
ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଆନ୍ଦୋଳନ ତ୍ରୁତୀୟ ଦିନରେ ପହଞ୍ଚିଲା।
ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସୁରକ୍ଷା ମଞ୍ଚ ତରଫରୁ ଆନ୍ଦୋଳନ ତ୍ରୁତୀୟ ଦିନରେ ବିରାମ ଦିଆଯିବ।
ନିରବଚ୍ଛିନ୍ନ ଭାବରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନ ପାଇଁ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ବକୁ ବଜାୟ ରଖିବା ଉଦ୍ଦେଶ୍ଯରେ ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ କରିଥିବା ଜାଣିବା ପାଇଁ ମିଳୁଅଛି। କେନ୍ଦୁଝର ଜିଲ୍ଲାର ଗୌରବ, ସ୍ବାଭିମାନ ଓ କେନ୍ଦୁଝର ଅସ୍ମିତା କୁ ପୁନର୍ଜୀବିତ କରିବା ପାଇଁ ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଦଳ, ସାମାଜିକ ସ୍ବେଚ୍ଛାସେବୀ ସଂଗଠନ, ବରିଷ୍ଠ ନାଗରିକ ମଞ୍ଚ, ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ, କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅକୁଣ୍ଠିତ ଚିତ୍ତରେ ସମର୍ଥନ କରିଥିବା ଜାଣିବା ପାଇଁ ମିଳୁଅଛି। ସୂତ୍ରରୁ ଏକଥା ମଧ୍ଯ ଜାଣିବା ପାଇଁ ମିଳୁଅଛି କି, ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ ଏବଂ ବେସରକାରୀ ସଂସ୍ଥାର ପଦାଧିକାରୀ ଏହି ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ କରିଥିବା ଜାଣିବା ପାଇଁ ମିଳୁଅଛି। ଏତଦ୍ ବ୍ୟତୀତ ଅନେକ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀମାନେ ଆନ୍ଦୋଳନକୁ ପରୋକ୍ଷରେ ସମର୍ଥନ କରିଥିବା ଜାଣିବା ପାଇଁ ମିଳୁଅଛି।
ଶ୍ରାବଣ ମାସର ବର୍ଷା ତଥା ଲଘୁଚାପ ଜନିତ ବ୍ରୁଷ୍ଟି ଲାଗି ରହିଥିବା ସତ୍ତ୍ବେ ଆନ୍ଦୋଳନକୁ ପ୍ରଭାବିତ କରିପାରିଲା ନାହିଁ! ବିଶେଷକରି ବରିଷ୍ଠ ନାଗରିକ ମାନଙ୍କର ଏପରି ଆନ୍ଦୋଳନକୁ ପ୍ରକୃତିର ବର୍ଷା ପ୍ରକୋପ କୌଣସି ପ୍ରକାରରେ ରକି ପାରିଲା ନାହିଁ। ଜିଲ୍ଲାବାସୀଙ୍କ ଅକୁଣ୍ଠିତ ସମର୍ଥନ ତିନିଦିନ ବ୍ୟାପୀ କରାଯାଇଥିବା ଆନ୍ଦୋଳନକୁ ସଫଳ କରିଛି। ଯଦି ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ଯ ସରକାରଙ୍କ ତରଫରୁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରଖିବା ପାଇଁ କୌଣସି ପ୍ରକାର ଉଦ୍ୟମ କରାନଯିବ, ତେବେ ନିକଟ ଭବିଷ୍ଯତରେ ଅନ୍ଦୋଳନକୁ ଏହାଠାରୁ ଅଧିକ ତୀବ୍ରତର ଏବଂ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସୁରକ୍ଷା ମଞ୍ଚ ତରଫରୁ ସ୍ପଷ୍ଟ କରିଛନ୍ତି।
କେନ୍ଦୁଝର ଜିଲ୍ଲାର ହିତ ଏବଂ ସ୍ବାର୍ଥ ପାଇଁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରଖିବା ନିତାନ୍ତ ଜରୁରୀ। ଏହା ଦ୍ବାରା ଆଗାମୀ ଭବିଷ୍ଯତ ବଂଶଧରମାନଙ୍କ ପାଇଁ ଉଚ୍ଚ ଶିକ୍ଷା ଓ ସଂସ୍କାର ପ୍ରଦାନ କ୍ଷେତ୍ରରେ ଅତି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ। ତେଣୁ ପୂର୍ବବର୍ତ୍ତୀ ସ୍ଥାନରେ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟର ଅସ୍ତିତ୍ବ ଅକ୍ଷୁର୍ଣ୍ଣ ରଖିବା ଉଚିତ୍। ଏହା ବ୍ୟତୀତ ଧରଣୀଧର ବିଶ୍ବ ବିଦ୍ୟାଳୟ ସଦର ବ୍ଲକ ଅନ୍ତର୍ଗତ ଶିରିଷପାଳ ପଞ୍ଚାୟତର ସୁଲେଇ ଖମାରରେ ସ୍ବତନ୍ତ୍ର ଭାବେ କରାଯାଉ। ଏପରି କରିବା ଦ୍ବାରା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର ଉଭୟ ସ୍ବତନ୍ତ୍ର ଭାବରେ ପରିଚାଳିତ ହୋଇପାରିବ। ଏହା ଦ୍ବାରା ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟର କୌଣସି ପ୍ରକାରର ସମସ୍ୟା ଉତ୍ପନ୍ନ ହେବନାହିଁ। କେନ୍ଦୁଝର ଜିଲ୍ଲାରେ ସର୍ବପୁରାତନ ସୁନାମଧନ୍ୟ ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରଖିବା ପାଇଁ ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟ ସ୍ବତନ୍ତ୍ର ଓ ପୂର୍ବପରି ସ୍ଥାନରେ ରହିବା ଉଚିତ୍।
ଆନ୍ଦୋଳନ କରୁଥିବା ବୁଦ୍ଧିଜୀବୀଙ୍କ କହିବା କଥା ଏପରି ମହାବିଦ୍ୟାଳୟ ଏବଂ ବିଶ୍ବ ବିଦ୍ୟାଳୟ ଉଭୟ ସ୍ବତନ୍ତ୍ର କରାଗଲେ ଏଥିରେ କୌଣସି ପ୍ରକାରର କ୍ଷତି ଅଥବା ସମସ୍ୟା ଉତ୍ପନ୍ନ ହେବନାହିଁ। ଏପରି ସ୍ବତନ୍ତ୍ର କରିବା ଦ୍ବାରା କେନ୍ଦୁଝର ଜିଲ୍ଲାର ହିତଜନକ ହେବା ସହିତ ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ବ ବଜାୟ ରହିବ। ଧରଣୀଧର ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ର ସ୍ଥାନ ରହିବା କାରଣରୁ କେନ୍ଦୁଝର ଜିଲ୍ଲାର ଗୌରବ ଦ୍ବିଗୁଣିତ କରିବ। ଆନ୍ଦୋଳନ କରୁଥିବା ସ୍ଥାନରେ ଶାନ୍ତି ଓ ଶ୍ରୁଙ୍ଖଳା ରକ୍ଷା କରିବା ପାଇଁ କେନ୍ଦୁଝର ଟାଉନ ଥାନା ତରଫରୁ ପୋଲିସ୍ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଅଛି। ଆଜି ଆନ୍ଦୋଳନର ତ୍ରୁତୀୟ ଦିନରେ ବିପୁଳ ପରିମାଣରେ ଉଭୟ ପୁରୁଷ ଓ ମହିଳାମାନଙ୍କ ଜନସମାଗମ ହେବାର ସମ୍ଭାବନା ରହିଛି।