
ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ପାଳିତ
ଖୋର୍ଦ୍ଧା: ୦୯/୦୮/୨୦୨୫ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ନିକଟସ୍ଥ ଶ୍ରୀ ଦେବ୍ୟୈ ଶୁକ୍ଳ ୟଜୁର୍ବେଦ କାଣ୍ବ ବେଦପାଠଶାଳା ବେଦ ପାଠଶାଳା ଦ୍ବାରା ବିଶ୍ଵ ସଂସ୍କୃତ ଦିବସ ଓ ଶ୍ରାବଣୀ ଉପାକର୍ମ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ବିଦ୍ଧିବଦ୍ଧ ଅନୁସାରେ ରାମେଶ୍ବର ମାଁ ବନଦୁର୍ଗା ମନ୍ଦିରରେ ମୁଖ୍ୟ ଆଚାର୍ଯ୍ୟ ଡଃ କୃପାସିନ୍ଧୁ ପଣ୍ଡାଙ୍କ ଦ୍ଵାରା ଗୋ ପୂଜା, ଗୁରୁ ପୂଜନ, ଋଷି ପୂଜନ, ଦେବାଦବୀ ମାନଙ୍କୁ ଆବାହନ ପୂଜନ, ଦଶବିଧ ସ୍ନାନ ପୂର୍ବକ ସଂସ୍କାର କର୍ମ ପାରମ୍ପରିକ ରୀତିନୀତିରେ କରାଯାଇଥିଲା। ଆଚାର୍ଯ୍ୟ ଶିଷ୍ୟମାନଙ୍କୁ ଯଜ୍ଞାଦି କର୍ମ କରି ଷଡ଼ଙ୍ଗ ଚତୁର୍ବେଦାରମ୍ଭ ସହିତ ଶୁକ୍ଳ ୟଜୁର୍ବେଦ ସ୍ବଶାଖା କାଣ୍ବଶାଖା ମନ୍ତ୍ର ଶିଷ୍ୟମାନଙ୍କୁ ପ୍ରଦାନ କରିଥିଲେ। ଜଗତର କଲ୍ୟାଣ ପାଇଁ ପରମାତ୍ମାଙ୍କର ଅନବଦ୍ୟ ଦାନ ବେଦ। ହର ଘର ତ୍ରିରଙ୍ଗା, ବୈଦିକ ସଂସ୍କୃତି ଓ ବିଶ୍ବ ସଂସ୍କୃତ ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଶିକ୍ଷାବିତ୍ ବିଶ୍ବନାଥ ରଥଙ୍କ ଦିଗ୍ ଦର୍ଶନରେ ତପନ କୁମାର ମହାପାତ୍ର, ପଣ୍ଡିତ ନଳିନୀ କାନ୍ତ ନନ୍ଦ, ପଣ୍ଡିତ ବସନ୍ତ କୁମାର ପଣ୍ଡା଼, ପଣ୍ଡିତ ସୀତାକାନ୍ତ ଦାଶ, ବିଷ୍ଣୁପ୍ରୀୟା ପଟ୍ଟଯୋଷୀ, ସାମ୍ବାଦିକ ବିକ୍ରମ କେଶରୀ ସାହୁ, ବାଲୁଙ୍କେଶ୍ୱର ବେହେରା, ପୁରାତନ ଶିଷ୍ୟ ଚନ୍ଦନ ଦାଶ, ସନ୍ତୋଷ ରଥ, ସମାଜ ସେବୀ ମନମୋହନ ବିଶ୍ବାଳ, ରବିନାରାୟଣ ମିଶ୍ର, ରାଜୁ ମହାପାତ୍ର, ମାନସ ପାତ୍ର ଓ ରାମେଶ୍ବର ଗ୍ରାମର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟ ମଣ୍ଡିତ କରିଥିଲେ।