logo

ଦେଶର ବିକାଶ ପାଇଁ ଲୋକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଉଦ୍ୟମ ଜାରି ରହିବା ଉଚିତ୍।

ଲୋକତନ୍ତ୍ର ରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା, କାରଣ ଏଠାରେ ମତଦାତା ହିଁ ନିଜର ମନପସନ୍ଦ ପ୍ରାର୍ଥୀ ଏବଂ ସରକାର ଗଠନ କରିଥାନ୍ତି। ଏହା ଦେଶରେ ପ୍ରଚଳିତ ସମ୍ବିଧାନ ବା ଆଇନ୍ ଅନୁସାରେ କାର୍ଯ୍ୟକାରୀ କରାଯାଇଛି। ଏହା ହିଁ, ଲୋକତନ୍ତ୍ରର ବିଶେଷତଃ, ଜଣେ ଦେଶର ନାଗରିକ ନିଜ ସ୍ବାଧୀନତାର ସଦୁପଯୋଗ କରିବାର ଅଧିକାର ସାବ୍ଯସ୍ତ କରନ୍ତି। ଲୋକତନ୍ତ୍ର ରେ ଯେତେବେଳେ ଆବଶ୍ଯକତା ଠାରୁ ଅଧିକ ବାହାସ୍ପୋଟ ଓ ମିଥ୍ଯା ଭାସଣବାଜି କରାଯାଏ। ତାହା ବୁଝିବା ଉଚିତ୍ ଯେ, ସମ୍ବିଧାନ ପ୍ରତି ଏକପ୍ରକାର ହେୟଜ୍ଞାନ ଅର୍ଥାତ୍ ଅବମାନନା କରିବାକୁ ଅପଚେଷ୍ଟା କରାଯାଇଛି। ଦେଶର ନାଗରିକ ଯେତେବେଳେ ସମ୍ବିଧାନ ହିଁ ସର୍ବମାନ୍ୟ ଏବଂ ସମ୍ବିଧାନ ପ୍ରଦର୍ଶିତ ପଥକୁ ଅନୁସରଣ ନକରି ସ୍ବେଚ୍ଛାଚାରୀ ହୁଏ। ସେତେବେଳେ ବୁଝିବା ଉଚିତ୍ ଯେ, ମାନବ ସମାଜରେ ଦୁର୍ଦ୍ଦଶା ଓ ଦୁର୍ଦିନ ଆରମ୍ଭ ହେଲା। ନେତା ହୁଅନ୍ତୁ ଅଥବା ସାଧାରଣ ନାଗରିକ ଯେତେବେଳେ ବର୍ତ୍ତମାନ ପରିସ୍ଥିତି ଓ ସମସ୍ୟାର ସମାଧାନ ନକରି ଭବିଷ୍ଯତ ସମ୍ପର୍କରେ ଭାସଣବାଜି କରାଯାଏ। ସେତେବେଳେ ସ୍ବତଃ ପ୍ରମାଣିତ ହୁଏ ଯେ ବିକାଶ ନୁହେଁ, ବିନାଶକକୁ ଆମନ୍ତ୍ରିତ କରାଯାଇଛି। ଯେଉଁମାନେ ବର୍ତ୍ତମାନ ପରିସ୍ଥିତିକୁ ସୁଧାରି ପାଇଁ ଅକ୍ଷମ, ସେମାନଙ୍କର ଭବିଷ୍ଯତ ସମ୍ପର୍କରେ ଭାସଣବାଜି ଏକ ପ୍ରକାର ବାହାସ୍ପୋଟ ବ୍ୟତୀତ ଅନ୍ୟ କିଛି ନୁହେଁ!

