logo

ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ।


ବ୍ରହ୍ମପୁର, ତା ୯-୮-୨୫ ।
ଲାଂଜିପଲ୍ଲୀସ୍ଥିତ ବରିଷ୍ଠ ନାଗରିକ ମଂଚର ହସ,ଯୋଗ ଓ ବ୍ୟାୟାମ କେନ୍ଦ୍ରର ସଭାପତି ପ୍ରଫେସର ଭାସ୍କର ପାଢ଼ୀଙ୍କ ତତ୍ତ୍ବାବଧାନରେ ଏବଂ ବ୍ରହ୍ମପୁରସ୍ଥ ଆଙ୍କୁଲି ଶାଖାର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସହଯୋଗରେ ଆଜି ପୂର୍ବାହ୍ଣରେ ସଂଘ ପରିସରରେ ରକ୍ଷା ବନ୍ଧନ ଊତ୍ସବ ପାଳିତ ହୋଈ ଯାଇଛି । ପ୍ରାରମ୍ଭରେ ସଂଘ ସଂପାଦକ ଶ୍ରୀ ସୁରେଶ ଜେନା ନିମନ୍ତ୍ରିତ ଅତିଥିମାନଙ୍କୁ ମଂଚ ଉପରକୁ ସ୍ବାଗତ କରିବାପରେ ପ୍ରଫେସର ପାଢ଼ୀ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଈଥିଲେ । ତାପରେ ସଭାପତି ରକ୍ଷା ବନ୍ଧନର ଅୟମାରମ୍ଭ, ମହତ୍ତ୍ବ, ଉଦ୍ଦେଶ୍ୟ ଏବଂ ବର୍ତ୍ତମାନ ସମୟରେ ପ୍ରଚଳିତ ରକ୍ଷା ବନ୍ଧନ ପଦ୍ଧତିର ତୁଳନାତ୍ମକ ବିବରଣୀ ଦେଇଥିଲେ ।ନିମନ୍ତ୍ରିତ ଅତିଥି ଭଉଣୀ ସୁଶ୍ରୀ ମିନତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ଭବ ସଂସାରରେ ସମସ୍ତ ପ୍ରାଣୀ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ସନ୍ତତୀ ରୂପେ ଜନ୍ମ ହୋଈଥିବାରୁ ସମସ୍ତେ ଭାଇ ଭଉଣୀ ଅଟନ୍ତି । ଅତଏବ, ସମସ୍ତେ ପରସ୍ପରର ସୁରକ୍ଷା ଓ ସହଯୋଗ କରିବା ଉପରେ ଗୁରୁତ୍ତ୍ବାରୋପ କରିଥିଲେ । ତାପରେ ସେହି ସଂସ୍ଥାର ଭଉଣୀ ସୁଶ୍ରୀ ସୁଜାତା ଓ ଭାଈ ଗଙ୍ଗାଧର ବେହେରାଙ୍କ ସହଯୋଗରେ ସୁଶ୍ରୀ ମିନତି ଭଉଣୀ ଉପସ୍ଥିତ ବ୍ଯକ୍ତିଙ୍କୁ ଚନ୍ଦନ ତିଳକ ପ୍ରଦାନସହ ରକ୍ଷା ସୂତ୍ର ବାନ୍ଧିଥିଲେ ଏବଂ ମିଠା ଖୁଆଈଥିଲେ ।ସେଠାରେ ସର୍ବଶ୍ରୀ ପ୍ରଫୁଲ ପାତ୍ର, ପ୍ରଫେସର ଅରୁଣ ପଣ୍ଡା, ଜଗନ୍ନାଥ ଦାସ, ଦୟାନିଧି ପ୍ରଧାନ, କେ. କ୍ରିଷ୍ଣା ରାଓ, ଗୌରୀ ଶଙ୍କର ପାତ୍ର, ହରିବନ୍ଧୁ ବେହେରା, ଶିବରାମ ପାଣିଗ୍ରାହି , ବିଭୂତି ଭୂଷଣ ବେହେରା, ରମେଶ ଚନ୍ଦ୍ର ମହାନ୍ତି, ଶାନ୍ତନୁ କୁମାର ମିଶ୍ରଙ୍କ ସମେତ ଶତାଧିକ ସଭ୍ୟ ଉପସ୍ଥିତ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରାଇଥିଲେ । ପରିଶେଷରେ କୋଟାକ୍ ମହେନ୍ଦ୍ର ସଂସ୍ଥାର ବ୍ରହ୍ମପୁର ଶାଖାର ମୁଖ୍ୟ ପରିଚାଳକ ଶ୍ରୀ ଧନେଶ୍ବର ପାଣିଗ୍ରାହି ଏବଂ ତାଙ୍କର ସାଥି ଶ୍ରୀମତି ଅଲିଷା ପାଢ଼ୀ ଓ ସଂଯୁକ୍ତା ପାଢ଼ୀ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ରକ୍ଷା ବଂଧନ ଦିବସ ଉପଲକ୍ଷେ ମିଷ୍ଟାନ୍ନ ବଣ୍ଟନ କରି ସମସ୍ତଙ୍କଠିରୁ ଶୁଭାଶୀର୍ବାଦ ଭିକ୍ଷା କରିଥିଲେ ।

47
1446 views