logo

କେନ୍ଦୁଝର ପୋଲିସ କୁ ବଡ ସଫଳତା ୨୧ବ୍ରାଉନ ସୁଗାର ବେପାରୀ ଗିରଫ

କେନ୍ଦୁଝର ପୋଲିସ କୁ ମିଳିଛି ବଡ଼ ସଫଳତା । ୨୧୨ ଗ୍ରାମ ବ୍ରାଉନ ସୁଗାର , ୭ ଲକ୍ଷ ୩୫ହଜାର ଟଙ୍କା, ୧୨ ମୋବାଇଲ ଜବତ ସହ ୨୧ ଜଣକୁ ଗିରଫ କରିଛି କେନ୍ଦୁଝର ପୋଲିସ୍। । ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ସ୍ପେଷାଲ ସ୍କ୍ୱାର୍ଡ ପକ୍ଷରୁ ୨ ଦିନ ଧରି ଆନନ୍ଦପୁର ଉପଖଣ୍ଡ ଘଷିପୁରା, ଆନନ୍ଦପୁର, ରାମଚନ୍ଦ୍ରପୁର ଏବଂ ନନ୍ଦିପଦା ଥାନା ଅଞ୍ଚଳରେ ଚଢାଉ କରିଥିଲା। ବ୍ରାଉନ ସୁଗାର କାରବାର କରୁଥିବା ଅଭିଯୋଗରେ ବିଭିନ୍ନ ଥାନା ଅଞ୍ଚଳରୁ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨୧୨ଗ୍ରାମ ବ୍ରାଉନ ସୁଗାର , ନଗଦ ୭ ଲକ୍ଷ ୩୫ ହଜାର ଟଙ୍କା ସହ ୧୨ ଟି ମୋବାଇଲ ଜବତ କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦୁଝର ର ଅତିରିକ୍ତ ଏସପି ପ୍ରତ୍ୟୁଷ ମହାପାତ୍ର।

5
219 views