍ଟାଡ଼ିୟମ ପରିସରରେ ‘ମା’ ପାଇଁ ଗଛଟିଏ' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରେସ ପରିଷଦର ସଭାପତି ନିରାକାର ଦଳେଇଙ୍କ ଅଧ୍ଯକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଆନନ୍ଦପୁର ଉପ-ଜିଲ୍ଲାପାଳ ନିଳମାଧବ ସୁନା, ସ୍ଵତନ୍ତ୍ର ଅତିଥି ଭାବେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ର ସଭାପତି ମହେଶ୍ବର ସାହୁ, ମୁଖ୍ୟବକ୍ତା ଭାବେ ଯୁବ ବିଜେପି ନେତା ଆଲୋକ କୁମାର ସେଠୀ, ସମ୍ମାନିତ ଅତିଥି ଭାବେ ଆନନ୍ଦପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଦେବପ୍ରସାଦ ବଳ, ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ, ଆନନ୍ଦପୁର ଓକିଲ ସଙ୍ଘର ସଭାପତି ଦୟାନିଧି ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥିମାନେ ବିଶ୍ବ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । ବିଶ୍ଵକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବାକୁ ହେଲେ ସବୁଜ ବଳୟ ସୃଷ୍ଟି କରିବା ପାଇଁ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅତିଥିମାନଙ୍କ ଦ୍ବାରା ବହୁମୂଖୀ ଇଣ୍ଡୋର ଷ୍ଟାଡ଼ିୟମ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିବା ବେଳେ ପରିଷଦର ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ପରିଷଦ ପକ୍ଷରୁ ବିଭିନ୍ନ ବର୍ଗର ଲୋକମାନଙ୍କୁ ସାମିଲ କରାଯାଇ ବୃକ୍ଷ ରୋପଣ କାର୍ଯ୍ୟ ଅଧିକରୁ ଅଧିକ କରାଯିବ ବୋଲି ନିଷ୍ପତି ନିଆଯାଇଛି ଆନନ୍ଦପୁର ପ୍ରେସ ପରିଷଦର ବରିଷ୍ଠ ସଦସ୍ୟ ମକରଧ୍ଵଜ ସାହୁ, ଭରତ କୁମାର ବେହେରା, ପ୍ରଫୁଲ୍ଲ କୁମାର ମହାନ୍ତି,ଗଣେଶ୍ଵର ମହାନ୍ତି ,କୀରଣ ପାଢ଼ୀ, ସତ୍ୟରଂଜନ ଦାସ, ମନମୋହନ ନାୟକ, ସୋମନାଥ ମିଶ୍ର, ଶ୍ରୀନିବାସ ମିଶ୍ର, ସଦସ୍ୟ ମମତାରାଣୀ ଜେନା ପ୍ରମୁଖ ସହଯୋଗ କରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବାବେଳେ ସମାଜସେବୀ ସୁଶିଲ କୁମାର ହୋତା, ଅସିତ କୁମାର ନାୟକ, ପ୍ରଦୀପ କୁମାର ବାରିକ, ପ୍ରସନ୍ନ କୁମାର ମିଶ୍ର (ମିଲୁ), ହେମନ୍ତ କୁମାର ସାହୁ, ପ୍ରଶାନ୍ତ ମହାପାତ୍ର, ରମେଶ କୁମାର ସିଂ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ହରେକୃଷ୍ଣ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।

9
190 views