
ଆଠମଲ୍ଲିକ ଡାକଘରେ ପୁନଃ ଚାଲୁହେଲା ରେଳ ଟିକେଟ ବିକ୍ରି l
ଅନୁଗୋଳ(କରୁଣାକରନାୟକ) -୧୧/୮:- ଆଠମଲ୍ଲିକ ଉପଖଣ୍ଡ ଅଧିବାସୀ ଙ୍କ ହିତ ଦୃଷ୍ଟିରୁ ଭାରତୀୟ ରେଳ ବିଭାଗ ପକ୍ଷରୁ ରେଳ ଟିକେଟ ବିକ୍ରି ପାଇଁ ଡାକଘରେ ଗତ ୨0୧୮ ମସିହାରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା l ଡାକଘରେ ଜଣେ ରେଳଯାତ୍ରା କରିବାକୁ ହେଲେ ତାଙ୍କର ସାଧାରଣ ଟିକେଟ ଓ ରିଜର୍ଭେସନ ଟିକେଟ କରିବାର ସୁବିଧା ଉପଲବ୍ଧ ହୋଇଥିଲା l କିନ୍ତୁ ଚଳିତବର୍ଷ ଜୁଲାଇ ୧୯ ତାରିଖରେ ଏହି ସମସ୍ତ ସୁବିଧା କୁ ରେଳ ବିଭାଗ ହଠାତ ବନ୍ଦ କରିଦେଇଥିଲା l ଇଷ୍ଟକୋଷ୍ଟ ରେଲୱେ ସମ୍ବଲପୁର ଡିଭିଜନ ର ଡିଭିଜିନାଲ କମରସିଆଲ ରେଲୱେ ମ୍ୟାନେଜର ଢେଙ୍କାନାଳ ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ଙ୍କୁ ପତ୍ର ମାଧ୍ୟମରେ ଆଠମଲ୍ଲିକ ଡାକଘରେ ଟିକେଟ ବିକ୍ରି ନିର୍ଦେଶ ଦେଇଥିଲେ l ଡାକଘରେ ରେଳ ଟିକେଟ ବିକ୍ରି ବନ୍ଦହେବା ଖବର ସାଧାରଣ ରେ ପ୍ରଚାର ପ୍ରସାର ହେବାପରେ ଜନସାଧାରଣ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା l କେହି ସ୍ଥାନୀୟ ପ୍ରଶାସନ ଙ୍କୁ ଅଭିଯୋଗ କରିଥିବା ବେଳେ ଅନେକ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଅବଗତ କରାଇଥିଲେ l ସେ ଏହି ଘଟଣା ରେ ତୁରନ୍ତ ହସ୍ତକ୍ଷେପ କରିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କୁ ଅନୁରୋଧ କରିଥିଲେ l ଫଳ ସ୍ୱରୂପ ସୋମବାର ଠାରୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଡାକଘରେ ପୁନଃ ରେଳ ଟିକେଟ ବିକ୍ରି ହେବବୋଲି ରେଳ ବିଭାଗ ନିଷ୍ପତ୍ତି ନେଇଥିଲା l ସୋମବାର ଆଠମଲ୍ଲିକ ଡାକଘରେ ରେଳ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ଜଣାଯାଇଛି l