logo

ସେମିଳିଗୁଡା ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଦିବସ ପାଳିତ, ସେମିଳିଗୁଡା,କୋରାପୁଟ, ଓଡିଶା ।

ସେମିଳିଗୁଡା ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଦିବସ ପାଳିତ
ସେମିଳିଗୁଡା, ସେମିଳିଗୁଡା ମହାବିଦ୍ୟାଳୟର ୪୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପାଳନ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର, ଶ୍ରୀମତୀ ପ୍ରଭାତୀ ପରିଡା, ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ, କ୍ଷୁଦ୍ର, ଲଘୁ, ମାଧ୍ୟମ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ କୋରାପୁଟ ଶ୍ରୀଯୁକ୍ତ ରଘୁରାମ ମାଚ୍ଛ, ବିଧାୟକ କୋଟପାଡ଼ ଶ୍ରୀଯୁକ୍ତ ରୁପୁ ଭତ୍ରା, ପ୍ରତିଷ୍ଠାତା କୃଷ୍ଣ ସିଂହ, ପ୍ରଧାନ ଶାସନ ସଚିବ ଶ୍ରୀମତୀ ଶୋଭା ଶର୍ମା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ଅରକ୍ଷୀ ଅଧିକ୍ଷକ ଶ୍ରୀ ରୋହିତ ବର୍ମା, ଉପ ଜିଲ୍ଲାପାଳ ତଥା ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରେମ ଲାଲ୍ ହିଆଲ୍ ସୁମନ୍ତ ପ୍ରଧାନ, କାଳୀରମ ମାଝୀ, ଶିବ ମୁଦୁଲି, ପ୍ରମୁଖ ମଞ୍ଚାସୀନ ଥିଲେ । ମାନ୍ୟବର ଉପ-ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଚାଳିଶ ବର୍ଷ ପୂର୍ବେ ଏହି ଆଦିବାସୀ ଉପାନ୍ତ ଅଞ୍ଚଳରେ ସେମିଳିଗୁଡା ମହାବିଦ୍ୟାଳୟ ପରି ମହାବିଦ୍ୟାଳୟର ପରିକଳ୍ପନା କରିବା ଓ ତାକୁ ରୂପା ଦେଇଥିବା ବ୍ୟକ୍ତି ବିଶେଷ ସମ୍ପ୍ରତି ଆମର ଅଗ୍ରପୂଜ୍ୟ ବୋଲି ମତ ଦେବା ସହ କଲେଜ ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂହଙ୍କ ଅନୁରୋଧ କ୍ରମେ ଏକ ଅଡିଟୋରିୟମ ନିର୍ମାଣ କରିବାର ପ୍ରତିଶୃତି ଦେଇଛନ୍ତି । ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନୂତନ ଶିକ୍ଷା ନୀତିର ପ୍ରଭାବ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଶିକ୍ଷା ପରିସରରେ ଗୁଣାତ୍ମକମାନ ବୃଦ୍ଧି ଏବଂ ବେକାରି ସମସ୍ୟା ଦୁରୀକରଣରେ ମୁଖ୍ୟ ଭୂମିକା ଗ୍ରହଣ କରିବ ମତ ଦେଇଥିଲେ । ପ୍ରତିଷ୍ଠାତା ଶ୍ରୀ କୃଷ୍ଣ ସିଂହ ମହାବିଦ୍ୟାଳୟ ଅତୀତର ଘଟଣାବଳୀ ସମ୍ପର୍କରେ ସମ୍ୟକ ଦୃଷ୍ଟି ଦେଇ ଏହି ମହାବିଦ୍ୟାଳୟର ଆନୁଷ୍ଠାନିକ ଉତ୍ସବ ପାଇଁ ବଡ ଅଡିଟୋରିୟମର ଆବଶ୍ୟକତା ଉପରେ ମତ ପୋଷଣ କରିଥିଲେ । ଅଧ୍ୟକ୍ଷା ଡ. ଝାନ୍ସୀ ସିଂହ ସ୍ୱାଗତ ଭାଷଣ ଦେବା ଅବସରରେ ମହାବିଦ୍ୟାଳୟର ଶିଳାନ୍ୟାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ଚାଳିଶ ବର୍ଷର ବିକାଶ ଯାତ୍ରାକୁ ଉତ୍ଥାପନ କରିବା ସହ ଉନ୍ନତ ଖେଳ ପଡିଆ, ଆଡିଟୋରିୟମ, ଶ୍ରେଣୀ ଗୃହର ଅବଶ୍ୟକଟାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ପୂର୍ବତନ ପରିଚାଳନା କମିଟିର ସଭ୍ୟ ଶ୍ରୀ ପ୍ରକାଶ ପାତ୍ର, ପ୍ରଶାନ୍ତ ମହାନ୍ତି, କୈଳାସ ପଣ୍ଡା, ଅବସର ପ୍ରାପ୍ତ ଅଧ୍ୟକ୍ଷ,ଅଧ୍ୟାପକ, ଅଧ୍ୟାପିକା ; ଯଥା ରବିନାରାୟଣ ସୁତାର, ନୀଳାଞ୍ଚଳ ଆଚାର୍ଯ୍ୟ, ଡ. ଚିତ୍ତରଞ୍ଜନ ମିଶ୍ର, ଉମା ଶଙ୍କର ପ୍ରସାଦ ପାତ୍ର, ବାସନ୍ତୀ ପଟ୍ଟନାୟକ, ଆମ୍ବିକାବଲ୍ଲଭ ବାହିନୀପତିଙ୍କ ସମେତ ସେମିଳିଗୁଡର ବହୁ ମନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ହଜାରରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେଇ ସଭା କାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ବରିଷ୍ଠ ଅଧ୍ୟାପକ ଡଃ ଶୁଭ୍ରାଂଶୁ ସୁନ୍ଦର ଦାସ, ଦେବରାଜ ନାୟକ ଓ ଜୀବ ବିଜ୍ଞାନ ସହାୟକ ବିଜ୍ଞାନ ଦାସ ପାଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

33
2482 views