logo

ଭୋଳାନାଥ ସାମନ୍ତରାୟ ଙ୍କ ଶ୍ରଦ୍ଧାଞ୍ଜଳି ସଭା

ଖୋର୍ଦ୍ଧା,୧୦/୮/୨୫ ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱର ଗ୍ରାମପଞ୍ଚାୟତ ପଦ୍ମପୁର ବରିଷ୍ଠ ସମାଜସେବୀ ଶିକ୍ଷାବିତ ଅବସରପ୍ରାପ୍ତ ରାଜସ୍ୱ ବିଭାଗୀୟ ଅଧିକାରୀ ସ୍ୱର୍ଗତ ଭୋଳାନାଥ ସାମନ୍ତରାୟଙ୍କ ଶ୍ରଦ୍ଧାସୁମନ ଅର୍ପଣ ଓ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ ହୋଇଯାଇଛି।ସ୍ୱର୍ଗତ ଭୋଳାନାଥ ୬୩ବର୍ଷରେ ସ୍ୱର୍ଗାରୋହଣ କରିଛନ୍ତି।ସ୍ୱର୍ଗତ ଭୋଳାନାଥ ସରକାରୀ କାର୍ଯ୍ୟରୁ ଅବସର ପରେ ନିଜ ଗ୍ରାମକୁ ଫେରି ଆସି ଗାଁରେ ରହି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବା ସହିତ ଆଖପାଖ ଅଂଚଳର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ରେ ସଦାସର୍ବଦା ନିଜକୁ ସମର୍ପଣ କରିଥିଲେ।ସ୍ୱର୍ଗତ ସାମନ୍ତରାୟ ଜଣେ ମେଳାପି,ମିଷ୍ଟଭାଷୀ,ପରୋପକାରୀ, ହୃଦୟବାନ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ।ସ୍ୱର୍ଗତ ଭୋଳାନାଥଙ୍କ ଏକାଦଶାହରେ ନିଜ ଜନ୍ମମାଟି ପଦ୍ମପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା।ଶ୍ରଦ୍ଧାଞ୍ଜଳି ସଭାରେ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି,ପଦ୍ମପୁର ଗ୍ରାମବାସୀ ଓ ପରିବାରର ତିନି ପୁଅଙ୍କ ସହିତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି ସ୍ୱର୍ଗତ ଭୋଳାନାଥଙ୍କ ସ୍ମୃତିଚାରଣ କରି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

34
1214 views