logo

ଟାଙ୍ଗୀ ବ୍ଲକ ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜନ ସୁରକ୍ଷା ପରିପୂର୍ତ୍ତି ସମାବେଶ ଅନୁଷ୍ଠିତ

ଖୋର୍ଦ୍ଧା,୮/୮/୨୫ : ଆଜି ପୂର୍ବାହ୍ନରେ ଟାଙ୍ଗୀ ବ୍ଲକ ବଡପୋଖରିଆ ଗ୍ରାମ ପଂଚାୟତ ଏବଂ ଓଳସିଂହ ଗ୍ରାମ ପଂଚାୟତ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜନ ସୁରକ୍ଷା ପରିପୁର୍ତ୍ତି ସମାବେଶ ଅନୁଷ୍ଠିତ ହୋଇଯାଇଅଛି l ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶିରିଶ ଚନ୍ଦ୍ର ମୁର୍ମୁ, କାର୍ଯ୍ୟ ନିର୍ବାହୀ ନିର୍ଦେଶକ, ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ମୁମ୍ବାଇ, ଡଃ ସାରଦା ପ୍ରସନ୍ନ ମହାନ୍ତି, କ୍ଷେତ୍ରୀୟ ନିର୍ଦ୍ଦେଶକ,ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ୱର, ଶ୍ରୀ ଏ ଡି ରତ୍ନ ତେଜା, ମୁଖ୍ୟ ମହାପ୍ରବନ୍ଧକ, ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ, ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ବର,, ଶ୍ରୀ ଗୌତମ ପାତ୍ର, ମୁଖ୍ୟ ମହା ପ୍ରବନ୍ଧକ, ୟୁକୋ ବ୍ୟାଙ୍କ, ଓଡ଼ିଶା,, ଶ୍ରୀମତୀ ଅନିତା ପଟ୍ଟନାୟକ, ମହାପ୍ରବନ୍ଧକ,ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ଭୁବନେଶ୍ୱର, ଶ୍ରୀମତୀ ରେଣୁ ସେଠୀ, ସରପଞ୍ଚ, ବଡପୋଖରିଆ ଗ୍ରାମ ପଞ୍ଚାୟତ,ଏବଂ ଶ୍ରୀମତୀ ଶୁଭ ଦର୍ଶିନି ଭୋଳ, ସରପଞ୍ଚ, ଓଳା ସିଂହ ଗ୍ରାମ ପଞ୍ଚାୟତ ମଞ୍ଚାସୀନ ଥିଲେ l ଏହି ସମାବେଶରେ ସାମାଜିକ ସୁରକ୍ଷା ଯୋଜନା ଗୁଡିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା l ପୁରୁଣା ବ୍ୟାଙ୍କ ଖାତାରେ କିପରି ରି କେୱାସି କରିବେ, ଅଚଳ ଖାତାକୁ ପୁନଃ ବ୍ୟବହାର କରିବା, ଅଦାବି ଥିବା ଜମାରାଶି କିଭଳି ପାଇବେ ଏବଂ ସାଇବର ଠକେଇ ରୁ କିଭଳି ସୁରକ୍ଷା ପାଇବେ ସେ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ଜନସାଧାରଣ ଙ୍କୁ ଅବଗତ କରାଯାଇଥିଲା l ଏହି ସମାବେଶକୁ ଶ୍ରୀ ଭଗତ ବେହେରା, କ୍ଷେତ୍ରୀୟ ପ୍ରବନ୍ଧକ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଖୋର୍ଦ୍ଧା, ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ l ସେହିପରି ବ୍ୟାଙ୍କ ଓମ୍ବ ବଡସ୍ ମ୍ୟାନ ବିଷୟରେ ହିତାଧିକାରୀ ମାନଙ୍କୁ ବୁଝାଯାଇ ସି ଏସ ପି ମାଧ୍ୟମରେ କେ ୱାଇ ସି କରାଯାଇଥିଲା l ଶ୍ରୀ ହରିଶଙ୍କର ତ୍ରିପାଠୀ ସଭା ସଂଯୋଜନା ଓ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବ୍ୟାଙ୍କର କର୍ମ କର୍ତ୍ତା ଯୋଗଦେଇ କାର୍ଯ୍ୟ କ୍ରମରେ ସହଯୋଗ କରିଥିଲେ l

99
2486 views