logo

ଶ୍ୱେତ ସୁବର୍ଣ୍ଣ କ୍ଷେତ୍ରରେ ଝୁଲଣ ଯାତ୍ରା ଉଦଯାପିତ

ଦାମନଯୋଡ଼ି,୧୦/୦୮:ଶ୍ୱେତ ସୁବର୍ଣ୍ଣ କ୍ଷେତ୍ର,ଦାମନଯୋଡ଼ିର ନାଲକୋ ଟାଉନସିପ ସେକ୍ଟର ୧ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ସପ୍ତାହେ ବ୍ୟାପି ଚାଲିଥିବା ଝୁଲଣ ପର୍ବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ପ୍ରତିବର୍ଷ ଶ୍ରାବଣ ଶୁକ୍ଳ ଦଶମୀ ଠାରୁ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ପର୍ଯ୍ୟନ୍ତ ୭ଦିନଧରି ଝୁଲଣ ପର୍ବ ପାଳିତ ହୋଇଥାଏ।ରବିବାର ସନ୍ଧ୍ୟାରେ ଆଳତୀ ପରେ ଶ୍ରୀ ରାଧାକୃଷ୍ଣଙ୍କୁ ଘଣ୍ଟଘଣ୍ଟା,ଆଲଟ,ଚାମର ଓ ହରିବୋଲ ହୁଳହୁଳି ମଧ୍ୟରେ ମୁଖ୍ୟ ମନ୍ଦିରରୁ ଝୁଲଣ ମଣ୍ଡପକୁ ନିଆଯାଇଥିଲା। ସେଠାରେ ଏକ ସୁସଜ୍ଜିତ ଝୁଲଣ ବିମାନରେ ବସାଇ ପୂଜାର୍ଚ୍ଚନା କରାଯାଇଥିଲା।ବହୁ ସଂଖ୍ୟକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଠାକୁରଙ୍କୁ ଝୁଲାଇ ଥିଲେ।ବିଭିନ୍ନ ସନ୍ଧ୍ୟାରେ ପାରମ୍ପରିକ ଚମ୍ପୁ,ଛାନ୍ଦ ଓ ପୁରାତନ ଝୁଲଣର ରାସଗୀତ ସହିତ ଭଜନ ପରିବେଷଣ କରାଯାଇଥିଲା।ପୂଜକ ଅଜୟ କୁମାର ପଣ୍ଡା,ବିଜୟ କୁମାର ପଣ୍ଡା,ଅମୀୟ କୁମାର ସାମନ୍ତରାୟ ଓ ବିପିନ ବିହାରୀ ପଣ୍ଡା ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ।ଉଦଯାପନୀ ସନ୍ଧ୍ୟାରେ ମନ୍ଦିର କମିଟି ପକ୍ଷରୁ ନାଲକୋ କର୍ମଚାରୀ ତଥା ମନ୍ଦିରର ମହାପ୍ରଭୂଙ୍କ ବିଭିନ୍ନ ଜାନିଯାତ୍ରାରେ ସେବା ଯୋଗାଇ ଆସୁଥିବା ଦିଲ୍ଲୀପ କୁମାର ଭୂୟାଁ ଓ ବିଶିଷ୍ଟ ତବଲା ବାଦକ ଗୋପୀନାଥ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା।ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଭାପତି ତଥା ନାଲକୋ ସମୂହ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ,ଉପସଭାପତି ବିଛନ୍ଦ ଚରଣ ଦାଶଙ୍କ ସହିତ ସମ୍ପାଦକ କୈଳାସ ସେନାପତି,ଯୁଗ୍ମ ସମ୍ପାଦକ ତ୍ରିଲୋଚନ ଚୌଧୁରୀ ଓ ଅନ୍ୟ ସଦସ୍ୟ,ଶ୍ରଦ୍ଧାଳୁ ଉପସ୍ଥିତ ରହି ପରିଚାଳନା କରିଥିଲେ।ନକୁଳ ଚରଣ ପତି,ସନ୍ତୋଷ ପ୍ରକାଶ ପଣ୍ଡା,ସୁଶାନ୍ତ କୁମାର ଦାଶ,ଭଞ୍ଜନ ମହାପାତ୍ର, ନିରଞ୍ଜନ ପଣ୍ଡା,ରଞ୍ଜନ କୁମାର ବେହେରା,ପି କେ ମୁନି,ଅନାମ ଚରଣ ନାୟକ,ସଞ୍ଜୟ ସାହୁ,ଅରୁଣ କୁମାର ମିଶ୍ର,ସଦାଶିବ ବେହେରା,ସୋମନାଥ ମହାପାତ୍ର,
ବୃନ୍ଦାବନ ଖଣ୍ଡୁଆଳ,ଆର.ଏନ.ମୁଦୁଲି,ଖଦାଳ ନାୟକ,ସଞ୍ଜୟ ବିଶ୍ଵାଳ,ଅରୁଣ କୁମାର ବେହେରା,ଈଶ୍ୱର ମାଳି,ବିକ୍ରମ ଜେନା,ଅରୂପ ନାହାକ ଓ ବିଜୟ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ।

78
2088 views