logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବ୍ରହ୍ମପୁର ପୋଲିସ ଏନକାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ ଆହତ।

ବ୍ରହ୍ମପୁର:୦୨/୦୮/୨୫ : ଆଜି ସକାଳୁ ସକାଳୁ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହକ କୁ ଏନ କାଉଣ୍ଟର କରିଛି ଗୋଳନ୍ଥରା ପୋଲିସ। ସୁନୀଲ ର ବାମ ଗୋଡ଼ ରେ ବାଜିଛି ଗୁଳି। ଆହତ ଅବସ୍ଥା ରେ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତ୍ତି କରାଯାଇଛି।
ବ୍ରହ୍ମପୁର ଏସପି ଙ୍କ ନିର୍ଦେଶ କ୍ରମେ ଗୋଲାନ୍ଥରା ଥାନା ଅଧିକାରୀ ଅଧିକାରୀ ଓ ତାଙ୍କ ଟିମ୍ ଏହି ଏନ୍ କାଉଣ୍ଟର କରିଥିଲେ। ଆଜି ଜାତୀୟ ରାଜପଥ ଗୋଲାନ୍ଥରା ଦେଇ ଚିକିଟି ଯାଉ ଥିବାର ଖବର ପାଇ ବ୍ରହ୍ମପୁର ଏସପି ତାକୁ କାବୁ କରିବାକୁ ନିର୍ଦେଶ ଦେଇ ଥିଲେ, ପୋଲିସ ଗାଡ଼ି ଦେଖି ସୁନୀଲ ଦୁଇ ରାଉଣ୍ଡ ଗୁଳି ପୋଲିସ ଉପରକୁ ଚଳାଇଥିଲା, ପାଲଟା ଜବାବ ରେ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଙ୍କ ଗୁଳି ସୁନୀଲ ର ବାମ୍ ଗୋଡ଼ ବାଜି ଥିଲା, ତାକୁ ଆହତ ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି କରଯାଇଥିଲା। ତା ପାଖରୁ ଗୋଟାଏ ବନ୍ଧୁକ, ଗୁଳି ପୋଲିସ ଜବତ କରିଛି। ଏବଂ ସନିଟିଫିକ ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।

92
1475 views

Comment