logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ୩୦ ତମ ପ୍ରତିଷ୍ଠା ଦିବସ

ବେଲଗୁଣ୍ଠା-୦୬/୦୮-ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ସ୍ଥିତା ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୩୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ସୀମାଞ୍ଚଳ ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀମାନେ ଚରିତ୍ରବାନ ହେବା ସହ ସମାଜରେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ ।ଏହା ସହିତ ଗାଙ୍ଗପୁର ସ୍ୱାମୀ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ଛାତ୍ରଛାତ୍ରୀଙ୍କ ଶାରୀରିକ ମାନସିକ,ଆଧ୍ୟାତ୍ମିକ, ସଂସ୍କୃତିକ ବିକାଶ କରିବା ସହ ଗୁଣାତ୍ମକ ଶିକ୍ଷା ସଂସ୍କାର ଆଣିଥାଏ । ନୀତି ଆଧାରିତ ସଂସ୍କାର ପାଇଥିବା ଛାତ୍ରଛାତ୍ରୀମାନେ ପାହାଚ ପରେ ପାହାଚ ମାଡି ଚାଲିଥାନ୍ତି | ଶିକ୍ଷାର ମୂଳଦୁଆ ସଶକ୍ତ ହେଲେ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି ହେବେ ।ଏହି ମେଧାବୀ ଛାତ୍ରଛାତ୍ରୀମାନେ ବିକଶିତ ଓଡିଶା ଏବଂ ବିକଶିତ ଭାରତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ବିଧାୟକ ଶ୍ରୀ ବିଷୋୟୀ ।କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ପୂର୍ବତନ ଗ୍ରାମ୍ୟ ପରିଚାଳନା କମିଟି ସଭାପତି ନିତ୍ୟାନନ୍ଦ ବିଷୋୟୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ବିଷୋୟୀ,ବିକ୍ରମ ପାତ୍ର,ଦିବାକର ବିଷୋୟୀ, ପଦ୍ମ ଚରଣ ବିଷୋୟୀ, ପୂର୍ବତନ ସମବାୟବିତ୍ ରଙ୍କନିଧି ବିଷୋୟୀ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟର ତିରିଶି ବର୍ଷର ସଫଳତାର ଯାତ୍ରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଗୁରୁଜୀ ମିଥୁନ୍ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବହୁ ଔଷଧୀୟ ଚାରା ରୋପଣ କରାଯିବା ସହ ବିଧାୟକ କେକ୍ କାଟି ଛାତ୍ରଛାତ୍ରୀଙ୍କୁ ଖୁଆଇଥିଲେ କାର୍ଯ୍ୟକ୍ରମରେ ଗୁରୁଜୀ ଗଣେଶ ଚନ୍ଦ୍ର ସାହୁ,ପବିତ୍ର ମୋହନ ବିଷୋୟୀ,ବିଶ୍ବ ରଂଜନ ସେଠୀ,ଦେବାଶିଷ ବିଷୋୟୀ,ଶେଷଦେବ ପାଢ଼ୀ,ଗୁରୁମା
ରିନା କୁମାରୀ ସାହୁ,ପ୍ରତିମା ବିଷୋୟୀ,ସନ୍ତୋଷିନୀ ଗୌଡ,ଜ୍ୟୋସ୍ନା ପ୍ରଧାନ,ସୁଜ୍ଞାନି ପଟ୍ଟନାୟକ,ରୋଜିମା ସ୍ୱାଇଁ,ସନ୍ତୋଷୀ ଗୌଡ,ବୈଶାଖୀ ବେହେରା,ଆରତୀ ବିଷୋୟୀ,ମନିଷା ବିଷୋୟୀ,ସନ୍ତୋଷୀ ବିଷୋୟୀ,ଆଶା ଲତା ସ୍ବାଇଁ,ଝିଲି ରାଣୀ ନାୟକ ପ୍ରମୁଖ ସହଯୋଗ କରିଥିଲେ ।ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

120
5869 views

Comment