ଦେଶର ପ୍ରତ୍ୟେକ ବ୍ଯକ୍ତି ତଥା ମାନବ ସମାଜର ଉନ୍ନତି ଏବଂ ଉତ୍ଥାନ ସେତେବେଳେ ସମ୍ଭବ ହେବ। ଯେତେବେଳେ ବ୍ଯକ୍ତି କହୁଥିବା କଥା, କର୍ମରେ ରୂପାନ୍ତରିତ କରିବା ପାଇଁ ସକ୍ଷମ ହେବ। ହୁଏତ ସେହି କର୍ମ ସଫଳତା ହାସଲ କରିବ, ନଚେତ୍ ବିଫଳ ହେବ। ସେଥିରେ ବ୍ଯକ୍ତିକୁ ସଠିକ୍ ଓ ଉପଯୁକ୍ତ ଶିକ୍ଷା ଓ ଅନୁଭୂତି ମିଳିବ। ତେଣୁ ବିନା କର୍ମରେ ରୂପାନ୍ତରିତ କରିବା ସମ୍ଭବ ନୁହେଁ। ଖାଲି ଭବିଷ୍ଯତ ସମ୍ପର୍କରେ ଭାସଣବାଜି କରି ବର୍ତ୍ତମାନର ଲୋକଙ୍କ ମନରେ ଦିବା ସ୍ବପ୍ନ ଦେଖାଇବାକୁ ଚେଷ୍ଟା କରିବା ଅନୁଚିତ। ଲୋକଙ୍କୁ ବର୍ତ୍ତମାନ ସଚେତନ କରାଇ ରୋଜଗାରକ୍ଷମ କରାଯାଉ, ଦେଖିବ ଭବିଷ୍ଯତ ସ୍ବତଃପ୍ରବୃତ୍ତ ଭାବରେ ବିକାଶଶୀଳ ହେବ। ଦେଶର ନାଗରିକ ମାନଙ୍କୁ ପ୍ରଥମେ ମୌଳିକ ସୁବିଧା ପ୍ରଦାନ କରାଯାଉ। ଶିକ୍ଷା, ସ୍ବାସ୍ଥ୍ଯ, ଚିକିତ୍ସା, ଗମନାଗମନ ଓ ଦୈନନ୍ଦିନ ନିତ୍ଯ ବ୍ୟବହାର କରାଯାଉଥିବା ଖାଦ୍ୟପେୟ ସାମଗ୍ରୀ ଗୁଡିକର ଦରଦାମ ପ୍ରତି ସରକାର ତଥା ପ୍ରଶାସନ ତରଫରୁ ଦରଦାମରେ ସୁନିୟନ୍ତ୍ରିତ ଏବଂ କମ୍ ଟିକସ୍ ବ୍ୟବସ୍ଥା କରିବା ନିତାନ୍ତ ଜରୁରୀ। ତେବେ ଯାଇ ପ୍ରତ୍ୟେକ ବ୍ଯକ୍ତି ଏବଂ ଦେଶର ବିକାଶ ଲାଭରେ ସହାୟକ ହେବ।

ବର୍ତ୍ତମାନ ଦେଶର କ୍ରୁଷକମାନଙ୍କୁ ସରକାରଙ୍କ ତରଫରୁ ଆବଶ୍ଯକ ସହାୟତା କରିବା ସହିତ କ୍ରୁଷି ଉତ୍ପାଦନ ପ୍ରତି ପ୍ରୋତ୍ସାହନ ଦିଆଯିବା ନିତାନ୍ତ ଆବଶ୍ଯକ। ସେମାନଙ୍କ ଦ୍ବାରା ଉତ୍ପାଦନ କରାଯାଉଥିବା ବିଭିନ୍ନ ପ୍ରକାରର ଖାଦ୍ୟଶସ୍ଯ ଉଚିତ୍ ମୂଲ୍ୟରେ ସରକାର କ୍ରୟକରି ଚାଷୀମାନଙ୍କ ସାହାଯ୍ୟ ଓ ସହଯୋଗ କରିବା ଉଚିତ୍। ଏହା ଦ୍ବାରା ବର୍ତ୍ତମାନ ଏବଂ ଭବିଷ୍ଯତରେ ଦେଶର କ୍ରୁଷକମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରିପାରିବ। ଯାହାଫଳରେ ଦେଶର ବିକାଶରେ ଅଗ୍ରଗତି କରିପାରିବ। ଏହା କରିବା ଦ୍ବାରା ଦେଶର ନାଗରିକ ମାନଙ୍କୁ ରୋଜଗାରକ୍ଷମ କରିବା ସଙ୍ଗେ ସଙ୍ଗେ ଆର୍ଥିକ ବିକାଶ କରାଯାଇପାରିବ। ଦେଶର ନାଗରିକ ମାନଙ୍କୁ ରୋଜଗାରକ୍ଷମ କରିବା ତଥା ସ୍ବାବଲମ୍ବୀ କରିବା ପାଇଁ କ୍ରୁଷକମାନଙ୍କୁ ପ୍ରାଧାନ୍ଯ ଦିଆଯିବା ନିତାନ୍ତ ଆବଶ୍ଯକ।

ଯେପରି ଶତ୍ରୁମାନଙ୍କ କବଳରୁ ଦେଶର ସୁରକ୍ଷା କରିବା ପାଇଁ ସୁଦକ୍ଷ ଓ ଶକ୍ତିଶାଳୀ ସେନା ଆବଶ୍ଯକ। ଠିକ୍ ସେହିପରି ଦେଶର ବିକାଶ ପାଇଁ ପ୍ରତ୍ୟେକ ନାଗରିକ ମାନଙ୍କୁ ସୁଦକ୍ଷ ଓ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରଯତ୍ନ କରିବା ଉଚିତ୍। ତେଣୁ ଶିକ୍ଷା, ସ୍ବାସ୍ଥ୍ଯ, ଚିକିତ୍ସା, ଗମନାଗମନ କ୍ଷେତ୍ରରେ ଲୋକଙ୍କୁ ବର୍ତ୍ତମାନ ସରକାରଙ୍କ ତରଫରୁ ଆବଶ୍ଯକ ପରିମାଣର କମ ମୂଲ୍ୟରେ ସେବା ପ୍ରଦାନ କରାଯାଉ। ଏହା କରିବା ଦ୍ବାରା ବର୍ତ୍ତମାନ ଏବଂ ଆଗାମୀ ସମୟରେ ଦେଶର ବିକାଶ ଲାଭରେ ସହାୟକ ହେବ।

2
689 views