logo

ନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ,ଭାଗନେଲେ ରେକର୍ଡ଼ ସଂଖ୍ୟକ ୧୫୪ଦଳ

ଦାମନଯୋଡ଼ି,୧୨/୦୮:୨୬ତମ ନାଲକୋ ଇଣ୍ଡିପେଣ୍ଡେନ୍ସ କପ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଉଦଘାଟିତ ହୋଇଯାଇଛି।ନାଲକୋ ସ୍ପୋର୍ଟସ ସେଲ ଓ ନାଲକୋ କମ୍ୟୁନୀଟି ସେଣ୍ଟର ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅବିଭକ୍ତ କୋରାପୁଟରୁ ରେକର୍ଡ଼ ସଂଖ୍ୟକ ୧୫୪ଟି ଦଳ ଭାଗ ନେଇଛନ୍ତି।ନାଲକୋ ଟାଉନସିପ ସେକ୍ଟର ୨ ସ୍ଥିତ ଡ.ବି.ଆର.ଆମ୍ବେଦକର ଷ୍ଟାଡିୟମ ଓ ଚମ୍ପାପଦର ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ଷ୍ଟାଡିୟମରେ ଖେଳ ଅନୁଷ୍ଠିତ ହେଉଛି।ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇଂ ନିରଞ୍ଜନ ସାମଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଭୟ ଷ୍ଟାଡିୟମରେ ଖେଳକୁ ଉଦ୍ଘାଟନ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ପୁରୁଷୋତ୍ତମ ମହାନ୍ତ,ସଞ୍ଜୟ କୁମାର ପଟ୍ଟନାୟକ ଓ ଅଜିତ ସେଠୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।୧୫ତାରିଖ ସ୍ଵାଧୀନତା ଦିବସ ଦିନ ଅପରାହ୍ନରେ ସେକ୍ଟର ୩ ନେତାଜୀ ଷ୍ଟାଡିୟମରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯିବା କାର୍ଯ୍ୟକ୍ରମ ରହିଛି।ନାଲକୋ ସ୍ପୋର୍ଟସ ସେଲ ଅଧିକାରୀ ଅରୁଣ କୁମାର ମହାନ୍ତି,କମ୍ୟୁନୀଟି ସେଣ୍ଟର ସଭାପତି ସତ୍ୟକାମ ନାୟକ, ସମ୍ପାଦକ ମନୋଜ କୁମାର ପୃଷ୍ଟି ଓ ବହିଃ କ୍ରୀଡ଼ା ସମ୍ପାଦକ ଭାସ୍କର ଶ୍ରୀହରିଆ ପ୍ରମୁଖଙ୍କ ସହିତ ସ୍ପୋର୍ଟସ ସେଲ ଓ କମ୍ୟୁନୀଟି ସେଣ୍ଟର ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ।ଉଭୟ ଆଲୁମିନା ରିଫାଇନାରୀ ଓ ମାଇନ୍ସ ର ସ୍ଵୀକୃତିପ୍ରାପ୍ତ ଶ୍ରମିକ ସଂଗଠନ କର୍ମକର୍ତ୍ତା,ନାଲକୋ ଅଫିସର୍ଶ ଆସୋସିଏସନ,ଅନୁସୂଚିତ ଜାତି ଜନଜାତି ଆସୋସିଏସନ କର୍ମକର୍ତ୍ତା ଅତିଥି ରୂପେ ଯୋଗ ଦେଇଥିଲେ।ମୁଖ୍ୟ ରେଫରୀ ଡ.ରମେଶ ଚନ୍ଦ୍ର ସ୍ବାଇଁଙ୍କ ସହିତ ରେଫରୀ ଚଞ୍ଚଲ ମାଝୀ,ମନୋରଞ୍ଜନ ମାଝୀ,ପ୍ରଦୀପ ହାଁସଦା,ବିଶ୍ୱେଶ୍ୱର ପ୍ରଧାନ,ଅବିନାଶ କୁଲଦୀପ ଓ ସାହିଲ ଦୀପ ପ୍ରମୁଖ ଖେଳ ପରିଚାଳନା କରିଥିଲେ।ଉଭୟ ଷ୍ଟାଡିୟମରେ ଭରପୁର ଦର୍ଶକ ଉପସ୍ଥିତ ରହି ଖେଳ ଦେଖିଥିଲେ।

27
702 views