logo

ବିନା ଟିକେଟ ଯାତ୍ରୀ ନିରାକାରପୁର ଷ୍ଟେସନ ରେ ପନ୍ଦର ହଜାର ତଣ୍ଡ ଗଣିଲେ

ଭୁବନେଶ୍ୱର, ୮/୮/୨୫ : ଟ୍ରେନରେ ବିନା ଟିକେଟରେ ଯାଉଥିବା ଯାତ୍ରୀଙ୍କ ଠାରୁ ଜୋରିମାନା ଆଦାୟ।ପ୍ରତ୍ୟେକ ଦିନ ଶହ ଶହ ଲୋକ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବାରୁ ରେଳ ବିଭାଗର କ୍ଷତି ହେଉଛି।ବିନା ଟିକେଟରେ ଯାଉଥିବା ଯାତ୍ରୀ ମାନଙ୍କୁ ଧରିବା ପାଇଁ ଆଜି ଖୋର୍ଦ୍ଧା ରେଳ ଡିଭିଜନ ପକ୍ଷରୁ ୨୦ ଜଣିଆ ଟିକେଟ ଯାଚଂକାରୀ ଟିମ ନିରାକାରପୁର ଷ୍ଟେସନରେ ଟିକେଟ ଯାଚଂ କରିଥିଲେ।ଟ୍ରେନରେ ଶତାଧିକ ବିନା ଟିକେଟରେ ଯାଉଥିବା ଯାତ୍ରୀ ଓ ଶ୍ରମିକମାନେ ଧରାପଡିଥିଲେ।ଧରା ପଡିଥିବା ଲୋକଙ୍କ ଠାରୁ ୧୫,୪୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି।ଆଗାମୀ ଦିନରେ ନିରାକାରପୁର ଷ୍ଟେସନରେ ଟିକେଟ ଯାଚଂ କଡାକଡି କରାଯିବ ବୋଲି ରେଳ ବିଭାଗ ଟିକେଟ ଯାଚଂ କରୁଥିବା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।ଧରା ପଡି ଜୋରିମାନା ଦେଇଥିବା ଲୋକେ ଆଗାମୀ ଦିନରେ ଟିକେଟ କରି ଟ୍ରେନରେ ଯାତ୍ରା କରିବାକୁ ଟିକେଟ ଯାଚଂ କାରୀ ଟିମର ସଦସ୍ୟ ମାନେ ସଚେତନତା କରାଇଛନ୍ତି।

69
143 views